ଭୁବନେଶ୍ଵରରେ ଦେହ ବ୍ୟାପାରର ପର୍ଦାଫାସ, ୬ ଜଣ ବାଂଲାଦେଶୀ ଯୁବତୀଙ୍କ ସହ ୮ ଜଣ ଗିରଫ

ଭୁବନେଶ୍ଵରରେ ହେଉଥିବା ବାଂଲାଦେଶୀ ଦେହ ବ୍ୟାପାର ରାକେଟର ପର୍ଦାଫାସ ହୋଇଛି । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଏହାର ପର୍ଦାଫାସ କରିଛନ୍ତି । ଖବର ଅନୁସାରେ କିଛି ଦିନ ପୂର୍ବରୁ ପୋଲିସ ଏକ ବାଂଲାଦେଶୀ ମହିଳାକୁ ଧରିଥିଲା ଓ ତା’ଠାରୁ କିଛି ତଥ୍ୟ ପାଇ ପୋଲିସକୁ ଏହି ସଫଳତା ମିଳିଥିଲା । ମଙ୍ଗଳବାର ଦିନ ପୋଲିସ ଏହି ରାକେଟର ମୁଖ୍ୟ ଦମ୍ପତି ଅଞ୍ଜଲି ଦିଦି ଓ ତାଙ୍କ ପତି ସେଖ ଇବ୍ରାହିମଙ୍କୁ ଗିରଫ କରିଥିଲା ।

ଏହା ପରେ ପୋଲିସ ଏହି ରାକେଟର ପର୍ଦାଫାସ କରିଥିଲା । ଏହା ସହ ଜଡିତ ୬ ଜଣ ମହିଳାଙ୍କୁ ଧରିବା ପରେ ମାମଲା ସାମ୍ନାକୁ ଆସିଛି । ଖବର ଅନୁସାରେ ରାକେଟର ମୁଖ୍ୟ ଦମ୍ପତି ଅଞ୍ଜଲି ଓ ଇବ୍ରାହିମ ଖାନଙ୍କ ବିଷୟରେ ସୂଚନା ମିଳିବା ପରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲେ । ଏକ ବିଶେଷ ଟିମ ମଙ୍ଗଳବାର ଦିନ ଭୁବନେଶ୍ଵର ସହର ବାହାରେ ପିପିଲି ସହରରେ ଛାପାମାରି ସେମାନଙ୍କୁ ଗିରଫ କରିଥିଲା ।

ଏହାପରେ ତାଙ୍କୁ ପଚରା ଉଚରା କରିବା ପରେ ଜଣା ପଡିଲା କି, ସେମାନେ ବାଂଲାଦେଶରୁ ଯୁବତୀ ମାନଙ୍କୁ ଆଣିଥିଲେ ଓ ଦେହ ବ୍ୟାପାର କରୁଥିଲେ । ପୁରୁଣା ବୁବନେଶ୍ଵରର ରଥରୋଡରେ ଏକ ଘର ଭଡାରେ ନେଇ ସେମାନଙ୍କୁ ରଖାଯାଉଥିଲା । ଛାପା ମାରିବା ଦ୍ଵାରା ପୋଲିସକୁ କିଛି ଆପତିଜନକ ଜିନିଷ ମିଳିଥିଲା ।

ସେମାନେ ରହୁଥିବା ଘରର ମାଲିକ ବିଷ୍ଣୁ ପ୍ରିୟା ପଣ୍ଡା କହିଥିଲେ, ଯେ ସେମାନେ ୩ ମାସ ହେବ ଘର ଭଡାରେ ନେଇ ରହୁଥିଲେ । ସେମାନଙ୍କ ବିଷୟରେ ତାଙ୍କୁ କିଛି ବି ଜଣା ନଥିଲା । ସେମାନେ ବିଷ୍ଣୁ ପ୍ରିୟାଙ୍କୁ କୌଣସି ପ୍ରମାଣ ପତ୍ର ଦେଇନଥିଲେ । ଏହି ଯୁବତୀ ମାନେ ନିଜ ଘର ବାହାରେ କୋଚିଙ୍ଗ ସେଣ୍ଟରର ବୋର୍ଡ ଲଗାଇଥିଲେ । ଗ୍ରାହକମାନଙ୍କୁ ଫସାଇବାର କାମ ଅଞ୍ଜଳି ଦିଦିଙ୍କୁ ଦିଆଯାଇଥିଲା । ଅଞ୍ଜଳି ଦିଦି ଗ୍ରାହକମାନଙ୍କୁ ସେହି ଭଡା ଘରକୁ ପଠାଇ ଦେଉଥିଲେ । ଗ୍ରାହକ ସେଠାରେ ପହଞ୍ଚିବା ପରେ ତାଙ୍କର ଇଛା ମୁତାବକ ଝିଅଙ୍କୁ ଚୟନ କରୁଥିଲେ ।

ଖବର ଅନୁସାରେ ବାଂଲାଦେଶର ଯୁବତୀମାନଙ୍କୁ ଚାକିରିର ଲାଳସା ଦେଇ, ଏଠାକୁ ଅଣା ଯାଇଥିଲା । ତାଙ୍କ ମଧ୍ୟରୁ ଜଣେ ଝିଅ ଗିରଫ ହୋଇଯିବାରୁ ଅଞ୍ଜଳି ଦିଦି ଅନ୍ୟ ମାନଙ୍କୁ ଏକ ଭଡା ଘରେ ରଖୁଥିଲେ । ହେଲେ ପୋଲିସକୁ ଏହାର ସୂଚନା ମିଳିବା ପରେ ପୋଲିସ ସେଠାରେ ଛାପା ମରିଥିଲା ଓ ଦମ୍ପତିଙ୍କୁ ଗିରଫ କରିଥିଲା । ଏହି ପରି ଭାବରେ ଏହି ରାକେଟର ପର୍ଦାଫାସ ହୋଇଥିଲା ।