ଲଭ ଆଣ୍ଡ ଡ୍ରିମ ଭିତରେ ବୁଡି ରହିଥିଲେ ସବୁ ସତ ଲାଗେ, ହେଲେ ଯେତେବେଳେ ଜାଣିବାକୁ ମିଳେ କି ପ୍ରେମ ଛଳନା ଥିଲା… Anubhav Mohanty

ଏଥର ରଜରେ ରିଲିଜ ହେବାକୁ ଯାଉଛି ମେଗାଷ୍ଟାର ଅନୁଭବ ମହାନ୍ତିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ଲଭ ଇନ ଲଣ୍ଡନ” । ଯାହାକୁ ନେଇ ଅନୁଭବ ଯେତିକି ଖୁସି ଓ ଉତ୍ସାହିତ ଅଛନ୍ତି ସେତିକି ନର୍ଭସ୍ ମଧ୍ୟ ଅଛନ୍ତି । କାରଣ ଦୀର୍ଘ 6 ବର୍ଷ ପରେ ପୁଣି ଥରେ ରଜରେ ତାଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆଉ ଗତକାଲି ଫିଲ୍ମର ମ୍ୟୁଜିକ ରିଲିଜ ହୋଇଛି । ଏଥିପାଇଁ ଏକ ସଭାର ଆୟୋଜନ କରାଯାଇ ଫିଲ୍ମର ମ୍ୟୁଜିକ ରିଲିଜ କରାଯାଇଛି । ଅନୁଭବ ଫିଲ୍ମ ନେଇ ଗଣମାଧମରେ ଅନେକ କଥା ପ୍ରକାଶ କରିଛନ୍ତି ।

ତାପସ ସରଘରିଆ ନିର୍ଦ୍ଦେଶିତ ଏହି ଫିଲ୍ମଟି କେବଳ ଲଭ ଷ୍ଟୋରି ନୁହେଁ ବରଂ ଏଥିରେ ଅନେକ ଟ୍ଵିଷ୍ଟ ମଧ୍ୟ ରହିଛି ବୋଲି ଅନୁଭବ କହିଛନ୍ତି । ଫିଲ୍ମଟି ଓଡିଆ ଭାଷା ସମେତ ଅନ୍ୟ କେତୋଟି ମୁଖ୍ୟ ଭାଷାରେ ମଧ୍ୟ ରିଲିଜ ହେବ । ଭାରତ ବ୍ଯତୀତ ଏହାକୁ ଅନ୍ୟ 6 ରୁ 7ଟି ଦେଶରେ ମଧ୍ୟ ରିଲିଜ କରିବାକୁ ଯୋଜନା କରା ଯାଉଥିବା ଅନୁଭବ ଖୁଲାସା କରିଛନ୍ତି । ଫିଲ୍ମର ସମସ୍ତ କଳାକାର, ଟେକ୍ନିସିଆନ, ନିର୍ଦ୍ଦେଶକ ଓ ପ୍ରଯୋଜ ତଥା ଫିଲ୍ମ ସହ ଜଡିତ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଅନୁଭବ ପ୍ରଶଂସା କରିଛନ୍ତି ଓ ଧନ୍ୟବାଦ ଦେଇଛନ୍ତି ।

ଦୁଇଜଣ ଫିମେଲ ଲିଡ୍ ସ୍ଵପ୍ନା ପ୍ରିୟଦର୍ଶିନୀ ଏବଂ ସୋମ୍ୟା ସଚଦେବା ମଧ୍ୟ ବେଶ ଭଲ କାମ କରିଛନ୍ତି । ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ ଛୁଇଁବ ବୋଲି କହିଛନ୍ତି ଅନୁଭବ । ତେବେ ଫିଲ୍ମରେ ତାଙ୍କ ଭୂମିକା କଣ ରହିଛି ସେନେଇ ପ୍ରକାଶ କରିନାହାନ୍ତି । ସେଥିପାଇଁ ଫିଲ୍ମ ଦେଖିବାକୁ ପଡିବ ବୋଲି ସେ କହିଛନ୍ତି ।

ଅନୁଭବଙ୍କୁ ଯେତେବେଳେ ପଚରା ଯାଇଥିଲା କି, ଫିଲ୍ମଟି ଓଡିଶାର ଏକ ସତ କାହାଣୀକୁ ନେଇ ତିଆରି ହୋଇଛି ବୋଲି ଶୁଣିବାକୁ ମିଳୁଛି । ଏନେଇ ଆପଣ କଣ କହିବେ ? ଅନୁଭବ ହସି ଦେଇ ଏହି କଥାର ଉତ୍ତର ଦେଇ ନଥିଲେ । ଫିଲ୍ମର ଏକ ଡାଇଲଗ କହିଥିଲେ ଅନୁଭବ । ଲଭ ଆଉ ଡ୍ରିମ ଭିତରେ ବୁଡି ରହିଲେ ସବୁ ସତ ଲାଗେ । କିନ୍ତୁ ସେସବୁ ଭାଙ୍ଗିଗଲେ ସତ ବି ମିଛ ଲାଗେ । ଯାହାକି ଆଜିର ଯୁବପିଢିଙ୍କ ପାଇଁ ଏକ ସନ୍ଦେଶ ବୋଲି ସେ କହିଛନ୍ତି ।

ସାଂସଦ ହେବା ପରେ ଅନୁଭବ ଫିଲ୍ମ ଦୁନିଆରୁ ଏକଦମ ଦୂରେଇ ରହିଥିଲେ । କିନ୍ତୁ ତାଙ୍କ ଫ୍ୟାନ୍ସଙ୍କ ଇଚ୍ଛା ଓ ଭଲପାଇବାକୁ ସମ୍ମାନ ଦେଇ ତାଙ୍କୁ ପୁଣି ଥରେ ଫିଲ୍ମ ଦୁନିଆକୁ ଫେରିବାକୁ ପଡିଲା ବୋଲି ସେ କହିଛନ୍ତି । ଆଗକୁ ଫିଲ୍ମ ରାବଣରେ ମଧ୍ୟ ନଜର ଆସିବେ ଅନୁଭବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।