ଭାଉଜର ଭାଇ କରିଲା ଦୁଷ୍କର୍ମ, ନାବାଳିକା ୮ ମାସର ଗର୍ଭବତୀ

ମହେଶ ନଗର ଥାନା କ୍ଷେତ୍ରରେ ଏକ ନାବାଳିକା ସହ ଘଟିଛି ଦୁଷ୍କର୍ମ । ନାବାଳିକା ର ଭାଉଜର ଭାଇ ମୁକେଶ କୁମାର ତାକୁ ପ୍ରେମ ଜାଲରେ ଫସାଇ ଦିଲ୍ଲୀ ର ଅମ୍ବାଲାକୁ ନେଇଯାଇ ୫ ଥର ୨ ଟି ହୋଟେଲରେ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଗର୍ଭବତୀ ହୋଇ ମୁକେଶକୁ କହିଥିଲା, ମୁକେଶ ତାକୁ ବିବାହ କରିବାର ଆଶ୍ଵାସନା ଦେଇଥିଲା  । ହେଲେ ନାବାଳିକାର ପରିବାର ଏହି କଥା ଜାଣିଲା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା ।

ଏହା ପରେ ସେମାନେ ଥାନାରେ କେସ୍ ଦେଇଥିଲେ । ଥାନାରେ ମୁକେଶ ବିଷୟରେ ସବୁ ଜଣାଗଲା । ଯାହା ପରେ ମହିଳା ପୋଲିସ ବିହାରର ମୋତିହାରୀ ଜିଲ୍ଲାର ଫତୁଆ ଗାଁ ରେ ରହୁଥିବା ମୁକେଶ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ରବିବାର ଦିନ ପୋଲିସ ନାବାଳିକାର କ୍ୟାଣ୍ଟ ର ନାଗରିକ ହସ୍ପିଟାଲ ରେ ମେଡିକାଲ ଟେଷ୍ଟ କରିଥିଲେ ଓ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରଖିଥିଲେ ।

ଦିଲ୍ଲୀରେ କପଡା ସିଲେଇ କରେ ଆରୋପି

ଆରମ୍ଭ ରୁ ଆରୋପି ତା’ ଭଉଣୀର ନଣନ୍ଦକୁ ପ୍ରେମ ଜାଲରେ ଫସେଇ ଥିଲା । ପ୍ରେମ କଥାରେ ଫସେଇ ନାବାଳିକାକୁ ହୋଟେଲ ନେଇ ୫ ଥର ତା ଶରୀର ସହ ଖେଳି ଦୁଷ୍କର୍ମ କରିଥିଲା  ।

୨ଟା ହୋଟେଲରେ ସେ କରିଥିଲା ଦୁଷ୍କର୍ମ

ପୋଲିସ ର ଅନୁସନ୍ଧା ରେ ଜଣାପଡିଲା କି ୨ ଟି ହୋଟେଲକୁ ନେଇ ୫ ଥର ଦୁଷ୍କର୍ମ କରିଥିଲା ଆରୋପି । ପ୍ରଥମ ହୋଟେଲରେ ୪ ଥର ଦ୍ଵିତୀୟ ହୋଟେଲ ରେ ଥରେ ଦୁଷ୍କର୍ମ କରିଥିଲା  ।

ନାବାଳିକା ଗାଧେଇବା ସମୟରେ ଦେଖିଥିଲା ତା’ ମା’ ଖୋଲିଯାଇଥିଲା ରହସ୍ୟ

ନାବାଳିକା ତା’ ପରିବାର ସହ ମା’ଙ୍କ ଦର୍ଶନ କରିବା ପାଇଁ ମନ୍ଦିର ଯାଇଥିଲା । ଦର୍ଶନ କରିବା ପୂର୍ବରୁ ନାବାଳିକା ଜଣକ ଗାଧୋଇବାକୁ ଯାଇଥିଲା । ସେହି ସମୟରେ ନାବାଳିକାର ମା’ ତାକୁ ଦେଖି ଦେଇଥିଲା, ଘରେ ଆସିବା ପରେ ପରିବାରର ଲୋକମାନେ ସବୁ ତାକୁ ପଚରା ଉଚରା କରିବାରୁ ସେ ସବୁ ସତ କଥା କହିଥିଲା । ସେଥିପାଇଁ ପରିବାର ଲୋକ ଥାନାରେ ମୁକେଶ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ।