99 ପ୍ରତିଶତ ଲୋକ ପାଣି ପିଇବା ସମୟରେ କରନ୍ତି ଏହି 5ଟି ଭୁଲ ! ଆପଣ ବି କରୁଛନ୍ତି କି ନାହିଁ ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଳ ହିଁ ଜୀବନ । ମନୁଷ୍ୟ ଶରୀରର ୬୦ ପ୍ରତିଶତ ଭାଗ ଜଳ ହିଁ ଆବଶ୍ୟକତା ରହିଥାଏ । ତେବେ ପ୍ରତ୍ଯେକଟି ସଜୀବଙ୍କ ନିମନ୍ତେ ଜଳର ଆବଶ୍ୟକତା ରହିଥାଏ । ସବୁ ଲୋକ ପାଣି ତ ପିଇଥାନ୍ତି । ହେଲେ ପାଣି ପିଇବାର ସଠିକ ପରିମାଣ ଓ ସଠିକ ଢଙ୍ଗ ପ୍ରାୟତଃ ଲୋକଙ୍କୁ ଜଣା ନଥାଏ । ଯାହା ଦ୍ଵାରା ପାଣିର ଶରୀର ପାଇଁ ରହିଥିବା ସ୍ଵାସ୍ଥଗତ ଉପକାରୀତା ଶରୀରକୁ ସଠିକ ଭାବେ ମିଳିପାରିନଥାଏ ।

ତେବେ ଆଜି ଚାଲନ୍ତୁ ପାଣି ପିଇବାର ସଠିକ ନିୟମ ସହ ସେହି ସମ୍ବଧୀୟ କିଛି ତଥ୍ୟ ଆଲୋଚନା କରି ଜାଣିନେବା । ତେବେ ସମସ୍ତଙ୍କ ଶରୀର ପାଇଁ ସମାନ ପରିମାଣର ଜଳର ଆବଶ୍ୟକତା ପଡିନଥାଏ । ସମସ୍ତଙ୍କ ନିଜ ନିଜ କାର୍ଯ୍ୟ ଓ ଶରୀର ଗଠନ ଅନୁଯାଇ ଜଳର ଦରକାର ପଡିଥାଏ । ବହୁତ ଲୋକ ଏପରି ମଧ୍ୟ ରହିଥାନ୍ତି । ଯେଉଁ ମାନେ କି ଦିନମାନ ଶରୀର ଆବଶ୍ୟକ କରିବା ଅନୁଯାଇ ପାଣି ତୁଳନାରେ ବହୁତ ହିଁ କମ୍ ପାଣି ପିଇଥାନ୍ତି ।

ଅନ୍ୟ କିଛି ଲୋକ ଯେଉଁ ମାନେ କି ଦରକାର ଠାରୁ ଅଧିକ ପାଣି ପିଇଥାନ୍ତି । ତେବେ ଶରୀରକୁ ଦରକାର ଠାରୁ ଅଧିକ ପାଣି ମିଳିବା ଦ୍ଵାରା ଶରୀର ମଧ୍ୟରେ ରହିଥିବା କିଛି ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଉପରେ ଅଯଥା ଚାପ ପଡିଯାଇଥାଏ । ତେବେ ଯେତେବେଳେ ଆପଣଙ୍କୁ ଶୋଷ ଲାଗୁଥିବ କି ପାଣି ପିଇବାକୁ ଇଛା ଥିବ । ସେହି ସମୟରେ ହିଁ ପାଣି ପିଇବା ଉଚିତ । ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ ବା ୧ ଘଣ୍ଟା ପରେ ପାଣି ସେବନ କରନ୍ତୁ ।

ଖାଦ୍ୟ ଖାଉଥିବା ସମୟରେ ବାରମ୍ବାର ପାଣିର ସେବନ କରନ୍ତୁ ନାହିଁ । ବହୁତ ଲୋକ ଶୋଷ କରୁଥିବା ସମୟରେ ଢକ ଢକ କରି ଅତି ଥଣ୍ଡା ପାଣିକୁ ପିଇଦେଇଥାନ୍ତି । ଯାହାକି ତାଙ୍କ ସ୍ଵାସ୍ଥ ପକ୍ଷେ ହିତକର ହୋଇନଥାଏ । ତେଣୁ ପ୍ରାୟ ସମୟରେ ଥଣ୍ଡା ପାଣିକୁ ଦୂର କରି ସାଧାରଣ ତାପମାତ୍ରାରେ ଥିବା ପାଣିକୁ ପିଇବା ସ୍ଵାସ୍ଥ ପକ୍ଷେ ହିତକର ହୋଇଥାଏ ।

ବହୁତ ଲୋକ ପାଣି ପିଇବା ସମୟରେ ଠିଆ ଠିଆ ହୋଇ ମନ ଇଛା ପାଣିକୁ ପିଇବାରେ ଲାଗିପଡିଥାନ୍ତି । ତେବେ ଏହା ଆଦ୍ୱୋ ମଧ୍ୟ ଉଚିତ ନୁହେଁ । ପାଣି ପିଇବା ସମୟରେ ସଦା ସର୍ବଦା ବସି ଧୀରେ ସୁସ୍ତେ ପାଣି ପିଇବା ଉଚିତ । ତେବେ ପାଣି ପିଇବା ସମୟରେ ସବୁବେଳେ ଉପରୋକ୍ତ କଥାମାନ ଉପରେ ଧ୍ୟାନ ଦେଇ ପାଣି ପିଇବା ଉଚିତ ।

ଯାହା ଦ୍ଵାରା ଶରୀରକୁ ଆବଶ୍ୟକ ମୁତାବକ ପାଣି ମିଳିବା ସହ ପାଣିର ସ୍ଵାସ୍ଥଗତ ଉପକାରୀତା ମଧ୍ୟ ଠିକ ଭାବେ ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ