ଏହି ଲୋକର ଘରେ ଅଛି ଦୁନିଆର ସବୁଠୁ ବଡ ଅଜଗର, ମିନିଟରେ କାହାକୁ ବି ଖାଇପାରେ

ଇଂଲଣ୍ଡର ଟ୍ୱେକ୍ସବରୀ ସହରରେ ମାର୍କ୍ସ ହୋବ୍ସ ନାମକ ଜଣେ ଲୋକ ୧୮ ଫୁଟ ଅଜଗର ପାଳିଛନ୍ତି । ଏହି ଅଜଗରଟିକୁ ହୋବ୍ସ ସ୍ନେହରେ ହେକ୍ସି ବୋଲି ଡାକନ୍ତି । ଅଜଗରଟିକୁ ହୋବ୍ସ ନିଜର ୩ ଟି ରୁମ ଥିବା ଘରେ ନିଜ ସାଥିରେ ରଖିଛନ୍ତି, ହେକ୍ସିକୁ ଦୁନିଆର ସବୁଠୁ ବଡ ଅଜଗର ବୋଲି କୁହାଯାଉଛି । ଏତେ ବଡ ଓ ମାରାତ୍ମକ ଜୀବକୁ ଘରେ ନିଜ ସାଥିରେ ରଖିବା ମାମୁଲି କଥା ନୁହେଁ।

ହେକ୍ସି ନାମକ ଅଜଗରଟି ଏକ ମାଈ ସାପ ଅଟେ ଯିଏ ହରିଣ, ଠେକୁଆ, ଘୁଷୁରି ଓ ଛେଳି ଖାଇଥାଏ । ଅଜଗରଟି ଖାଉଥିବା ସବୁ ପ୍ରାଣୀ ମାନଙ୍କୁ ସ୍ଥାନୀୟ କୃଷକମାନେ ଉପଲବ୍ଧ କରାନ୍ତି । ଏହି ବଡ ଅଜଗର ର ମଳକୁ ଏକ ବଡ ବିନ୍ ବ୍ୟାଗରେ ଜମା କରାଯାଏ । ହୋବ୍ସ ଏହି ସାପ ପାଇଁ ହଜାର ହଜାର ପାଉଣ୍ଡ୍ସ ଖର୍ଚ୍ଚ କରନ୍ତି ।

ଏହି ଅଜଗରଟି ବର୍ତ୍ତମାନ ଏତେ ବଡ ହେଇଗଲାଣି କି ଗୋଟେ ମଣିଷକୁ କିଛି ମିନିଟ ମଧ୍ୟରେ ହିଁ ଖାଇପାରେ, ହେଲେ ହୋବ୍ସଙ୍କୁ ତାଙ୍କ ଅଜଗର ଉପରେ ଏତେ ଭରଷା କି ସେ କାହାକୁ ବି କଷ୍ଟ ଦେବନି । ହୋବ୍ସ ଏହି ଅଜଗରଟିକୁ ୮ ବର୍ଷ ପୂର୍ବରୁ କିଣିକି ଆଣିଥିଲେ । ସେତେବେଳେ ଅଜଗରଟି ୮ ଇଞ୍ଚର ଥିଲା । ୮ ବର୍ଷ ରେ ଏହି ସାପ ଟି ୧୮ ଫୁଟ ର ହୋଇଗଲାଣି । ଏହି ଅଜଗରଟିର ଓଜନ ୧୦୦ କିଲୋ ହୋଇଗଲାଣି । ହୋବ୍ସ ତାକୁ ବହୁତ ଭଲ ପାଆନ୍ତି ।