ମା ହିଁ ଭାଙ୍ଗିଲା ଝିଅର ଘର, ହନିମୁନରେ ମାଙ୍କୁ ନେଇଯିବା ଝିଅକୁ ପଡିଲା ଭାରି

ସାଧାରଣତଃ ମା’ ନିଜ ଝିଅର ଗୃହସ୍ତିକୁ ସୁନ୍ଦର କରିବାକୁ ଉଦ୍ୟମ କରେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ଜଣେ ମା’ ନିଜ ଝିଅର ଘର ଭାଙ୍ଗିବାର କାରଣ ହେଲେ । ଆସନ୍ତୁ ଜାଣିବା ଲଣ୍ଡନର ଏହି ଘଟଣା ବିଷୟରେ । ଜଣେ ଯୁବତୀ ନିଜ ବାହାଘର ପରେ ନିଜ ମାଆଙ୍କୁ ହନିମୁନରେ ନେଇଯାଇଥିଲେ । ସେଠାରେ ସ୍ଵାମୀ ସ୍ତ୍ରୀଙ୍କର କେମେଷ୍ଟ୍ରି ବଦଳରେ ଶାଶୁ ଓ ଜ୍ଵାଇଙ୍କର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଥିଲା କି ଶାଶୁ ଜ୍ଵାଇଙ୍କର ପୁଅକୁ ଜନ୍ମ ଦେଇଛନ୍ତି ।

ଏହି ଘଟଣା ଲଣ୍ଡନର ଟ୍ୱିକେନହମର ଅଟେ । ଏହିଠାରେ ରହୁଥିବା ଲୌରେନଙ୍କ ବିବାହ ପୌଲ ନାମକ ଯୁବକଙ୍କ ସହ ହୋଇଥିଲା । ସେ ବିବାହରେ ଏତେ ଖୁସି ଥିଲେ କି ସେ ତାଙ୍କ ହନିମୁନରେ ତାଙ୍କ ମାଆଙ୍କୁ ବି ନେଇ ଯାଇଥିଲେ । ସେଠାରେ ପୌଲ ଓ ଲୌରେନଙ୍କ ମାଆଙ୍କର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।

ଲୌରେନ ତାଙ୍କ ମାଆ ଓ ତାଙ୍କ ସ୍ଵାମୀଙ୍କ ସମ୍ପର୍କକୁ ସନ୍ଦେହ କରି ନଥିଲେ । ବିବାହାର ୮ ସପ୍ତାହ ପରେ ଲୌରେନଙ୍କୁ ସତ କଥା ଜଣା ପଡିଥିଲା । ଏହା ପରେ ପୌଲ ଲୌରେନଙ୍କୁ ଛାଡି ଲୌରେନଙ୍କ ମାଆଙ୍କ ସହ ରହିବାକୁ ଲାଗିଲେ ।

୯ ମାସ ପରେ ଲୌରେନଙ୍କ ମାଆ ପୌଲଙ୍କ ପିଲାକୁ ଜନ୍ମ ଦେଲେ । ଏହି କଥା ଶୁଣି ଲୌରେନ ବିଶ୍ଵାସ କରିପାରିଲେ ନାହିଁ । ଏହି ଘଟଣାଟି ୨୦୦୪ ମସିହାର ଅଟେ । ଲୌରେନ ୨୦୦୪ ମସିହାରେ ବିବାହ କରିଥିଲେ । ଲୌରେନଙ୍କ ମାଆ ଯାହାଙ୍କର ନାମ ଜୁଲି ଅଟେ, ସେ ୨୦୦୫ ମସିହାରେ ପୌଲଙ୍କ ପିଲାକୁ ଜନ୍ମ ଦେଇଥିଲେ । ଏହି ଘଟଣା ଘଟିବାର ବହୁତ ସମୟ ହୋଇସାରିଲାଣି । ବର୍ତ୍ତମାନ ଲୌରେନ ସୋସିଆଲ ମିଡିଆରେ ଏହି ଘଟଣାଟିକୁ ଶେୟାର କରିଛନ୍ତି । ଏହି ଘଟଣାଟି ଅଧିକ ମାତ୍ରାରେ ଭାଇରାଲ ମଧ୍ୟ ହେଉଛି ।