ଶାସ୍ତ୍ର ଅନୁସାରେ କରନ୍ତୁ ଏହି ଉପାୟ, ଘରେ ହେବ ନାହିଁ ଧନର ଅଭାବ, ମା’ ଲକ୍ଷ୍ମୀ ଓ କୁବେର ଦେବତାଙ୍କ କୃପା ବର୍ଷିବ

ସମସ୍ତ ବ୍ୟକ୍ତିଙ୍କର ଏହି ଇଚ୍ଛା ଥାଏ କି ସେମାନେ ଜଲ୍ଦି ଜଲ୍ଦି ଧନବାନ ହୋଇ ଯାଆନ୍ତୁ । କିନ୍ତୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ସେମିତି କହିବାକୁ ଗଲେ ପରିଶ୍ରମ ତ ସମସ୍ତେ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ନିଜର ପରିଶ୍ରମ ଅନୁସାରେ ଫଳ ମିଳି ନ ଥାଏ । ଏତେ ପରିଶ୍ରମ କରିବା ସତ୍ତ୍ୱେ ବି ତାଙ୍କୁ ଟଙ୍କା ଆୟ କରିବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟକୁ ଆପଣାଇ ପାରିବେ ।

ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ଶାସ୍ତ୍ରରେ କୁହାଯାଇଥିବା ମନ୍ତ୍ର ଓ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ଆପଣ ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରି ପାରିବେ ।

ଶାସ୍ତ୍ର ଅନୁସାରେ କରନ୍ତୁ ଏହି ଉପାୟ, ଘରେ ହେବ ନାହିଁ ଧନର ଅଭାବ

·    ଆପଣ ସମସ୍ତେ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଯଦି ଧନର ଦେବୀ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ପଡିଥାଏ ତେବେ ସେହି ବ୍ୟକ୍ତିର ଜୀବନରେ ଧନ ସମ୍ବନ୍ଧିତ ସମସ୍ୟାର ସମାଧାନ ହୋଇଯାଏ । ଶାସ୍ତ୍ରରେ କୁହାଯାଇଛି କି ଯେଉଁ ଘରେ ମାତା ଲକ୍ଷ୍ମୀଙ୍କର ଶ୍ରୀ ସୁକ୍ତ ର ପାଠ ହୋଇଥାଏ ସେହି ଘରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯେଉଁ ଘରେ ଶ୍ରୀ ସୂକ୍ତ ର ପାଠ ସକାଳେ ସନ୍ଧ୍ୟା ସମୟରେ ହୋଇଥାଏ ସେହି ଘରେ କେବେ ବି ଧନର ଅଭାବ ହୋଇ ନ ଥାଏ ।

·    ଯଦି ଆପଣ ଧନ ଲାଭ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ କୁବେର ଦେବତାଙ୍କର ସିଦ୍ଧ ମନ୍ତ୍ର “ଓଁ ଶ୍ରୀ ଓଁ ହ୍ରୀଂ ଶ୍ରୀଂ ହ୍ରୀଂ କ୍ଲୀଂ ଶ୍ରୀଂ କ୍ଲୀଂ ବିତ୍ତେଶ୍ୱରାୟ ନମଃ ।“ ଜପ କରନ୍ତୁ, ଯଦି ଆପଣ ଏହି ମନ୍ତ୍ରକୁ ନିୟମିତ ରୂପରେ ଜପ କରୁଛନ୍ତି ତେବେ ଏହା ଦ୍ଵାରା ଧନର ଆଗମନ ବଢିଥାଏ ।

·    ଯଦି ଆପଣ ନିଜ ଜୀବନରେ ଧନ ସହ ଜଡିତ ସମସ୍ୟାକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ କୁବେରଙ୍କର ଏକ ଛୋଟ ମନ୍ତ୍ର “ଓଁ ୱୈଶ୍ରବଣାୟ ସ୍ୱାହା:” ର ଜପ କରି ପାରିବେ । ଏହି ମନ୍ତ୍ର ବହୁତ ପ୍ରଭାବଶାଳି ହୋଇଥାଏ । ଯଦି ଆପଣ ଏହି ମନ୍ତ୍ରକୁ ନିୟମିତ ରୂପରେ ୧୦୮ ଥର ଜପ କରିବେ ତେବେ ଏହା ଦ୍ଵାରା ଧନ ପ୍ରାପ୍ତିର ମାର୍ଗରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ ଓ ଆପଣଙ୍କ ଜୀବନରୁ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ ।