କଣ ଭଗବାନ ରାମଙ୍କର କେହି ଭଉଣୀ ଥିଲେ ? ଜାଣନ୍ତୁ ରାମାୟଣର ଏହି ଶୁଣି ନଥିବା ଘଟଣାର ସମ୍ପୂର୍ଣ କାହାଣୀ

ଭଗବାନ ରାମ ବିଷ୍ଣୁଙ୍କର ଅବତାର ଅଟନ୍ତି । ସେ ଅଯୋଧ୍ୟା ରାଜା ଦଶରଥଙ୍କର ପୁତ୍ର ଥିଲେ । ସେ ଜଣେ ସଚ୍ଚୋଟ ଏବଂ ଧର୍ମ ପରାୟଣ ରାଜା ମଧ୍ୟ ଥିଲେ । ଦଶରଥଙ୍କର ଚାରି ପୁତ୍ର ଥିଲେ ସେମାନେ ହେଉଛନ୍ତି ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ । ସେହି ହିସାବରେ ରାମଙ୍କର ତିନି ଭାଇ ଥିଲେ । କଣ ଆପଣ ଜାଣିଛନ୍ତି କି ରାମଙ୍କର କୌଣସି ଭଉଣୀ ଥିଲେ ବୋଲି ? ଏହି କଥା କେହି ହେଲେ ଜାଣି ନଥିବେ । ତାହେଲେ ଚାଲନ୍ତୁ ଜାଣିବା ରାମଙ୍କ ଭଉଣୀ ବିଷୟରେ ।

ଏହି କଥା ବିଷୟରେ ଆଚାର୍ଯ୍ୟ ମୃଦୁଳାକାନ୍ତ ଶାସ୍ତ୍ରରେ କହିଛନ୍ତି । ସେ କହିଛନ୍ତି କି ଭାଗବତ ପୁରାଣର କଥା ଭିତରେ ରାମଙ୍କ ଭଉଣୀଙ୍କ କଥା ଆସୁଛି । ହିମାଚଳ ପ୍ରଦେଶ ଠାରୁ ୫୦କିଲୋମିଟର ଦୂରରେ ଦେବୀ ଶାନ୍ତା ଙ୍କ ମନ୍ଦିର ଅଛି । ସେହି ମନ୍ଦିର ମନ୍ଦିରରେ ଦେବୀ ଶାନ୍ତାଙ୍କ ସହିତ ତାଙ୍କ ସ୍ଵାମୀ ଋଷି ଶୃଙ୍ଗ ଙ୍କର ପ୍ରତିମା ମଧ୍ୟ ଅଛି । ଦେବୀ ଶାନ୍ତା ଆଉ କେହି ନୁହଁନ୍ତି ସେ ହେଉଛନ୍ତି ରାମଙ୍କର ଭଉଣୀ ।

ଅଯୋଧ୍ୟାର ରାଜା ଦଶରଥ ଏବଂ ଅଙ୍ଗ ଦେଶର ରାଜା ରୋମପଦ ଦୁଇଜଣ ବନ୍ଧୁ ଥିଲେ । ରୋମପଦ ସ୍ତ୍ରୀ ବର୍ଷିନୀଙ୍କର କିଛି ସନ୍ତାନ ହେଉ ନଥିବାରୁ ସେ ସବୁବେଳେ ଚିନ୍ତାରେ ରହୁଥିଲେ । ଥରେ ଦଶରଥ, ରୋମପଦ ଏବଂ ବର୍ଷିନୀ ଏକାଠି ବସି କଥା ହେବା ସମୟରେ ରୋମପଦ ସନ୍ତାନ କଥା ଦଶରଥଙ୍କୁ କହିଲେ । ଏହା ଶୁଣିବା ପରେ ଦଶରଥ ତାଙ୍କୁ କଥା ଦେଲେ କି ସେ ତାଙ୍କର ପ୍ରଥମ ସନ୍ତାନକୁ ରୋମପଦ ଙ୍କୁ ଦେବେ । କିଛି ଦିନ ପରେ ଦଶରଥଙ୍କର ଝିଅଟିଏ ଜନ୍ମ ହେଲା ସେ ତାଙ୍କ କଥାକୁ ରଖିବା ପାଇଁ ସେ ଝିଅକୁ ରୋମପଦଙ୍କ କୋଳକୁ ଟେକିଦେଲେ । ସେହି ଝିଅଙ୍କର ନାମ ଶାନ୍ତା ଦିଆଗଲା ।

ଶାନ୍ତା ବଡ ହେଲେ ଏବଂ ତାଙ୍କର ବିବାହ ହେବ ବୋଲି ସ୍ଥିର ହେଲା । ସେହି ସମୟରେ ଅଙ୍ଗ ଦେଶରେ ବର୍ଷା ହେଉନଥିଲା ସେଥିପାଇଁ ସେଠାରେ ଯଜ୍ଞ ହେବ ବୋଲି ସ୍ଥିର କରାଗଲା ଏବଂ ଏହି ଯଜ୍ଞକୁ ଋଷି ଶୃଙ୍ଗ କରିବେ ବୋଲି ମଧ୍ୟ ନିଷ୍ପତ୍ତି ନିଆଗଲା । ଋଷି ଶୃଙ୍ଗ ଙ୍କ ଭିତରେ ବହୁତ ଆଧ୍ୟାତ୍ମିକ କ୍ଷମତା ଥିଲା । ଏହି ଯଜ୍ଞ ହେବା ପରେ ବର୍ଷା ହେବା ସହିତ ଋଷି ଶୃଙ୍ଗ ଏବଂ ଦେବୀ ଶାନ୍ତା ଙ୍କର ବିବାହ ହେଲା ।

ଲଙ୍କାର ରାଜା ରାବଣ ଥିଲେ ସେ ଜଣେ ବହୁତ ଜ୍ଞାନୀ ଏବଂ ଜ୍ୟୋତିଷ ମଧ୍ୟ ଥିଲେ । ସେ ଜାଣି ପାରିଥିଲେ କି ଦଶରଥ ପୁଅଙ୍କ ହାତରେ ତାଙ୍କର ମୃତ୍ୟୁ ହେବ ବୋଲି । ସେଥିପାଇଁ ସେ ନିଜର ତପ ବଳରେ ବରଦାନ ମାଗିଥିଲେ କି ଦଶରଥଙ୍କର କୌଣସି ପୁତ୍ର ହେବ ନାହିଁ । ଏହାପରେ ଦଶରଥ ବହୁତ ଚିନ୍ତିତ ହୋଇଯାଇ ଥିଲେ ଏବଂ ଏହାର ଉପାୟ ପାଇବା ପାଇଁ ସେ ଋଷି ଶୃଙ୍ଗକୁ ଡକାଇଲେ ।

ଋଷି ଶୃଙ୍ଗ ଆସିଲେ ଏବଂ ସେଠାରେ ଏକ ଯଜ୍ଞର ଆୟୋଜନ କଲେ । ଯଜ୍ଞ ସରିଲା ପରେ ସେ ଦଶରଥ ଏବଂ ରାଣୀ ମାନଙ୍କୁ ଖାଇବା ପାଇଁ ଦେଲେ । ସେହି ଖିରୀ ଖାଇବା ପରେ ରାଣୀ କୌଶଲ୍ୟା ଙ୍କ ଗର୍ଭରୁ ରାମ ଜନ୍ମ ନେଲେ ଏବଂ କିଛି ଦିନ ପରେ କୌଶଲ୍ୟା ରାମକୁ ତାଙ୍କ ଭଉଣୀ ଶାନ୍ତାଙ୍କ ବିଷୟରେ କହିଥିଲେ ।

ଆଚାର୍ଯ୍ୟ ମୃଦୁଳକାନ୍ତ ଶାସ୍ତ୍ର କହିଥାଏ କି ସଂସ୍କୃତି ର ଅଦୃତ ରାମାୟଣରେ ଶାନ୍ତା ଦେବୀଙ୍କ ସହିତ ଋଷି ଶୃଙ୍ଗଙ୍କ ବିଷୟରେ ମଧ୍ୟ କୁହାଯାଇଛି । ସେଥିରେ କୁହାଯାଇଛି କି

ଅଙ୍ଗ ରାଜେନ ସକ୍ଷମ ଚ ତସ୍ୟ ରାଜ୍ଞୋ ଭବିଷ୍ୟତି

କନ୍ୟା ଚ ଅସ୍ୟ ମହାଭାଗା ଶାନ୍ତା ନାମ ଭବିଷ୍ୟତି ।

ଅନ୍ତଃ ପୁରଂ ପ୍ରବିଷ୍ୟାସ୍ମେ କନ୍ୟା ଦତ୍ଵା ଯଥାବିଧି

ଶାନ୍ତା ଶାନ୍ତେନ ମନସା ରାଜା ହର୍ଷମବାୟ ସ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।