ପୋଖରୀରୁ ଧରା ହେଲା ଅଜବ ମାଛ ! ମାଛ ପେଟରେ ଅଛି ତା’ର ପାଟି, ସ୍ଥାନୀୟ ଲୋକେ ଭୟଭୀତ, ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ

ପୋଖରୀରେ ମାଛ ମାରୁଥିବା ବେଳେ ଜାଲରେ ଏକ ଅଜବ ପ୍ରକାରର ମାଛ ପଡିଥିବା ଦେଖିବାକୁ ମିଳିଛି । ମାଛଟିର ଲମ୍ବ ୬ ରୁ ୮ ଇଞ୍ଚ ଭିତରେ ହେବା ସହ ଏହାର ଦେହ ସାରା ବାଘ ଛିଟ ଭଳି ବିଚିତ୍ର ଚିହ୍ନ ରହିଛି । ମାଛର ଦେହରେ କଣ୍ଟା ରହିବା ସହ ଏହାର ଚାରୋଟି ଡେଣା ମଧ୍ୟ ଅଛି । ଆଗ ଦୁଇ ଡେଣା ବଡ ଥିବା ବେଳେ ପଛ ଦୁଇ ଡେଣା ଆକାରରେ ସାମାନ୍ଯ ଛୋଟ ରହିଛି । ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ମାଛର ପାଟି କୌଣସି ସାଧାରଣ ମାଛର ପାଟି ପରି ନୁହେଁ ।

ଏହି ଅଜବ ମାଛର ପାଟିଟି ତା’ର ପେଟ ଆଡକୁ ବା ତଳ ପଟକୁ ରହିଛି । ଯାହା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଏହି ମାଛ ବିଷୟରେ କେହି କିଛି ଜାଣି ନଥିବା ବେଳେ ଏଭଳି ଅଜବ ମାଛ ପ୍ରଥମ ଥର ପାଇଁ ଗାଡିଆରୁ ଧରି ଥିବାରୁ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି ହେଉଛି । ତେବେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ଗାଁରେ ଏଭଳି ଅଜବ ମାଛ ଦେଖିବାକୁ ମିଳିଛି ।

ମାଛଧରାଳି ଜଣକ ତାଙ୍କ ଘର ପାଖ ଗାଡିଆରୁ ମାଛ ଧରି ଖାଆନ୍ତି ଓ ପ୍ରତ୍ଯେକ ବର୍ଷ କିଛି ନୂଆ ଜାଆଁଳ ସେହି ଗାଡିଆରେ ଛାଡନ୍ତି । ଏବେ ଦିନେ ମାଛ ମାରୁ ମାରୁ ହଠାତ ତାଙ୍କ ଜାଲରେ ଏହି ଅଜବ ପ୍ରକାରର ମାଛ ପଡିଥିଲା, ଯାହା ଦେଖି ସେ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ଗାଁ ଲୋକଙ୍କୁ ମଧ୍ୟ ଡାକି ଦେଖାଇଥିଲେ । ତାଙ୍କ ଘର ଗଡିଆରେ ଏଭଳି ମାଛ କେଉଁଠୁ ଆସିଲା ସେ ଜାଣି ପାରି ନଥିଲେ ।

ସ୍ଥାନୀୟ ଲୋକେ ମଧ୍ୟ ଏହି ମାଛ ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇଥିଲେ । କେହି ଏଭଳି ମାଛ ପୂର୍ବରୁ ଦେଖି ନଥିବା ବେଳେ ଏହି ଅଦ୍ଭୁତ ମାଛକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥିଲେ । କେହି କେହି କହିଥିଲେ କି ଏହି ମାଛ ଖାଇବା ଠିକ ନୁହେଁ, ଏହାର କଣ୍ଟା ହାତରେ ବାଜିଲେ ବିଷାକ୍ତ ହୋଇଯିବ । ଯାହାଫଳରେ ମାଛ ଧରିଥିବା ବ୍ୟକ୍ତିଜଣକ ଏହାକୁ ପୁନର୍ବାର ଗାଡିଆରେ ଛାଡି ଦେଇଥିଲେ । ଖବର ପ୍ରସାରିତ ହେବା ପରେ ମାଛଟି କ୍ଷତିକାରକ ନୁହେଁ ବୋଲି ଜଣା ପଡିଥିଲା ।

ତେଣୁ ବ୍ୟକ୍ତିଜଣକ ଏହାକୁ ପୁଣି ଥରେ ଜାଲ ପକାଇ ଧରି ସମସ୍ତଙ୍କୁ ଦେଖାଇଥିଲେ । ତେବେ ଏହି ମାଛକୁ ସକର କ୍ୟାଟଫିସ୍ ବା ଅର୍ନାମେଣ୍ଟାଲ କ୍ୟାଟଫିସ୍ ବୋଲି କୁହାଯାଉଛି ଓ ଏହାକୁ ଆକ୍ଵାରିୟମରେ ରଖା ଯାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।