ଛାତ୍ରୀର ବ୍ୟାଗ ରୁ ମିଳିଲା ଆପତ୍ତିଜନକ ଜିନିଷ, ଦେଖିବା ମାତ୍ରେ ପ୍ରିନ୍ସିପାଲ ସ୍କୁଲ ରୁ କାଟିଦେଲେ ନା

ୟୁପିର ଚାନ୍ଦୋଲି ର ଗୋଟିଏ ସ୍କୁଲ୍ ରେ ଏକ ଏପରି ଘଟଣା ଘଟିଥିଲା ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଚାନ୍ଦୋଲିର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀର ବ୍ୟାଗ୍ରୁ ମିଳିଲା ବିଷ । ଚାନ୍ଦୋଲିର ଚକିଆ କୋତବାଲିରେ ପଞ୍ଚବନିୟା ଗାଁରେ ଥିବା ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏକ ଛାତ୍ରୀ ଗୁରୁବାର ଦିନ ନିଜ ବ୍ୟାଗ୍ ରେ ବିଷ ଆଣି ଆସିଥିଲା ।

ଅନ୍ଯ ଛାତ୍ରମାନେ ଏହା ଜାଣି ଅଧ୍ୟାପକମାନଙ୍କୁ କହିଲେ । ଏହା ପରେ ପ୍ରଧାନ ଅଧ୍ୟାପକ ଆସିଲେ । ସେ ତୁରନ୍ତ ପୋଲିସକୁ ଏହି ଖବର ଦେଇଥିଲେ, ଯାହାଫଳରେ ପୋଲିସ ଠିକ ସମୟରେ ସେହିଠାରେ ପହଞ୍ଚି ଯାଇଥିଲା । ପୋଲିସ ସେହି ଛାତ୍ରୀଟିକୁ ପଚରା ଉଚରା କଲା । ଶେଷରେ ପ୍ରଧାନ ଅଧ୍ୟାପକ ଛାତ୍ରୀ ଜଣଙ୍କର ନାମକୁ ସ୍କୁଲ୍ରୁ କାଟି ଦେଇଥିଲେ ।

ଏହି ଖବର ମିଳିଲା ପରେ ଗାଁ ଲୋକମାନେ ସ୍କୁଲ୍ ପାଖରେ ଭିଡ ଜମେଇଥିଲେ । ହେଲେ ଛାତ୍ରୀ ଜଣକ ସ୍କୁଲ୍ ବ୍ୟାଗ୍ ରେ କାହିଁକି ବିଷ ନେଇ ଆସିଥିଲା, ଏହାର ଉତ୍ତର ଏ ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ । ଅଧ୍ୟାପକମାନଙ୍କ ମତରେ ଯଦି କିଛି ସମୟ ଡେରି ହୋଇଥାନ୍ତା ତା’ ହେଲେ କିଛି ବି ହୋଇ ପାରିଥାନ୍ତା ।