ବନ ବିଭାଗ ହେଇଗଲା ଫେଲ, କିନ୍ତୁ ପରିତ୍ୟକ୍ତ ଟାଙ୍କିରୁ ଛୁଆ ହାତିକୁ ଘୋଷାଡି ବାହାର କଲା ମାଆ ହାତୀ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ, ଦେଖନ୍ତୁ Video

ହଠାତ ହାତୀର ଗର୍ଜନ ଗାଁ ଲୋକଙ୍କୁ ଚମକାଇ ଦେଇଥିଲା । କେଉଁ ଆଡୁ ଗର୍ଜନ ଆସୁଛି ଶୁଣି ସେହି ଆଡେ ଧାଇଁଥିଲେ ଗାଁ ଲୋକେ । ଆଉ ସେଠାରେ ଯାହା ଦେଖିଲେ ଚମକି ପଡିଲେ । ଏକ ପରତ୍ୟକ୍ତ ଟାଙ୍କି ଭିତରକୁ ଖସି ପଡିଛି ଛୁଆ ହାତୀ ଟିଏ ।

ସେଥିରୁ ବାହାରିବା ପାଇଁ  ନିଜ ଶୁଣ୍ଢକୁ ବାରମ୍ବାର ବାଡୋଉଛି । ଏପରିକି ଖଣ୍ଡିଆ ଖାବରା ମଧ୍ୟ ହୋଇଯାଇଛି । କୂଅଟି ଏତେ ବଡ ମଧ୍ୟ ନ ଥିଲା ଯେ ହାତୀ ଛୁଆ ତା ଭିତରେ ଆରାମରେ ରହି ପାରିବ । ଆଖି ମିଞ୍ଜି ମିଞ୍ଜି କରି ଗୋଡ ହାତ ଛାଟି ସେଥିରୁ ବାହାରିବାକୁ ବିକଳ ହୋଇଯାଉଛି । ହେଲେ ଗାଁ ଲୋକ କିଛି କରି ନ ପାରି ସାଙ୍ଗେ ସାଙ୍ଗେ ବନବିଭାଗକୁ ଡ଼ାକିଥିଲେ । ବନବିଭାଗ କର୍ମଚାରୀ ଆସି ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଦୁଇ ଘଣ୍ଟା କାଳ ଚଳେଇଥିଲେ ପ୍ରୟାସ ।

ଛୁଆଟି ମଧ୍ୟ ଥକି ଯାଉଥିଲା । ସେଥିପାଇଁ ତାକୁ ପାଇପ ଦ୍ଵାରା ପାଣି ପକାଇ ସକ୍ରିୟ ରଖିବାକୁ ଚେଷ୍ଟା କରାଯାଉ ଥିଲା । ଶେଷରେ ହାର ମାନି ଯାଇଥିଲେ ବନବିଭାଗ ଅଧିକାରୀ ଓ ଗାଁ ଲୋକେ । କିନ୍ତୁ ହାତୀ ଛୁଆ ଟି ହାର ନ ମାନି ନିଜକୁ ସେହିପରି ଉପରେ ରଖି ଶୁଣ୍ଢରେ ପଥରକୁ ଓ ପାଖରେ ଥିବା ନନ୍ଦକୁ ଜାବୁଡି ଧରିଥିଲା ।

ଶେଷରେ ଡକାଯାଇ ଥିଲା ଏକ ଦନ୍ତା ହାତୀକୁ । ଦନ୍ତା ହାତୀ ହିଁ ନିଜ ଶୁଣ୍ଢରେ ଘୋ-ଷା-ଡ଼ି ଘୋ-ଷା-ଡ଼ି ବାହାରକୁ ଟାଣି ଆଣିଥିଲା ସେହି ଛୁଆ ହାତୀକୁ । ଦନ୍ତା ହାତୀ କୁନ୍ତୀ ନିଜ ବୁଦ୍ଧି ଲଗାଇ ଧୀରେ ସୁସ୍ତେ କୂଅରୁ ବାହାର କରି ନେଇଥିଲା ଏହି କୁନି ହାତୀକୁ । ହାତୀ ଛୁଆଟି ବାହାରକୁ ବାହାରିବା ପରେ ସାମାନ୍ଯ ଟଳମଳ ହୋଇଥିଲା ଏବଂ ପରେ ଆରାମରେ ଚାଲିକରି ଜଙ୍ଗଲକୁ ଯାଇଥିଲା ।

ସେହି ସମୟର ଏହି ସବୁ ଫଟୋ ଏବଂ ଭି-ଡି-ଓ ଗ୍ରାମବାସୀ ନିଜ ଫୋନରେ ଉଠାଇ ଥିଲେ । ଏହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି ଓ ହାତୀ ଛୁଆଟି ଭଲରେ ଖାତରୁ ବାହାରି ଆସିବା ଦେଖି ସମସ୍ତେ ଖୁସି ମଧ୍ୟ ହେଉଛନ୍ତି । ତେବେ ଆଶ୍ଚର୍ଯ୍ୟ କରିଦେବାର କଥା ହେଉଛି ଦନ୍ତା ହାତୀଟି କ୍ୟାମେରାରେ ଆଦୌ ଦେଖା ଯାଉ ନାହିଁ ।

ସେ ଗଛ ଡାଳ ଭିତରେ ଲୁଚି ରହି କେବଳ ନିଜ କାର୍ଯ୍ୟରେ ହିଁ ଧ୍ୟାନ ଲଗାଇଥିଲା । ଦନ୍ତା ହାତୀର ଗୋଡକୁ ଛୁଆ ହାତୀର ଗୋଟିଏ ଗୋଡ ଏବଂ ବେକରେ ବାନ୍ଧି ଦିଆଯାଇ ଥିଲା । ଯାହା ସାହାଯ୍ୟରେ ଦନ୍ତା ଟାଣି ଟାଣି ବାହାର କରିଦେଲା ଏହି ଛୁଆ ହାତୀକୁ ।

ତାକୁ ବାହାରକୁ କାଢିବା ପାଇଁ ବଡ ଧୈର୍ଯ୍ୟର ସହ ଉଦ୍ୟମ କରୁଥିଲା ଦନ୍ତା । ଯେଉଁଠି ପାଇଁ ଏହି ଭି-ଡି-ଓଟି ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଗଛ ପଛରେ ରହି ସୁରକ୍ଷିତ ଭାବେ ଭିଡି ଭିଡି ଦନ୍ତା ତାକୁ ଉପରକୁ ବାହାର କରି ଆଣିଥିଲା । ଏହାପରେ ଲୋକମାନେ ଆଶ୍ଵସ୍ତ ହୋଇଥିଲେ ଓ ବନବିଭାଗ କର୍ମଚାରୀ ମଧ୍ୟ ଶାନ୍ତିରେ ନିଃଶ୍ଵାସ ମାରିଥିଲେ । ଆପଣଙ୍କୁ ଏହା ଦେଖି କିପରି ଅନୁଭବ ହେଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।