ବହୁତ ହିଁ ଗରିବ ପରିବାରରୁ ଆସି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଏହି 5 Cricketer, ନଂ 6 ତ ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ପାଉନଥିଲେ

ଭାରତୀୟ କ୍ରିକେଟରଙ୍କ ଖେଳ ବ୍ଯତୀତ ତାଙ୍କ ରୋଜଗାରକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହୁଏ । ଭାରତରେ ଲୋକଙ୍କ କ୍ରିକେଟ ପ୍ରେମ ଓ ଆଇପିଏଲ ଯୋଗୁଁ ମଧ୍ୟ ଖେଳାଳିଙ୍କ ଆମଦନୀ ପୂର୍ବାପେକ୍ଷା ବଢି ଯାଇଛି । ତେବେ ଏପର୍ଯ୍ୟନ୍ତ ପହଞ୍ଚିବାକୁ ଖେଳାଳିମାନେ ଖୁବ୍ ମେହନତ କରିଛନ୍ତି । ଆଜି ଖୁବ୍ ଧନୀ ଦେଖା ଯାଉଥିବା ଏହି ଖେଳାଳିଙ୍କ ପିଲାଦିନ ଏକଦମ ଗରିବୀରେ କଟିଛି । ଆଜି ଆମେ ଏପରି କିଛି ଖେଳାଳିଙ୍କ ବିଷୟରେ ଆପଣଙ୍କୁ କହିବୁ ଯେଉଁମାନେ ଗରିବୀ ସହ ଲଢି ଭାରତୀୟ ଟିମ୍ ରେ ନିଜ ସ୍ଥାନ ବନାଇ ପଡ଼ିଛନ୍ତି ।

୧- ରବୀନ୍ଦ୍ର ଜଡେଜା

ସାର୍ ଜଡେଜା ନାମରେ ପରିଚିତ ଏହି ଲୋକପ୍ରିୟ କ୍ରିକେଟର ରବୀନ୍ଦ୍ର ଜଡେଜାଙ୍କ ଦେଶ ଦୁନିଆରେ ଅନେକ ପ୍ରଶଂସକ ଅଛନ୍ତି । କିନ୍ତୁ ବହୁତ ଲୋକଙ୍କୁ ଏହା ଜାଣିଛନ୍ତି କି ଜଡେଜାଙ୍କ ପିଲାଦିନ ଖୁବ୍ ଗରିବୀରେ ବିତିଥିଲା । ତାଙ୍କ ପିତା ଜଣେ ସୁରକ୍ଷା ଗାର୍ଡ ଓ ମା ଜଣେ ନର୍ସ ଥିଲେ । ସରକାରୀ କ୍ଵାଟରରେ ବଢିଥିବା ଜଡେଜା ନିଜର କଠିନ ପରିଶ୍ରମ ଓ ଦୃଢ ସଙ୍କଳ୍ପ ବଳରେ ଭାରତର ସବୁଠୁ ଭଲ ଅଲରାଉଣ୍ଡର ବନି ପାରିଛନ୍ତି । ଆଉ ଏବେ ତାଙ୍କ ସମ୍ପତ୍ତି ଓ ଲାଇଫଷ୍ଟାଇଲ ବିଷୟରେ ସମସ୍ତଙ୍କୁ ଜଣା ।

୨- ମହେନ୍ଦ୍ର ସିଂ ଧୋନୀ

କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଏହି ତାଲିକାରେ ସାମିଲ ଅଟନ୍ତି । ଫିଲ୍ମ ‘MS ଧୋନୀ: ଦି ଅନଟୋଲ୍ଡ ଷ୍ଟୋରି’ ମାଧ୍ୟମରେ ସାରା ଦୁନିଆ ତାଙ୍କ ସଫଳତା ଯାତ୍ରା ଦେଖିଛନ୍ତି । ତାଙ୍କ ପିତା ଜଣେ ପିଚ୍ କ୍ୟୁରେଟର ଥିଲେ ଯିଏ କି ଚାହୁଁଥିଲେ ଧୋନୀ ଜଣେ ଟିକେଟ କଲେକ୍ଟର ବନନ୍ତୁ । ତେଣୁ କ୍ରିକେଟରେ ତାଙ୍କ ପାଇଁ ରାସ୍ତା ମଧ୍ୟ ସେତେ ସହଜ ନଥିଲା । ସେ ସବୁ କିଛି ଛାଡି ନିଜ ସ୍ଵପ୍ନକୁ ଆସି ପୁରା କରିଥିଲେ ଓ ଭାରତୀୟ ଟିମ୍ ର ସବୁଠୁ ଭଲ କ୍ଯାପଟେନ ଏବଂ ବ୍ୟାଟ୍ସମ୍ୟାନ ବନିଥିଲେ ।

୩- ଭୁବନେଶ୍ବର କୁମାର

ଭୁବି ନାମରେ ଜଣାଶୁଣା ପେସ୍ ବୋଲର ଭୁବନେଶ୍ଵର କୁମାର ଥରେ ଏକ ସାକ୍ଷାତକାରରେ କହିଥିଲେ କି, କ୍ରିକେଟ ଖେଳିବା ପାଇଁ ତାଙ୍କ ପାଖେ ଭଲ ଜୋତା ହଳେ ମଧ୍ୟ ନଥିଲା । କିନ୍ତୁ ତାଙ୍କ ପିତା ସବୁ ସ୍ଥିତିରେ ତାଙ୍କର ସମର୍ଥନ କରିଥିଲେ ଓ ସେ ଜଣେ ଭଲ ବୋଲର ବନିବାରେ ସକ୍ଷମ ହୋଇଥିଲେ । ଆଜି କ୍ରିକେଟ ଖେଳି ସେ ଖୁବ ମୋଟା ଆଙ୍କର ରୋଜଗାର କରୁଛନ୍ତି ।

୪- ଇରଫାନ ଏବଂ ୟୁସୁଫ ପଠାନ

ପଠାନ ଭାଇଙ୍କୁ କିଏ ବା ଭୁଲି ପାରିବ ! ସେମାନେ ଭାରତ ପାଇଁ ଖେଳିବା ଆଗରୁ ତାଙ୍କ ପିତା ମାତ୍ର ୨୫୦ ଟଙ୍କା ବେତନରେ କାମ କରୁଥିଲେ । ପୁଅମାନଙ୍କ ସ୍ଵପ୍ନ ପୁରା କରିବା ପାଇଁ ସେ ପୁରୁଣା ଜୋତା ଆଣି ନିଜେ ସିଲେଇ କରି ସେମାନଙ୍କୁ ପିନ୍ଧିବାକୁ ଦେଉଥିଲେ । କିନ୍ତୁ ଆଜି ସେମାନଙ୍କ ସଫଳତା ସାରା ଦୁନିଆ ଦେଖି ପାରୁଛି ।

୫- ହରଭଜନ ସିଂ

‘ଟର୍ବନେଟର’ ନାମରେ ପ୍ରସିଦ୍ଧ ହରଭଜନ ସିଂ କ୍ରିକେଟର ତିନୋଟି ଯାକ ଫର୍ମାଟରେ ସବୁଠୁ ସଫଳ ବୋଲର ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଥରେ ବିରେନ୍ଦ୍ର ସେହୱାଗ ଖୁଲାସା କରିଥିଲେ କି, ଆର୍ଥିକ ସ୍ଥିତି କାରଣରୁ ହରଭଜନ ସିଂ ଜଣେ ଟ୍ରକ ଡ୍ରାଇଭର ହେବାକୁ ଚିନ୍ତା କରିଥିଲେ । କିନ୍ତୁ ଶେଷରେ ତାଙ୍କ ଭାଗ୍ୟ ଓ ପରିଶ୍ରମ ତାଙ୍କ ଜୀବନରେ ରଙ୍ଗ ଆଣିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରତନୁ ।

6-ଉମେଶ ଯାଦବ-

ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦିଗଜ ବୋଲର ଉମେଶ ଯାଦବ । ଉମେଶଙ୍କ ପିତା ଏକ କୋଇଲା ଫ୍ୟାକ୍ଟେରିରେ କାମ କରୁଥିଲେ । ତାଙ୍କ ବାପା ପରିବାରକୁ ଉଚିତ ଭୋଜନ ଦେବା ପାଇଁ ବହୁତ କଷ୍ଟ କରିଥିଲେ । ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ତାଙ୍କ ପରିବାର ବହୁତ ସଂଘର୍ଷ କରିଛି । ଉମେଶ ନିଜ ସଂଘର୍ଷ ଓ କଷ୍ଟ ଦ୍ଵାରା ଆଜି ସଫଳତା ପାଇଛନ୍ତି ।