ମାଙ୍କଡ ନିଜର ଚିକିତ୍ସା କରିବା ପାଇଁ ପହଞ୍ଚିଲା ମେଡ଼ିସିନ ଦୋକାନରେ, ପୁରା ଘଟଣା ଜାଣିଲେ ଆଖିରେ ଲୁହ ଆସିଯିବ

ଗୋଟିଏ ଆଘାତ ପାଇଥିବା ମାଙ୍କଡ ନିଜର ଚିକିତ୍ସା କରିବା ପାଇଁ ପହଞ୍ଚିଥିଲା ମେଡ଼ିସିନ ଦୋକାନରେ । କୁହାଯାଉଛି ଯେ ଏହି ମାଙ୍କଡଟି ପରସ୍ପର ସହିତ ଲଢେଇରେ ଆଘାତ ପାଇଥିଲା । ଗୋଟିଏ ଅଟୋରେ ବସି ସେ ମେଡ଼ିସିନ ଦୋକାନରେ ପହଞ୍ଚିଥିଲା । ଏହି ଘଟଣା ଟି ଝାଡଖଣ୍ଡର ବୀରଭୂମ ର ମଲ୍ଲାରପୁର ଷ୍ଟେସନରେ ହୋଇଥିଲା ଯେଉଁଠି ଦେଖଣାହାରୀଙ୍କ ଆଖିରେ ଲୁହ ଆସିଗଲା ।

ଏହି ସ୍ଥାନରେ ଦୁଇଟି ମାଙ୍କଡଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ହୋଇଥିଲା । ଯାହା ଫଳରେ ଏହି ମାଙ୍କଡଟି ଆଘାତ ପାଇଥିଲା । କୁହାଯାଉଛି କି ମାଙ୍କଡମାନଙ୍କର ଏହି ଲଢେଇକୁ କିଛି ଲୋକ ଦେଖିଛନ୍ତି । ଲୋକମାନେ ଏହି ଲଢେଇ ଅଟକାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ହେଲେ ସେମାନେ ଲଢିବାରେ ଲାଗିଥିଲେ । ଯେତେବେଳେ ସେମାନଙ୍କର ଲଢେଇ ବନ୍ଦ ହେଲା, ଗୋଟିଏ ମାଙ୍କଡ ଆଘାତ ପାଇଥିଲା ।

ଏହା ପରେ ସେ ଏକ ଅଟୋ ଦେଖି ସେଥିରେ ବସିଗଲା । ଅଟୋ ଚାଳକ ଜଣକ ମାଙ୍କଡଟିକୁ ଅଟୋରେ ନେଇ ଯାଇଥିଲା, ହେଲେ ରାସ୍ତାରେ ଏକ ମେଡ଼ିସିନ ଦୋକାନ ଦେଖି ମାଙ୍କଡଟି ଅଟୋରୁ ଓଲ୍ହାଇ ସିଧା ସେହି ଦୋକାନରେ ପହଞ୍ଚିଥିଲା । ମାଙ୍କଡଟିର ଏହି କାମ ଦେଖି ଅଟୋ ଚାଳକ ଓ ସ୍ଥାନୀୟ ଲୋକମାନେ ଏକାଠି ହୋଇଯାଇଥିଲେ ।

ଏହା ପରେ ମାଙ୍କଡଟି ମେଡିସିନ ଦୋକାନର କାଉଣ୍ଟର ରେ ଚଢି ଯାଇ ଇଶାରାରେ ନିଜ ଘା’ ଦେଖାଇଥିଲା । ଲୋକମାନେ ମାଙ୍କଡଟିକୁ ଅଲଗା ଏକ ସ୍ଥାନରେ ନେଇ ବସାଇଲେ ଓ ତା’ର ଘା’ ରେ ମଲମ ଲଗାଇଲେ । ମାଙ୍କଡଟି ଶାନ୍ତ ହୋଇ ବସିଥିଲା । ଚିକିତ୍ସା କରିବା ପରେ ମାଙ୍କଡଟିକୁ ପାଣିରେ ଔଷଧ ମିଶାଇ ପିଆଇଥିଲେ ।

କୁହାଯାଉଛି କି ସେହି ମାଙ୍କଡଟି ଜଙ୍ଗଲି ନଥିଲା , କାରଣ ବହୁତ ସମୟ ସେ ମଣିଷ ମାନଙ୍କର ପରିବେଶରେ ରହି ସେ ମଣିଷମାନଙ୍କର ଗତିବିଧିକୁ ଶିଖି ଯାଇଥିଲା । ଯାହାଫଳରେ ସେ ମେଡ଼ିସିନ ଦୋକାନକୁ ଯାଇପାରିଥିଲା ।