ବିଚ୍ ରାସ୍ତାରେ ଯୁବତୀଙ୍କ ଠାରୁ ଚାପୁଡା ଖାଇଥିବା ଲକ୍ଷ୍ନୌ କ୍ୟାବ ଡ୍ରାଇଭର ଏବେ କରିବେ ରାଜନୀତି, ଦେଖନ୍ତୁ ସେ ରାଜନୀତିରେ ପାଦ ଦେବାର କାରଣ କଣ କହିଲେ

ଏହି ଭିଡିଓକୁ ଭଲ କରି ଦେଖନ୍ତୁ । ଦିନେ ସାରା ଦେଶରେ ନିଆଁ ଭଳି ଭାଇରାଲ ହୋଇଥିବା ଏହି ଭିଡିଓର ଘଟଣାଟି ଆପଣଙ୍କର ନିଶ୍ଚିତ ମନେ ଥିବ । ସେଦିନ ଲକ୍ଷ୍ନୌରେ ଜଣେ ଯୁବତୀଙ୍କ ଠାରୁ ବିଚ୍ ରାସ୍ତାରେ ମାଡ ଖାଉଥିଲେ ଏହି କ୍ୟାବ ଡ୍ରାଇଭର । ଏହି ଘଟଣା ଯୋଗୁଁ ସେତେବେଳେ ଚର୍ଚ୍ଚାରେ ରହିଥିବା ଏହି ଯୁବକ ଜଣକ ଏବେ ରାଜନୀତିରେ ପ୍ରବେଶ କରିବେ । ଜାଣନ୍ତୁ କଣ ଥିଲା ସେଦିନର ଘଟଣା ଓ କାହିଁକି ରାଜନୀତିରେ ପ୍ରବେଶ କଲେ ସାଦତ ।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟ୍ରାଫିକ ପୋଲିସ ଆଗରେ ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କ ଠାରୁ ଅପମାନ ପାଇଥିଲେ କ୍ୟାବ ଡ୍ରାଇଭର ସାଦତ ଅଲ୍ଲୀ । ଏହି ଘଟଣାର କେଇ ଦିନ ପରେ ଏବେ ସେହି କ୍ୟାବ ଡ୍ରାଇଭର ରାଜନୀତିରେ ପ୍ରବେଶ କରିବେ ବୋଲି ଜଣାପଡିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଲେଶ ଯାଦବଙ୍କ ମାମୁଁ ଶିବପାଲ ଯାଦବଙ୍କ ଦଳରେ ଯୋଗ ଦେଇଛନ୍ତି ସାଦତ ଅଲ୍ଲୀ ।

ଶିବପାଲ ଯାଦବଙ୍କ ଦଳରେ ଯୋଗ ଦେବା ପରେ ସାଦତ ଅଲ୍ଲୀ କହିଛନ୍ତି ଯେ, ତାଙ୍କ ସହ ସେଦିନ ଯାହା ଘଟିଥିଲା ତାହା ସେ କେବେ ଭୁଲି ପାରିବେ ନାହିଁ । ନିଜେ ଯେପରି ମହିଳାଙ୍କ ଦ୍ଵାରା ଅପମାନିତ ହୋଇଛନ୍ତି ଆଉ କୌଣସି ପୁରୁଷଙ୍କୁ ଯେପରି ସେପରି ଭୋଗ କରିବାକୁ ନପଡେ ସେଥିପାଇଁ ଅଣ୍ଟା ଭିଡିଛନ୍ତି ସାଦତ । ଯେଉଁଠି ବି ପୁରୁଷଙ୍କ ସହ କିଛି ଅନ୍ୟାୟ ହେବ ସେଠାରେ ସେ ସ୍ଵର ଉଠାଇବେ ବୋଲି କହିଛନ୍ତି । ଆଉ ଏହି ଲକ୍ଷ୍ୟ ନେଇ ରାଜନୀତିରେ ପାଦ ଥାପିଛନ୍ତି ସାଦତ ।

ଚଳିତ ବର୍ଷ ଜୁଲାଇ ମାସ ୩୦ ତାରିଖରେ ଲକ୍ଷ୍ନୌରେ କ୍ୟାବ ନେଇ ଯାଉଥିଲେ ସାଦତ । ଆଉ ହଠାତ ପ୍ରିୟଦର୍ଶିନୀ ନାମକ ଯୁବତୀ ତାଙ୍କ ଗାଡିକୁ ରୋକି ଦେଇଥିଲେ । କେହି କିଛି ବୁଝିବା ଆଗରୁ ସାଦତଙ୍କ ସହ ପ୍ରିୟଦର୍ଶିନୀ ଖରାପ ବ୍ୟବହାର କରିଥିଲେ । ବରଂ ସାଦତଙ୍କ ସାର୍ଟ କଲର୍ ଧରି ଘୋଷାଡ଼ି ନେଇଥିଲେ ପ୍ରିୟଦର୍ଶିନୀ । ଘଟଣାସ୍ଥଳରେ ଏକାଧିକ ଲୋକ ଉପସ୍ଥିତ ଥିଲେ ମଧ୍ୟ ସାଦତଙ୍କୁ ରକ୍ଷା କରିବାକୁ କେହି ମଧ୍ୟ ଆସି ନଥିଲେ ।

ଏମିତିକି ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୋଲିସ ସାଦତଙ୍କୁ ତାଗିଦ କରି ଥାନାକୁ ନେଇ ଯାଇଥିଲା । କିନ୍ତୁ ପରେ ସାଦତଙ୍କର କୌଣସି ଭୁଲ୍ ନଥିବା ଜଣା ପଡିଥିଲା । ଆଉ ଏବେ ରାଜନୀତିରେ ପାଦ ଦେବାକୁ ବାହାରିଛନ୍ତି ସାଦତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।