‘ଏ ମାଉସୀ ! ଏ କି ଧନ୍ଦା ଲଗେଇଛ ମ…’ Tapaswini ଙ୍କୁ ନ୍ୟାୟ ଦେବା ପାଇଁ ଦେଖନ୍ତୁ କଣ କରିଲେ ମହିଳା ସମାଜସେବୀ, ଦେଖନ୍ତୁ video

ଚାରିଦିନ ହେବ ଶ୍ଵଶୁର ଘର ଆଗରେ ଧାରଣା ଦେଇଥିବା ବୋହୂର ସମସ୍ଯାର ସମାଧାନ ଏପର୍ଯ୍ୟନ୍ତ ହୋଇ ପାରୁନାହିଁ । ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ଵିତୀୟ ଲେନ୍ ରେ ପ୍ରମୋଦ ସାହୁଙ୍କ ଘର ଆଗରେ ବୋହୂ ତପସ୍ଵିନୀ ଦାସ ଗତ ଚାରିଦିନ ହେଲା ଧାରଣାରେ ବସିଛନ୍ତି । ସେପଟେ ଧୀରେ ଧୀରେ ତପସ୍ଵିନୀଙ୍କ ପାଇଁ ବଢୁଛି ସମର୍ଥନ । ତାଙ୍କ ସମର୍ଥନରେ ଏବେ ବାହାରିଛନ୍ତି ସମାଜସେବୀ ଓ ସ୍ଥାନୀୟ ଲୋକେ ।

ପ୍ରମୋଦ ସାହୁନାକ ସାନ ପୁଅ ସୁମିତ କୁମାର ସାହୁଙ୍କୁ ତପସ୍ଵିନୀ ଗତ ବର୍ଷ ସେପ୍ଟେମ୍ବର ମାସରେ କୋର୍ଟ ମ୍ୟାରେଜ କରିଥିଲେ । ଶ୍ଵଶୁର ଘରଲୋକେ ତାଙ୍କୁ ପୁଣି ବୈଦିକ ରୀତିରେ ବିବାହ କରିବା ପାଇଁ ମିଚ୍ଚ ପ୍ରତିଶ୍ରୁତି ଦେଇ ବାପଘରକୁ ପଠାଇ ଦେବାପରେ ଠକି ଚାଲିଥିବା ଅଭିଯୋଗ କରିଛନ୍ତି ତପସ୍ଵିନୀ । ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖି ନଥିବାରୁ ସେ ଶ୍ଵଶୁର ଘର ସାମନାରେ ଧାରଣା ଦେଇଛନ୍ତି ।

ତେବେ ଏହାପରେ ମଧ୍ୟ ଶ୍ଵଶୁର ଘରଲୋକେ ତାଙ୍କୁ ଘର ଭିତରକୁ ନେଇ ନାହାନ୍ତି । ଗତକାଲି ମାଣବସା ଗୁରୁବାର ଥିବାରୁ ତପସ୍ଵିନୀ ଶ୍ଵଶୁର ଘର ସାମନାରେ ମାଣ ବସାଇ ମା ଲକ୍ଷ୍ମୀଙ୍କୁ ପୂଜା କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଚାରିଦିନ ବିତି ଯାଇଥିଲେ ମଧ୍ୟ ସମାଧାନର କୌଣସି ବାଟ ବାହାରି ପାରିନାହିଁ । ମାମଲା କୋର୍ଟରେ ଥିବାରୁ କୋର୍ଟର ଆଇନ ଅନୁଯାୟୀ ଚାଲିବା ପାଇଁ ସ୍ଵାମୀ ସୁମିତ ସାହୁ ଅନୁରୋଧ କରୁଛନ୍ତି ।

ତେବେ କିଛି ମହିଳା ସମାଜସେବୀ କର୍ମୀମାନେ ଭୁବନେଶ୍ବରରୁ ଯାଇଥିଲେ ତପସ୍ଵିନୀଙ୍କ ଶ୍ଵଶୁର ଘରଲୋକଙ୍କୁ ବୁଝାମଣା କରିବା ପାଇଁ ଯାଇଥିଲେ । ପ୍ରମୋଦ ସାହୁଙ୍କ ଘର ବାହାରୁ ଥାଇ ସେମାନେ ଡ଼ାକିଥିଲେ ଓ ସମାଧାନ କରିବା ପାଇଁ କହିଥିଲେ । କିନ୍ତୁ କେହି ମଧ୍ୟ ଶୁଣି ନଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଏକାଠି ହୋଇ ତପସ୍ଵିନୀଙ୍କ ନ୍ୟାୟ ପାଇଁ ଦାବି କରିଥିଲେ କିନ୍ତୁ କେହି ମଧ୍ୟ ଶୁଣି ନଥିଲେ ।

ଲକ୍ଷ୍ମୀଙ୍କ ବାର ଗୁରୁବାରରେ ଘରର ଲକ୍ଷ୍ମୀଙ୍କୁ ଘରକୁ ନେବା ପାଇଁ ଦାବି କରିଥିଲେ ମହିଳା ମାନେ । କିନ୍ତୁ ସୁମିତଙ୍କ ଘରଲୋକ କେହି ମଧ୍ୟ ବାହାରକୁ ଆସି ନଥିଲେ କି ତପସ୍ଵିନୀଙ୍କୁ ଘର ଭିତରକୁ ନେଇ ନଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।