ଲକଡାଉନ- ଦେଶସାରା ଫସି ରହିଥିବା ଲୋକଙ୍କ ପାଇଁ ସରକାର ଚଲାଇ ପାରନ୍ତି ସ୍ପେଶାଲ ଟ୍ରେନ, ଫ୍ରୀ ହେବ ଏମିତି ଯାତ୍ରା

ମହାମାରୀ ଭୂତାଣୁ ପାଇଁ ସଂପୂର୍ଣ୍ଣ ଦେଶରେ ଲକଡାଉନ ଚାଲିଛି । ଏଥିପାଇଁ ସବୁ ଦୋକାନ ବଜାର ଏବଂ ଯାନବାହନର ଚଳାଚଳ ମଧ୍ୟ ବନ୍ଦ ହୋଇଛି । ମହାମାରୀ ସଂକ୍ରମିତ ଦିନକୁ ଦିନ ବଢିବାରେ ଲାଗିଛି ସେଥିପାଇଁ ଲକଡାଉନର ସମୟ ସୀମାକୁ ୩ ମେ ପର୍ଯ୍ୟନ୍ତ ବଢାଯାଇଛି । ବର୍ତ୍ତମାନ ସମଗ୍ର ଦେଶ ପୁରା ଶୁନସାନ ହୋଇପଡିଛି ମହାମାରୀ ଭୂତାଣୁ ପାଇଁ । ଲକଡାଉନ ପାଇଁ ବହୁତ ଜାଗାରେ ଲୋକମାନେ ଫସି ରହିଛନ୍ତି । ଯାନବାହନ ଚଳାଚଳ ବନ୍ଦ ଥିବାରୁ ସେମାନେ ନିଜ ଘରକୁ ଆସିପାରୁ ନାହାଁନ୍ତି ।

ରାଜ୍ୟ ସରକାର ସ୍ଥାନୀୟ ସାଂସଦ ଙ୍କ ଉପରେ ଚାପ ପକାଉଛନ୍ତି କି ଅଲଗା ଅଲଗା ଜାଗାରେ ଫସି ରହିଥିଲା ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ । ସେମାନଙ୍କୁ ନିଜ ଘରେ ପହଞ୍ଚାଇବାର ବଡ ମାଧ୍ୟମ ରେଳ ବିଭାଗ ବି ନିଜେ ପ୍ରସ୍ତୁତ ହେବାରେ ଲାଗିଛନ୍ତି । କେନ୍ଦ୍ର ସରକାର ଯଦି ଅନୁମତି ଦିଅନ୍ତି ତାହେଲେ କିଛି ରେଳ ଗ୍ରୀନ ଜୋନରେ ଚାଲିବ ।

ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ଭିଡିଓ କନ୍ଫ୍ରେସିଙ୍ଗ ହେବ ଏବଂ ଏଥିରେ ଜାଗା ଜାଗାରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟ କୁ ପଠାଇବା ବିଷୟରେ ଆଲୋଚନା ହେବ । କିନ୍ତୁ ରେଳ ବିଭାଗ କହିଛନ୍ତି କି ଯଦି ସେମାନଙ୍କ ପାଇଁ ସ୍ପେଶାଲ ରେଳ ଚାଲିବ ତାହେଲେ ଏହି ରେଳ ବାଟରେ କେଉଁଠି ବି ରହିବ ନାହିଁ କି ଯାତ୍ରୀମାନେ ଏହାକୁ ଅଟକାଇ ପାରିବେ ନାହିଁ । ରେଳ କେବଳ ଗୋଟିଏ ସ୍ଥିର କରାଯାଇଥିବା ଜାଗାକୁ ଯିବ ଏବଂ କେବଳ ସେଠାରେ ହିଁ ରହିବ ।

ଏହି ସ୍ପେଶାଲ ରେଳ ରେ କେଉଁ ମାନେ ଯାତ୍ରା କରିବେ ତାହା ରାଜ୍ୟ ସରକାର କହିବେ ଏବଂ ଯାତ୍ରୀ ମାନଙ୍କ ଠାରୁ କିଛି ବି ପଇସା ନିଆଯିବ ନାହିଁ । ଏହା ସହିତ ସେଠାରେ ସାମାଜିକ ଦୂରତା ମଧ୍ୟ ରହିବ । ଏହି ସ୍ପେଶାଲ ରେଳ ସହିତ ଗୋଟିଏ ଆଇସୋଲେଟେଡ କୋଚ ମଧ୍ୟ ଚାଲିବ । ସେଥିରେ ଡକ୍ଟର ମାନଙ୍କର ଟିମ ହିଁ ରହିବେ । ରେଳ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ କୌଣସି ରେଳ ଚାଲିବାର ଯୋଜନା ନାହିଁ ।

ସେ କହିଛନ୍ତି କି ରେଳ ସବୁବେଳ ପାଇଁ ପ୍ରସ୍ତୁତ ଅଛି କିନ୍ତୁ ରେଳ ଚଳାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଥମେ ଅନୁମତି ଦେବା ଦରକାର । ଯେତେବେଳେ ରେଳ ଚାଲିବ ସେତବେଳେ ପ୍ରଥମେ ନୋଟିସ ଜାରି କରାଯିବ । କୋଭିଡ-୧୯ କାରଣରୁ ଗୋଟିଏ ବିଭାଗ ନିଷ୍ପତ୍ତି ନେଇ ପାରିବ ନାହିଁ । ଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।