ରାଜନୀତିଠୁ ଅନେକ ଦୂରରେ ଅରୁଣ ଜେଟଲୀଙ୍କ ପିଲାମାନେ, ଜାଣନ୍ତୁ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ଜେଟଲୀଙ୍କ ପୁଅ ଝିଅ

ବିଜେପିର ନେତା ଅରୁଣ ଜେଟଲୀ ଶନିବାର ଦିନ ଦିଲ୍ଲୀର ଏମ୍ସରେ ନିଜର ଶେଷ ନିଶ୍ଵାସ ତ୍ୟାଗକଲେ । ଯାହା ପରେ ପୁରା ଦେଶରେ ଶୋକ ଛାୟା ଖେଳି ଯାଇଛି । କହିବାକୁ ଗଲେ ଅରୁଣ ଜେଟଲୀଙ୍କର ରାଜନୈତିକ କ୍ୟାରିୟରରେ ଗୋଟିଏ ହେଲେ ବି ଦାଗ ଲାଗି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ପର୍ସନାଲ ଲାଇଫ ଓ ତାଙ୍କର ପରିବାର ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ରାଜନୀତି ଠୁ ବହୁତ ଦୂରରେ ଅଛନ୍ତି ।

ଅରୁଣ ଜେଟଲୀଙ୍କର ଜନ୍ମ ୨୮ ଡିସେମ୍ବର ୧୯୫୨ରେ ଦିଲ୍ଲୀରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ମହାରାଜ କିଶନ ଜେଟଲୀ ଅଟେ । ଯିଏକି ଜଣେ ଓକିଲ ଥିଲେ ଓ ତାଙ୍କ ମାଙ୍କର ନାମ ପ୍ରଭା ଜେଟଲୀ ଅଟେ । ଅରୁଣ ଜେଟଲୀ ନିଜର ଗ୍ରେଜୁଏଶନ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ପୁରା କରିବା ପରେ ସେ ଲ ରେ ଡିଗ୍ରୀ ହାସଲ କରିଲେ । ଏହା ପରେ ଅରୁଣ ଜେଟଲୀ ୧୯୮୨ରେ ସୁନିତାଙ୍କ ସହ ବିବାହ କରିଲେ ।

ବିବାହ ପରେ ଅରୁଣ ଜେଟଲୀଙ୍କର ଦୁଇଟି ସନ୍ତାନ ହୋଇଥିଲା, ଯେଉଁମାନେ ରାଜନୀତି ଠାରୁ ବିଲକୁଲ ଦୂରରେ ଅଛନ୍ତି ଓ ସେ ଅଲଗା ଫୀଲ୍ଡରେ ନିଜର କ୍ୟାରିୟର କରିଛନ୍ତି ।

ଅରୁଣ ଜେଟଲୀଙ୍କର ଦୁଇ ଜଣ ସନ୍ତାନ ଅଟନ୍ତି ଓକିଲ

ଅରୁଣ ଜେଟଲୀଙ୍କର ଦୁଇ ଜଣ ସନ୍ତାନ ରାଜନୀତିରେ ଆସିବା ପାଇଁ କେବେ ବି ଇଚ୍ଛା ଜାହିର କରି ନାହାନ୍ତି । ସେ ଓକିଲାତି କ୍ଷେତ୍ରରେ ନିଜର କ୍ୟାରିୟର କରିବାକୁ ପସନ୍ଦ କରିଲେ । କହିବାକୁ ଗଲେ ତାଙ୍କର ଝିଅ ଓକିଲ ହୋଇ ସାରିଛନ୍ତି, ତେବେ ତାଙ୍କର ପୁଅ ବର୍ତ୍ତମାନ ଓକିଲାତି ପ୍ରାକ୍ଟିସ କରୁଛନ୍ତି । ଝିଅର ନାମ ସୋନାଲି ଅଟେ ଓ ପୁଅର ନାମ ରୋହନ ।

୨୦୧୫ରେ ହୋଇଥିଲା ଅରୁଣ ଜେଟଲୀଙ୍କର ଝିଅଙ୍କର ବିବାହ

କହିବାକୁ ଗଲେ ଅରୁଣ ଜେଟଲୀଙ୍କର ପରିବାର ମିଡିୟା ଠାରୁ ପୁରା ଦୂରେଇ ରୁହନ୍ତି । କିନ୍ତୁ ତାଙ୍କର ଝିଅ ପ୍ରଥମ ଥର ପାଇଁ ନିଜର ବାହାଘରକୁ ନେଇ ଚର୍ଚାରେ ଆସିଥିଲେ । ଅରୁଣ ଜେଟଲୀ ନିଜ ଝିଅର ବାହାଘର ବହୁତ ଧୂମଧାମରେ କରିଥିଲେ, ଯେଉଁଥିରେ ଫିଲ୍ମ ଜଗତର ବହୁତ ବଡ ବଡ ଷ୍ଟାରମାନେ ବି ସାମିଲ ହୋଇଥିଲେ । ସେହି ସମୟରେ ଅରୁଣ ଜେଟଲୀଙ୍କର ଝିଅ ସୋନାଲିଙ୍କର ଫଟୋ ଶାହରୁଖ ଖାନଙ୍କ ସହିତ ଭାଇରାଲ ହୋଇଥିଲା । କହିଦେଉଛୁ ଯେ ସୋନାଲୀ ବିଜନେସମ୍ୟାନ ଓ ଲୟର ଜୟେଶ ବଖ୍ଶୀଙ୍କ ସହ ବିବାହ କରିଛନ୍ତି ।

ଅରୁଣ ଜେଟଲୀଙ୍କର ପୁଅ କଣ କରୁଛନ୍ତି ?

ଅରୁଣ ଜେଟଲୀଙ୍କର ପୁଅ ପିତାଙ୍କ ଭଳି ଓକିଲ ଅଟନ୍ତି । ଲ ର ଡିଗ୍ରୀ ହାସଲ କରିବା ପରେ ରୋହନ ବର୍ତ୍ତମାନ ସୁପ୍ରୀମ କୋର୍ଟରେ ପ୍ରୈକ୍ଟ୍ରିସ ଆରମ୍ଭ କରି ଦେଇଛନ୍ତି । କହିଦେଉଛୁ ଯେ ଅରୁଣ ଜେଟଲୀଙ୍କରଙ୍କର ତୃତୀୟ ପିଢୀ ବି ଓକିଲାତିରେ ଆସି ଯାଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।