ଆଶ୍ଚର୍ଯ୍ୟ : ମା’ ହେବାର ୧୧ ସପ୍ତାହ ପରେ ମହିଳା ଜଣଙ୍କ ପେଟରୁ ବାହାରିଲା ଆଉ ଗୋଟେ ପିଲା, ଜାଣନ୍ତୁ କେମିତି

ମଣିଷ ଶରୀରର ସରଂଚନା ବହୁତ ଜଟିଳ ଅଟେ ଯାହାକୁ ବୁଝିବାରେ ବଡ ବଡ ଡାକ୍ତର ବି ଫେଲ ହୋଇ ଯାଆନ୍ତି । କିଛି ଥର ହସ୍ପିଟାଲକୁ ଏମିତି ରୋଗୀ ଆସିଥାନ୍ତି ଯାହାକୁ ଦେଖି ଡାକ୍ତରଙ୍କର ହୋସ ଉଡିଯାଏ । ଏମିତି ଏକ ମାମଲା କଜାଖସ୍ଥାନ ରେ ଦେଖିବାକୁ ମିଳିଛି, ଯେଉଁଠି ଗୋଟିଏ ୨୯ ବର୍ଷୀୟ ମହିଳା ମା’ ହେବାର ୧୧ ସପ୍ତାହ ପରେ ପୁଣି ଏକ ପିଲାକୁ ଜନ୍ମ ଦେଇଛି । ଆଶ୍ଚର୍ଯ୍ୟକର କଥା ହେଲା ଏହି ଦୁଇ ପିଲା ଯାଅଁଳା ଅଟନ୍ତି । ମେଡିକାଲ ବିଶେଷଜ୍ଞଙ୍କ ଅନୁସାରେ ଏମିତି ମାମଲା ୫ କୋଟିରେ ଗୋଟିଏ ଦେଖିବାକୁ ମିଳିଥାଏ । ସେହି ମହିଳାର ନାମ ଲିଲିୟା କୋନୋବାଲୋବା ଅଟେ । ସେ ଉତ୍ତର କଜାଖସ୍ଥାନରେ ରୁହନ୍ତି । ତାଙ୍କର ଦୁଇଟି ଯାକ ପିଲା ସୁସ୍ଥ ଅଛନ୍ତି ।

Image courtesy: Google

ପ୍ରକୃତରେ ଲିଲିୟା କିଛି ଦିନ ଅନ୍ତରରେ ଦୁଇଟି ପିଲାଙ୍କୁ ଜନ୍ମ ଦେବାର କଥା ଡାକ୍ତରଙ୍କୁ ପୂର୍ବରୁ ଜଣାଥିଲା । ଏଥିପାଇଁ ସେମାନେ ଲିଲିୟା ଓ ପିଲାକୁ ସୁସ୍ଥ ରଖିବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲେ । ଲିଲିୟାଙ୍କ ଭିତରେ ଦୁଇଟି ଗର୍ଭାଶୟ ଅଛି ବୋଲି ଡାକ୍ତର ସେତେବେଳେ ଜାଣିଥିଲେ ଯେତେବେଳେ ଲିଳୟା ୭ ବର୍ଷ ପୂର୍ବରୁ ତାଙ୍କର ପ୍ରଥମ ପିଲା(ଝିଅ)କୁ ଜନ୍ମ ଦେଇଥିଲେ ।

୭ ବର୍ଷ ପରେ ଯେତେବେଳେ ସେ ପୁଣି ଥରେ ଗର୍ଭବତୀ ହେଲେ ଡାକ୍ତରମାନେ ଯାଞ୍ଚ କରି ଜାଣି ପାରିଲେ କି ତାଙ୍କର ଯାଆଁଳା ପିଲା ହେବାର ଅଛି ଓ ଦୁଇ ଜଣ ଯାକ ଅଲଗା ଅଲଗା ଗର୍ଭାଶୟରେ ଅଛନ୍ତି ।

ଲିଲିୟା ପ୍ରଥମ ଗର୍ଭାଶୟର ପିଲାକୁ ୨୪ ମଇ ରେ ଜନ୍ମ ଦେଇଥିଲେ ତାହା ଗୋଟିଏ ଝିଅ ଥିଲା ଓ ଦ୍ଵିତୀୟ ଗଭାଶୟ ପିଲାକୁ ୧୧ ସପ୍ତାହ ପରେ ଅର୍ଥାତ ୯ ଅଗଷ୍ଟ ରେ ଜନ୍ମ ଦେଇଥିଲେ ଓ ସେ ଗୋଟିଏ ପୁଅ ଥିଲା । ଏହି ଦୁଇ ପିଲା ପୂର୍ଣ୍ଣତଃ ସୁରକ୍ଷିତ ଓ ସ୍ୱାସ୍ଥ୍ୟବାନ ଅଛନ୍ତି ।

Image courtesy: Google

ଲିଲିୟା କୁହନ୍ତି ଯେତେବେଳେ ମୋତେ ଏହି କଥା ବିଷୟରେ ଜଣା ପଡିଲା ତେବେ ମୁଁ ବହୁତ ଚିନ୍ତିତ ହୋଇଗଲି କିନ୍ତୁ ଡାକ୍ତରମାନେ ସବୁ କିଛି ସମ୍ଭାଳି ନେଲେ । ସେ ବହୁତ ମହାନ ଅଟନ୍ତି । ଏବେ ମୋର ଦୁଇ ପିଲା ସୁସ୍ଥ ଅଛନ୍ତି ।

ଯେତେବେଳେ ଇନ୍ଟରନେଟ ରେ ଲୋକଙ୍କୁ ଏହି ଖବର ବିଷୟରେ ଜଣା ପଡିଲା ତେବେ ତାଙ୍କୁ ବିଶ୍ଵାସ ହେଲା ନାହିଁ । ଦୁଇ ପିଲାଙ୍କର ଜନ୍ମ ୧୧ ସପ୍ତାହ ଅନ୍ତରରେ, ଏହା ବହୁତ ବଡ ଗ୍ୟାପ ହୋଇଥାଏ । ଏହି ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।