ରାସନ କାର୍ଡକୁ ନେଇ ସରକାରଙ୍କ ନୂଆ ନିୟମ, ଜାଣିଲେ ଖୁସି ହୋଇଯିବେ ଆପଣ

ରାସନ କାର୍ଡକୁ ନେଇ ଭାଜପା ସରକାର ଏକ ବଡ ଘୋଷଣା କରିଛନ୍ତି । ଯାହା ଫଳରେ ରାସନ କାର୍ଡ ଥିବା ଲୋକମାନେ ଗୋଟିଏ ଦୋକାନରୁ ଜିନିଷ କିଣିବା ପାଇଁ ବାଧ୍ୟ ନୁହଁନ୍ତି ବରଂ କୌଣସି ବି ଦୋକାନରୁ ଜିନିଷ ନେଇ ପାରିବେ । ଏଥିପାଇଁ ବହୁତ ଲୋକ ଫାଇଦାରେ ରହିବେ । ଏହାର ଆରମ୍ଭ ତ୍ରିପୁରା ରେ ହୋଇସାରିଛି । ଏଥି ପାଇଁ ଡିସେମ୍ବର ମାସରୁ ଲାଭାର୍ଥୀଙ୍କୁ ରାସନ ପ୍ରାପ୍ତି କରାଇବା ପାଇଁ ରାସନ କାର୍ଡ ପୋର୍ଟାବିଲିଟି ର ଆରମ୍ଭ ହୋଇସାରିଛି ।

ପୂର୍ବରୁ ରାସନ କାର୍ଡ ଦ୍ଵାରା ଲୋକମାନେ କେବଳ ଗୋଟିଏ ଦୋକାନରୁ ଜିନିଷ କିଣୁଥିଲେ, ହେଲେ ନୂଆ ନିୟମ ଅନୁଯାୟୀ ଲୋକମାନେ କୌଣସି ବି ଦୋକାନରୁ ସାମଗ୍ରୀ କିଣିପାରିବେ ।

ସରକାରଙ୍କ ଘୋଷଣା ବିଷୟରେ ଧୀରେନ୍ଦ୍ର ଦେବବର୍ମା କହିଛନ୍ତି କି ନୂଆ ନିୟମ ଅନୁସାରେ କୌଣସି ବି ଉପଭୋକ୍ତା ନିଜର ରାସନ କାର୍ଡ ଓ ଆଧାର କାର୍ଡ ଦ୍ଵାରା କୌଣସି ବି ଦୋକାନ ରୁ ରାସନ ନେଇପାରିବେ । କିନ୍ତୁ ସବୁ ରାସନ ଦୋକାନରେ ବିକ୍ରି ମେସିନ୍ ରେ ଆଙ୍ଗୁଠି ଚିହ୍ନ ଜରୁରୀ ଅଟେ । ଏହା ଦ୍ଵାରା ଲୋକମାନେ ବହୁତ ଖୁସି ଅଛନ୍ତି । ସେମାନଙ୍କୁ ରାସନ ପାଇଁ ଗୋଟିଏ ଦୋକାନରେ ହିଁ ଲାଇନ୍ ରେ ଛିଡା ହେବାକୁ ପଡିବ ନାହିଁ । ଏହି ପ୍ରଣାଳୀରେ ସମୟ ମଧ୍ୟ ବଞ୍ଚିବ ।