108 ବୟସରେ କମାଲ କଲେ ବୃଦ୍ଧା, ଟପ୍ପର୍ ହୋଇ ସମସ୍ତଙ୍କ ପାଇଁ ସାଜିଲେ ପ୍ରେରଣା, ପୁରା କାହାଣୀ ଜାଣିଲେ ଆଖିରେ ଲୁହ ଆସିଯିବ

ଯାହା ନ ହୋଇଛି ବାଲ୍ୟ କାଳେ, ତାହା କି ହୋଇବ ପାଚିଲା ବାଳେ ! ଏ ଉକ୍ତିଟିକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ 108 ବର୍ଷୀୟ ବୃଦ୍ଧା । ପରିଣତ ବୟସରେ ବି ସେ ନିଜ ଇଚ୍ଛା ଓ ଦୃଢତାକୁ ପ୍ରମାଣ କରି ଦେଖାଇଛନ୍ତି । ନିଜ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏମିତି କିଛି ହାସଲ କରି ଦେଖାଇଛନ୍ତି ଯେଉଁଥି ପାଇଁ ସବୁ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । 108 ବର୍ଷ ବୟସରେ ମଧ୍ୟ ହାତରେ ଖାତା କଲମ ଧରି ପାଠ ପଢି ପୌଢ ଶିକ୍ଷା ପରୀକ୍ଷା ଦେଇଛନ୍ତି କେରଳର କମଲକନ୍ନି ।

ତାଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ସେ କେବଳ ପରୀକ୍ଷା ପାସ୍ କରିଛନ୍ତି ତାହା ନୁହେଁ ବରଂ 100 ରୁ 97 ନମ୍ବର ରଖି ଟପ୍ପର୍ ହୋଇଛନ୍ତି । ସାକ୍ଷରତା ପରୀକ୍ଷାରେ ରାଜ୍ୟରେ ଟପ୍ପର୍ ହେବା ପରେ ସେଠାକାର ସରକାର ତାଙ୍କୁ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମରେ ସମ୍ମାନିତ କରିଛନ୍ତି । 1915 ରେ ତାମିଲନାଡୁର ଥେନେ ସହରରେ କମଲକନ୍ନିଙ୍କ ଜନ୍ମ ହୋଇଥିଲା । ପିଲାଟି ଦିନରୁ ତାଙ୍କର ପାଠ ପଢା ପ୍ରତି ବେଶ ଆଗ୍ରହ ଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ଠିକ ନ ଥିଲା ।

ତେଣୁ ପିଲାଦିନେ ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ କିଛିଦିନ ଭିତରେ ସ୍କୁଲ ଛାଡିବାକୁ ପଡିଥିଲା । ଅଳ୍ପ ବୟସରୁ ତାଙ୍କର ବିବାହ ମଧ୍ୟ ହୋଇ ଯାଇଥିଲା । ଘର ସଂସାର ଭିତରେ ମଜି ଯାଇଥିଲେ ବୃଦ୍ଧାଜଣକ । ଏଭଳି ସମୟରେ ରାଜ୍ୟ ସରକାରଙ୍କ ପୌଢ ଶିକ୍ଷା କାର୍ଯ୍ୟକ୍ରମ ପରିଣତ ବୟସରେ ବି ତାଙ୍କ ସ୍ଵପ୍ନକୁ ସାକାର କରିବାକୁ ଏକ ନୂଆ ଦିଗ ଦେଖାଇଥିଲା । ନିଜ ଅଞ୍ଚଳରେ ପୌଢ ଶିକ୍ଷାକେନ୍ଦ୍ର ଖୋଲା ହେବା ନେଇ ଜାଣିବା ପରେ କମଲକନ୍ନି ସେଠାରେ ଯାଇ ନାମ ଲେଖାଇଥିଲେ ।

ସବୁଦିନ ଶିକ୍ଷାକେନ୍ଦ୍ରକୁ ଯିବା ସହ ଯାହା ପାଠ ପଢୁଥିଲେ ଘର ଖାତାରେ ଲେଖି ଅଭ୍ଯାସ କରୁଥିଲେ । ଆଉ ଏବେ ପରୀକ୍ଷାରେ 100 ରୁ 97 ନମ୍ବର ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି କମଲକନ୍ନି । ଏଥିସହ ସେ ପ୍ରମାଣ କରି ଦେଇଛନ୍ତି କି ପାଠ ପଢିବା ପାଇଁ ବୟସର କୌଣସି ସୀମା ନଥାଏ । ଇଚ୍ଛା ଥିଲେ ମଣିଷ ଯେକୌଣସି ବୟସରେ ଶିକ୍ଷା ଲାଭ କରିପାରିବ । କମଲକନ୍ନିଙ୍କ ସଫଳତାରେ ତାଙ୍କର ପୁଅ-ବୋହୂ, ନାତି-ନାତୁଣୀ ଓ ସ୍ଥାନୀୟ ବାସିନ୍ଦା ସମସ୍ତେ ବେଶ ଖୁସି ହେଉଛନ୍ତି ।

କମଲକନ୍ନିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସମସ୍ତେ କମଲକନ୍ନିଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।