ଗରିବ ପରିବାରକୁ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ ନମ୍ବରରେ ଖାଦ୍ୟ ମାଗିବାର କମ୍ପ୍ଲେନ କରିବା ପଡିଲା ଭାରି

ଉତ୍ତର ପ୍ରଦେଶର ଫର୍ରୁଖାବାଦ ଜିଲ୍ଲାରେ ମାନବଜାତି ପାଇଁ ଏକ ଲଜ୍ୟାଜନକ ମାମଲା ସାମ୍ନାକୁ ଆସୁଛି । ଯେଉଁଠି ଗୋଟିଏ ପରିବାରକୁ ଲକଡାଉନ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ ନମ୍ବରରେ ଖାଦ୍ୟ ମାଗିବାର କମ୍ପ୍ଲେନ କରିବା ବହୁତ ଭାରି ପଡିଲା । କହିବାକୁ ଗଲେ କମ୍ପ୍ଲେନ ମିଳିବା ପରେ ପୋଲିସ ଓ ରାଜସ୍ୱ କର୍ମୀ ସେହି ସ୍ଥାନରେ ପହଞ୍ଚିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଅଫିସରମାନେ କମ୍ପ୍ଲେନ କରିଥିବା ଯୁବକକୁ ଗାଳି ଗୁଲଜ କରିଲେ ଓ ଯେତେବେଳେ ଯୁବକ ଜଣକ ଏହାର ବିରୋଧ କରିଲା ତ ରାଗରେ ଆସି ପୋଲିସ ତାକୁ ମାରିବାକୁ ଲାଗିଲେ ।

ଏହା ପରେ ତାକୁ ଧରି ଥାନାକୁ ନେଇଗଲେ ଓ ଜେଲ ପଠାଇ ଦେବା ପାଇଁ ବି ଧମକ ଦେଲେ । କିନ୍ତୁ କିଛି ଲୋକମାନଙ୍କ ହସ୍ତକ୍ଷେପ ପରେ ଯୁବକ ଜଣକ ଘରକୁ ଫେରି ଆସିଲା । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପୋଲିସର ମାଡ ପରେ ଯୁବକ ଜଣକ ଆହତ ହୋଇ ଯାଇଥିଲା ଓ ଏହା ପରେ ସେ ନିଜର ହାତ କାଟି ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଲା ।

ସୂଚନା ଅନୁସାରେ ଥାନା କଂପିଲର ମୋହଲ୍ଲା ମାଂଝ ଗ୍ରାମ ନିବାସୀ ହୃଦେଶ କୁମାର ନିଜର ୧୬ ବର୍ଷର ପୁତ୍ର ଦୀପକ ସହିତ ରହୁଥିଲେ । ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ହିଁ ଖରାପ ଅଟେ । ଘର ବି ଭଙ୍ଗା ଅବସ୍ଥାରେ ଅଛି ଓ ଖାଦ୍ୟ ତିଆରି କରିବା ପାଇଁ ଗ୍ୟାସର ବ୍ୟବସ୍ଥା ବି ନାହିଁ । ଶେଷରେ ଦୀପକ ଭୋକକୁ ସହି ନ ପାରି ଓ ପରିବାରର ଆର୍ଥିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ ନମ୍ବର ୧୦୭୬ରେ କମ୍ପ୍ଲେନ କରିଦେଲା ।

କମ୍ପ୍ଲେନ ପରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିବା ଅଧିକାରୀ ରୋହିତ ଦୀକ୍ଷିତ ଓ ପୋଲିସ ଅଫିସର ମୋହନ ସିଂହ ଦୀପକକୁ ବହୁତ ଗାଳି ଗୁଲଜ କରିଲେ ଓ ତାହା ସହିତ ମାରପିଟ ବି କରିଲେ । ଏହା ପରେ ପୋଲିସର ମାରିବା ପରେ ଯୁବକ ଜଣକ ନିଜର ହାତ କାଟି ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଲା । କିନ୍ତୁ ଗ୍ରାମବାସୀମାନେ କବାଟ ଭାଙ୍ଗି ଯୁବକକୁ ବଞ୍ଚାଇଲେ ।

ଯୁବକ ସହିତ ମାରପିଟର ଏହି ମାମଲାକୁ ଜିଲ୍ଲା ଅଧିକାରୀ ମାନବେନ୍ଦ୍ର ସିଂହ ନିଜ ଅଧୀନରେ ନେଲେ । ଡ଼ିଏମଙ୍କ ଆଦେଶ ଅନୁସାରେ କାୟମଗଞ୍ଜ ତହସୀଲଦାର ଭୂପାଲ ସିଂହ ଯାଞ୍ଚ କରିବା ପାଇଁ ସେହି ସ୍ଥାନକୁ ଗଲେ । ତହସୀଲଦାର ପୀଡ଼ିତା ଯୁବକ ଦୀପକ ଠାରୁ ମାମଲାର ସୂଚନା ହାସଲ କରିଲେ । ଏହା ସହିତ ତହସୀଲଦାର ତତ୍କାଳ ପୀଡ଼ିତା ପାଇଁ ଖାଦ୍ୟ ସାମଗ୍ରୀ ଓ ଖାଦ୍ୟ ପ୍ୟାକେଟ ଦେବା ପାଇଁ ରାଜସ୍ୱ କର୍ମୀମାନଙ୍କୁ ଆଦେଶ ବି ଦେଲେ ଓ ବର୍ତ୍ତମାନ ସେ ମାମଲାର ଯାଞ୍ଚ କରୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ।