ମା’ର ଛୋଟ ଭୁଲ ପାଇଁ ଜନ୍ମ ନେବା ମାତ୍ରେ ହିଁ ଶିଶୁଟି ହରେଇଲା ଏହି ଅଙ୍ଗ, ଦେଖି ଡାକ୍ତରମାନେ ବି ହୋଇଗଲେ ଆଶ୍ଚର୍ଯ୍ୟ

ଏହି ସଂସାରରେ ମା’ ଓ ଶିଶୁର ସମ୍ପର୍କ ସବୁଠୁ ବଡ ହୋଇଥାଏ । ଏମିତିରେ ଆପଣମାନେ ପ୍ରାୟତଃ ଦେଖିଥିବେ କି କେତେକ ପିଲାମାନେ ଯେତେବେଳେ ଜନ୍ମ ନେଇଥାନ୍ତି ସେତେବେଳେ ସେମାନେ ଆଙ୍ଗୁଠି ଚୁଚୁମି ବଡ ହୋଇଥାନ୍ତି । କିନ୍ତୁ ଆଜି ଏକ ମା’ର ଭୁଲ ପାଇଁ ଶିଶୁଟିର ଆଙ୍ଗୁଠି କଟିବା ଉପରେ ଆସିଥିଲା । ଚାଲନ୍ତୁ ଜାଣିବା ଏହା ପଛର କାରଣ କଣ ଅଟେ ?

ଏହି ଘଟଣା ଟି ଚୀନ ର ଅଟେ । ଯେଉଁଠି ଏକ ମହିଳାର ଡେଲିବରି ହେବା ପରେ ଡାକ୍ତରମାନେ ଦେଖିଲେ କି ଶିଶୁର ହାତର ଏକ ଆଙ୍ଗୁଠିରେ ଏକ ଚୁଟି ଏମିତି ବାନ୍ଧି ହୋଇ ଅଛି କି ଶିଶୁଟିର ଆଙ୍ଗୁଠି କଟି ବାହାରି ଯିବା ଅବସ୍ଥାରେ ଥିଲା । ଏହାକୁ ଦେଖି ଡାକ୍ତରମାନେ ପୁରା ଆଚମ୍ବିତ ହୋଇଗଲେ ।

ଏହା ଉପରେ ଡାକ୍ତରମାନଙ୍କର କହିବା ଅଟେ କି ମହିଳାର ପେଟରେ ଯେତେବେଳେ ଭୃଣ ବିକସିତ ହେଉଥିବ ସେହି ସମୟରେ ଏକ ଚୁଟି ଶିଶୁର ହାତରେ ବାନ୍ଧି ହୋଇ ଯାଇଥିବ । ଯେଉଁ କାରଣରୁ ଏହିଭଳି ଅବସ୍ଥା ହୋଇଗଲା । ଆମେ ସମସ୍ତେ ଜାଣିଛୁ କି ଶିଶୁମାନଙ୍କର ସ୍କିନ ବହୁତ କୋମଳ ଅଟେ, ଏହି କାରଣ ଅଟେ କି ଚୁଟି ଟି ଏହି ଶିଶୁର ବିକଶିତ ହେଉଥିବା ସ୍କିନ ଭିତରେ ପଶି ଯାଇଛି ।

ଯେତେବେଳେ ମହିଳାର ଡେଲିବରି ହେଲା ସେତେବେଳେ ଏହି କଥା ଜଣା ପଡିଲା । କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଶିଶୁଟିର ଆଙ୍ଗୁଠି କଟିବା ଉପରେ ଆସି ଯାଇଥିଲା । ଗର୍ଭବତୀ ମହିଳାର ଅପରେସନ ପରେ ଡାକ୍ତରମାନେ ଅନ୍ୟ ଏକ ଅପରେସନ ବି କରିଲେ ଯେଉଁଥିରେ ନବଜାତ ଶିଶୁଟିର ଆଙ୍ଗୁଠି କାଟି ଦିଆଗଲା । ବର୍ତ୍ତମାନ ସେହି ଶିଶୁଟିର ଅବସ୍ଥା ଭଲ ଅଛି ।

ଏହି ଘଟଣା ପରେ ଆମେ କହି ପାରିବା କି ଆପଣଙ୍କର ଏକ ଛୋଟ ଭୁଲ ଆପଣଙ୍କର ଶିଶୁଟିର ଜୀବନ ବି ନେଇ ପାରେ । ସେଥିପାଇଁ ଶିଶୁଟିର ଜନ୍ମ ନେବା ପୂର୍ବରୁ ଓ ପରେ ସତର୍କ ରୁହନ୍ତୁ । ଆପଣଙ୍କର ଗୋଟିଏ ଭୁଲ ଆପଣଙ୍କର ଶିଶୁର ଜୀବନକୁ ନଷ୍ଟ କରି ଦେଇ ପାରେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।