ଶୁଟିଙ୍ଗ ବେଳେ ବଡ ଅଘଟଣ ! Ollywood ଅଭିନେତ୍ରୀ Riya Dey ଙ୍କ ସହ ଘଟିଲା ଏହି ବଡ ଦୁର୍ଘଟଣା…

ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଶୁଟିଙ୍ଗ ବେଳେ ଏକ ବଡ ଅଘଟଣ ଘଟିଛି । ଅଭିନେତ୍ରୀ ରିୟା ଦେ ଙ୍କ ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳି ଯାଇଛି । କାରଣ ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ରିୟା ଦେ ଆହତ ହୋଇଥିବା ଜଣାପଡିଛି । ଶୁଟିଙ୍ଗ କରୁଥିବା ବେଳେ ଏକ ପଥରରୁ ଖସି ରିୟାଙ୍କ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି । ସେହି ସମୟର ଭିଡିଓ କ୍ଲିପ ପ୍ରକାଶିତ ହେବା ପରେ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଯେଉଁଥିରେ ଅଭିନେତ୍ରୀ ରିୟା ତଳେ ବସିଥିବା ବେଳେ ତାଙ୍କ ଚାରିପାଖେ କିଛି ଲୋକ ଘେରି ରହିଥିବାର ଦେଖିବାକୁ ମିଳୁଛି । ଆଉ କିଛି ଲୋକ ରିୟାଙ୍କ ଗୋଡ ଧରି ମାଲିସ କରୁଥିବା ବେଳେ ରିୟା ଯନ୍ତ୍ରଣାରେ କାନ୍ଦୁଥିବାର ଦେଖିବାକୁ ମିଳୁଛି । ରିୟା ସେହି ସମୟରେ ମେରୁନ ରଙ୍ଗର ଏକ ସୁନ୍ଦର ଗାଉନ ପିନ୍ଧିଛନ୍ତି । ବଙ୍ଗୀୟ ସୁନ୍ଦରୀ ରିୟା ଓଲିଉଡର ଜଣେ ଅତି ଜଣାଶୁଣା ଓ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ଓଡିଆ ଫିଲ୍ମ ଓ ଆଲବମରେ କାମ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି ।

ତେବେ ତାଙ୍କ ଆଗାମୀ ଫିଲ୍ମ ପାଇଁ ଶିମିଳାପାଳର ଲୁଲୁମ ଠାରେ ଏକ ଗୀତ ଶୁଟିଙ୍ଗ କରିବାକୁ ଯାଇଥିଲେ ରିୟା । ସେହି ଗୀତର ଏକ ସିନ୍ ଟି ପଥର ଉପରେ ଶୁଟିଙ୍ଗ କରୁଥିଲେ ରିୟା, ଆଉ ସେହି ସମୟରେ ପଥର ଉପରୁ ତାଙ୍କ ଗୋଡ ହଠାତ ଖସି ଯାଇଥିଲା । ଯାହାପରେ ରିୟାଙ୍କୁ ଗୋଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥିଲା । ତେବେ ରିୟାଙ୍କୁ ପ୍ରାଥମିକ ଚିକିତ୍ସା ଦିଆ ଯାଇଥିଲେ ମଧ୍ୟ ଯନ୍ତ୍ରଣା କମ୍ ନ ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରିପଦା ହସ୍ପିଟାଲ ଅଣା ଯାଇଥିଲା ।

ଆଉ ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ରିୟାଙ୍କ ବାମ ଗୋଡଟି ଭାଙ୍ଗି ଯାଇଥିବା ଜଣାପଡିଛି । ଯାହାଫଳରେ ଏବେ ଶୁଟିଙ୍ଗ ବନ୍ଦ ହେବା ସହ ରିୟା କିଛି ମାସ ପର୍ଯ୍ୟନ୍ତ ପୂର୍ଣ୍ଣ ବିଶ୍ରାମ କରିବେ । ତେବେ ଶୁଟିଙ୍ଗ ବେଳେ ମଧ୍ୟ ସାବଧାନତା ଅବଲମ୍ବନ କରିବା କେତେ ଜରୁରୀ ଆପଣ ତାହା ଜାଣି ପାରୁଥିବେ । ଏହା ମଧ୍ୟ ଜାଣି ପାରୁଥିବେ କି ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳାକାର ମାନେ କେତେ ଅଧିକ ରିସ୍କ ନେଇ କାର୍ଯ୍ୟ କରିଥାନ୍ତି ।

ତେବେ ରିୟାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁ ମାନେ ରିୟାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଆମେ ମଧ୍ୟ ପ୍ରାର୍ଥନା କରୁଛୁ ଯେ ରିୟା ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଶୁଟିଙ୍ଗ ସେଟକୁ ଫେରି ଆସନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।