୩୦ ଜାନୁୟାରୀ ରେ ବସନ୍ତ ପଞ୍ଚମୀର ପର୍ବ, କରନ୍ତୁ ଏହି ଉପାୟ ଚମକିବ ଭାଗ୍ୟ

ବସନ୍ତ ପଞ୍ଚମୀ ଦିନଟି ମା ସରସ୍ଵତୀଙ୍କ ଦିନ ହୋଇଥାଏ । ବସନ୍ତ ପଞ୍ଚମୀ ଦିନ ମା ସରସ୍ଵତୀଙ୍କର ଜନ୍ମ ଦିବସ ଅଟେ । ଏହି ଦିନ ତାଙ୍କ ପୂଜା କରିବା ଦ୍ଵାରା ସୁଖ, ସମ୍ପତି, ବିଦ୍ୟା, ବୁଦ୍ଧି ଓ କଳା ପ୍ରାପ୍ତି ହୋଇଥାଏ । ଏହି ବର୍ଷ ବସନ୍ତ ପଞ୍ଚମୀ ୩୦ ଜାନୁୟାରୀରେ ପଡୁଛି । ଏହି ପର୍ବରେ ୩୦ ଜାନୁୟାରୀ ଗୁରୁବାର ଦିନ ୧.୩୦ ପର୍ଯ୍ୟନ୍ତ ଶୁଭାବେଳା ରହୁଛି । ଏହି ଶୁଭ ମୂହୁର୍ତ୍ତରେ ପୂଜା କରିବା ଦ୍ଵାରା ମା’ ସରସ୍ଵତୀଙ୍କ କୃପା ମିଳେ ।

ବସନ୍ତ ପଞ୍ଚମୀ ଦିନ ଏହିପରି କରନ୍ତୁ ପୂଜା

ବସନ୍ତ ପଞ୍ଚମୀ ଦିନ ସକାଳୁ ସ୍ନାନ କରି ଅଗଣାରେ ହଳଦିଆ ଫୁଲ ବା ରଙ୍ଗରେ ରଙ୍ଗୋଲି କରନ୍ତୁ ।

ମନ୍ଦିରକୁ ଭଲ ଭାବେ ସଫା କରି ମା’ ସରସ୍ଵତୀଙ୍କର ମୂର୍ତି ସ୍ଥାପନା କରନ୍ତୁ ।

ଏହା ପରେ ପୂଜା ଆରମ୍ଭ କରନ୍ତୁ । ମାଆ ସରସ୍ଵତୀଙ୍କୁ ହଳଦିଆ ଫୁଲ ଓ ମିଠା ଅର୍ପଣ କରନ୍ତୁ ।

ଆପଣ ଯେଉଁ କ୍ଷେତ୍ରରେ ଅଛନ୍ତି, ସେହି କ୍ଷେତ୍ରର ଜିନିଷ ଗୁଡିକୁ ପୂଜା କରନ୍ତୁ । ଉଦାହରଣ ସ୍ୱରୂପ ବିଦ୍ୟା କ୍ଷେତ୍ରର ବହି,ଖାତା,କଲମ ଆଦି ପୂଜା କରନ୍ତୁ ।

ପୂଜା ଦ୍ଵାରା ସୁଖ, ସମ୍ପତି, ବିଦ୍ୟା, ବୁଦ୍ଧି ଓ କଳା ପ୍ରାପ୍ତି ହୋଇଥାଏ ।

ବସନ୍ତ ପଞ୍ଚମୀରେ ଲୋକମାନେ ବ୍ରତ ମଧ୍ୟ କରନ୍ତି । ଏହି ଦିନ ଆପଣ ବ୍ରତ ମଧ୍ୟ ରଖି ପାରିବେ ।

କରନ୍ତୁ ଏହି ଉପାୟ ଚମକିବ ଆପଣଙ୍କ ଭାଗ୍ୟ

ମା ସରସ୍ଵତୀଙ୍କ ପୂଜା କରନ୍ତୁ ଓ ତାଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ବିଦ୍ୟା ଓ ବୁଦ୍ଧି ପ୍ରାପ୍ତି ହେବ ।

ତେନ୍ତୁଳୀର ୨୨ଟି ପତ୍ର ହଳଦିଆ କପଡାରେ ଗୁଡାଇ ମାଆଙ୍କୁ ଚଢାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ ।

ଏହି ଦିନ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହି ଦିନ ହଳଦୀଆ ରଙ୍ଗର କଦଳୀ ଓ ହଳଦିଆ ଅନ୍ନ ସେବନ କରିବା ଉଚିତ । ଏହା କରିବା ଦ୍ଵାରା ମା ସରସ୍ଵତୀଙ୍କର ଆଶୀର୍ବାଦ ମିଳେ ।

ମା ସରସ୍ଵତୀଙ୍କର ପୂଜା ସମୟରେ ତାଙ୍କୁ ଶ୍ୱେତ ଚନ୍ଦନ ଚଢାନ୍ତୁ ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ମା’ଙ୍କୁ ଧଳା ରଙ୍ଗର ବସ୍ତ୍ର ଚଢାଇବା ସମୟରେ ନିଜ ମନସ୍କାମନା କୁହନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ମନସ୍କାମନା ଜଲ୍ଦି ପୁରା ହୋଇଥାଏ ।