ଏକା ସହିତ ମା’ ଓ ଝିଅ ହେଲେ ମା’, ପିଲାଙ୍କର ବାପର ନାହିଁ କିଛି ଅତା ପତା

ଜଣେ ସ୍ତ୍ରୀ ପାଇଁ ମା’ ହେବା ଦୁନିଆର ସବୁଠୁ ଭଲ ଅନୁଭବ ହୋଇଥାଏ । ନିଜ ସନ୍ତାନକୁ ଦେଖି ମା’ର ଆଖିର ଚମକ ବଢିଯାଏ । ମା’ ହେବା ପାଇଁ କୌଣସି ବୟସ ସୀମା ନ ଥାଏ । ଏହା ଛଡା ଆଜିକାଲି ଲାଇଫସ୍ଟାଇଲ ହିସାବରେ ମହିଳାମାନେ ଅଧିକ ବୟସରେ ମା’ ହେବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବେଳେ ବେଳେ ଏମିତି କିଛି ହୋଇଯାଏ ଯାହା ବହୁତ ଭିନ୍ନ ହୋଇଥାଏ ।

କେମିତି ଲାଗିବ ଯେତେବେଳ ମା’ ଓ ଝିଅ ଏକା ସହିତ ଗର୍ଭବତୀ ହୋଇ ଯାଆନ୍ତି ? କହିବାକୁ ଗଲେ ଏମିତି ହିଁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଯେଉଁଠି ମା’ ଓ ଝିଅ ଏକା ସହିତ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି ।

ମା’ ଓ ଝିଅ ଏକା ସହିତ ଦେଲେ ଜନ୍ମ

ଏହି ମାମଲା ତୁର୍କୀର ଅଟେ । ଯେଉଁଠି ଏକ ୪୨ ବର୍ଷର ମା’ ଓ ତାହାର ୨୧ ବର୍ଷର ଝିଅ ଏକା ସମୟରେ ହିଁ ନିଜର ସନ୍ତାନକୁ ଜନ୍ମ ଦେଇଛନ୍ତି । ଖବର ଅନୁସାରେ ୪୨ ବର୍ଷୀୟ ଫାତମା ନାମକ ଏକ ମହିଳା ନିଜ ଝିଅ ସହିତ ତୁର୍କୀରେ ଗୋଟିଏ ହିଁ ହସ୍ପିଟାଲରେ ଦୁଇ ପୁଅକୁ ଜନ୍ମ ଦେଇଛନ୍ତି । ଦୁଇ ଜଣଙ୍କର ଡେଲିବରି ସିଜରିୟନ ଅପରେଶନ ଦ୍ଵାରା ହୋଇଛି ।

ଡାକ୍ତରମାନେ ବି କହିଛନ୍ତି କି ସେମାନେ ପ୍ରଥମ ଥର ଏହିଭଳି ଦେଖିଲେ । ଫାତମା ସିରିୟାର ନିବାସୀ ଅଟନ୍ତି କିନ୍ତୁ ଗୃହଯୁଦ୍ଧ କାରଣରୁ ସେମାନେ ସିରିୟାରୁ ତୁର୍କୀ ଆସିଛନ୍ତି ।

ପରସ୍ପରର ରଖନ୍ତି ଧ୍ୟାନ

ପିଲାମାନଙ୍କର ନାମ ତୁର୍କୀର ରାଷ୍ଟ୍ରପତି ରେଚପ ତୈୟପ ଏର୍ଦୋଆନଙ୍କ ନାମ ଉପରେ ତୈୟପ ଓ ରିସେପ ରଖା ଯାଇଛି । ଫାତମା ଓ ତାର ଝିଅକୁ ଏକା ସହିତ ଜଣା ପଡିଲା କି ସେମାନେ ଗର୍ଭବତୀ ଅଟନ୍ତି । ଯାହା ପରେ ସେମାନେ ପରସ୍ପରର ଧ୍ୟାନ ରଖିବାକୁ ଲାଗିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏମାନଙ୍କର ଡେଲିବରି ଗୋଟିଏ ଦିନରେ ଗୋଟିଏ ସମୟରେ ହିଁ ହୋଇଛି, ଯେତେବେଳେ କି ହସ୍ପିଟାଲକୁ ଏହି ପିଲାମାନଙ୍କର ପିତାମାନଙ୍କ ବିଷୟରେ କିଛି ବି ସୂଚନା ମିଳି ନାହିଁ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।