ପ୍ରକୃତିର ବଡ ଅଜବ କରିସ୍ମା ଅଟେ ପଥରର ଏହି ନଦୀ, ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିଲେ ନାହିଁ ଏହାର ରହସ୍ୟ

ସାଧାରଣତଃ ଆପଣମାନେ ବହୁତ ନଦୀ ଦେଖିଥିବେ । ଏହା ସବୁ ପ୍ରକୃତିର ସୃଷ୍ଟି ଅଟେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ନଦୀ ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କାରଣ ଏହି ନଦୀରେ ପାଣି ବଦଳରେ ପଥର ଥାଏ । ଆପଣମାନେ ଏହି ନଦୀ ବିଷୟରେ କେବେ ଶୁଣି ନଥିବେ ଓ ଆପଣ ମାନେ ମଧ୍ୟ ଏହା ଉପରେ ବିଶ୍ଵାସ କରି ନ ପାରନ୍ତି । ହେଲେ ଏହା ସତ, ତେବେ ଆସନ୍ତୁ ଜାଣିବା ଏହି ନଦୀ ବିଷୟରେ ।

ଏହି ନଦୀରେ ପାଣି ବଦଳରେ ପଥର ଥାଏ । ଏହି ନଦୀ ରୂଷରେ ଅବସ୍ଥିତ । ଏହାକୁ ଷ୍ଟୋନ ରିଭର ବା ଷ୍ଟୋନ ରନ୍ କୁହାଯାଇଥାଏ । ଏହି ନଦୀଟି ପ୍ରକୃତିର କରିସ୍ମା ଅଟେ ଯାହାର ରହସ୍ୟ ବିଷୟରେ ବର୍ତ୍ତମାନ ମଧ୍ୟ ବୈଜ୍ଞାନିକ ମାନେ ଜାଣିପାରିଲେ ନାହିଁ । ଏହି ନଦୀରେ ଆପଣଙ୍କୁ ପାଖା ପାଖି ୬ କିଲୋମିଟର ପର୍ଯ୍ୟନ୍ତ କେବଳ ପଥର ଦେଖାଯିବ ।

ଏଠାରେ ଥିବା ଏହି ପଥର ଅବିକଳ ନଦୀର ଧାରା ପରି ଦେଖା ଯାଇଥାଏ । ଏହି ନଦୀରେ ଛୋଟ ଛୋଟ ପଥର ସହ ବଡ ବଡ ପଥର ଦେଖିବାକୁ ମିଳେ । ଏଠାରେ ଥିବା ୧୦ ଟନ ଓଜନ ଯୁକ୍ତ ପଥର ମାଟି ଭିତରକୁ ୪ ରୁ ୬ ଇଞ୍ଚ ପର୍ଯ୍ୟନ୍ତ ଦବି ହୋଇଥାନ୍ତି । ଏଥିପାଇଁ ଏଠାରେ ବନସ୍ପତି ଦେଖାଯାଏ ନାହିଁ । ଏଠାରେ ଆଖ ପାଖରେ ଦେବଦାରୁ ଗଛ ଦେଖାଯାଏ ।

ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଏତେ ସାରା ପଥର କେଉଁଠୁ ଆସିଲା ଓ ନଦୀର ରୁପ କେମିତି ନେଲା । ବୈଜ୍ଞାନିକ ମାନଙ୍କ ମତରେ ପାଖା ପାଖି ୧୦,୦୦୦ ବର୍ଷ ପୂର୍ବରୁ ଉଚ୍ଚ ପାହାଡରୁ ଗ୍ଲେସିୟର ଭାଙ୍ଗି ପଡି ଥାଇପାରେ, ଯାହା ଦ୍ଵାରା ଏହି ଅଜବ ଗଜବ ନଦୀର ନିର୍ମାଣ ହୋଇଛି ।