ଇଲେକ୍ଟ୍ରିକ ସ୍କୁଟର ରେସ୍ ରେ ସାମିଲ ହେଲା LML, ଏନେଇ କମ୍ପାନୀ କରିଲା ଏକ ବଡ ଘୋଷଣା, ବଜାଜ-ଓଲା ସ୍କୁଟର କୁ ଦେବା କଡା ଜବାବ

ବିଗତ ସମୟର ଏକ ଜଣାଶୁଣା ନାମ ତଥା ବଜାଜ ଚେତକ କୁ କଡା ପ୍ରତିଯୋଗୀତା ଦେଇଥିବା LML ସ୍କୁଟର ଏବେ ପୁଣି ଠାରେ ମାର୍କେଟକୁ ଆସୁଛି । କାନପୁରର ଏହି ଦୁଇ ଚକିଆ ବ୍ରାଣ୍ଡ ଏବେ ମାର୍କେଟକୁ ଇଲେକ୍ଟ୍ରିକ ସ୍କୁଟର ଛାଡିବାକୁ ଯୋଜନା କରି ସାରିଛି । ତେବେ ଶୁଣିବାକୁ ମିଳୁଛି ଏହି LML ର ଏହି ନୂଆ ସ୍କୁଟର ଲଞ୍ଚ ହେବା ପରେ ବଡ ବଡ ବ୍ରାଣ୍ଡ ମାନଙ୍କୁ ସିଧାସଳଖ ଟକ୍କର ଦେବ । ଆପଣ ଯଦି ଆଗକୁ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ଏକ ଭଲ ଖବର ।

୨୦୦୦ ଦଶକ ପର୍ଯ୍ୟନ୍ତ ସ୍କୁଟର ଓ ମୋଟର-ସାଇକେଲ ବିକ୍ରି କରୁଥିବା ଏହି କମ୍ପାନୀ ‘ଲୋହିଆ ମେଶିନାରୀ ଲିମିଟେଡ’ ଅର୍ଥାତ LML ଠାରୁ ମିଳିଥିବା ସୂଚନା ମୁତାବକ ତାଙ୍କୁ ନିକଟରେ ଜଣେ ଇନଭେଷ୍ଟମେଣ୍ଟ ପାର୍ଟନରଙ୍କ ଠାରୁ ଗୋଟିଏ ବଡ ନିବେଶ ହାସଲ ହୋଇଛି । ସେଥିପାଇଁ ଏହି କମ୍ପାନୀ ଭାରତୀୟ ବଜାରରେ ଏବେ ପୁଣି ଥରେ ଦସ୍ତକ ଦେବାକୁ ପ୍ରସ୍ତୁତି ଚଳେଇଛି । ଗୋଟିଏ ଜମାନାରେ LML ର NV ସ୍କୁଟର ଦେଶର ପ୍ରତ୍ଯେକ ମିଡିଲ କ୍ଳାସ ପରିବାରର ପରିଚୟ ପାଲଟିଥିଲା ।

ଏହାସହ କମ୍ପାନୀର ଫ୍ରିଡମ ମୋଟରସାଇକେଲ ମଧ୍ୟ ଯୁବାମାନଙ୍କୁ ଖାସ ପସନ୍ଦ ହେଉଥିଲା । LML ଇଲେକ୍ଟ୍ରିକର ଏମଡ଼ି ତଥା ସିଇଓ ଯୋଗେଶ ଭାଟିଆଙ୍କ କହିବା ଅନୁଯାୟୀ କମ୍ପାନୀ ଏବେ ବଜାରରେ ଏମିତି ଏକ ପ୍ରଡ଼କ୍ଟ ଲଞ୍ଚ କରିବ ଯାହା ଅନେକ କମ୍ପାନୀ ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସ୍ୱରୂପ ହେବ ।

ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲର ମୂଳୟକୁ ଆଖିରେ ରଖି ଦେଶରେ ଇଲେକ୍ଟ୍ରିକ ସ୍କୁଟରର ମାର୍କେଟ ତୀବ୍ର ଗତିରେ ବୃଦ୍ଧି ପାଉଛି । ଇଲେକ୍ଟ୍ରିକ ଗାଡି ଉପରେ ଭାରତ ସରକାରଙ୍କ ଦେଉଥିବା ଭାରି ମାତ୍ରାର ସବସିଡିର ଫାଇଦା ଉଠାଇ କିଛି ଷ୍ଟାର୍ଟଅଫ କମ୍ପାନୀ ନିଜ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରୁଛନ୍ତି । ଏଥିରେ ଅଥର୍, ସିମ୍ପ୍ଲି ଏନର୍ଜି ଏବଂ ଓଲା ଇଲେକ୍ଟ୍ରିକର ନାମ ମଧ୍ୟ ସାମିଲ ରହିଛି । ଏହାସହ ଆହୁରି ଅନେକ ପୁରୁଣା କମ୍ପାନୀ ମଧ୍ୟ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରି ମାର୍କେଟକୁ ପୁନର୍ବାର ଫେରୁଛନ୍ତି ।

ତେବେ LML ସ୍କୁଟର ବଜାରରେ ଉପଲବ୍ଧ ଥିବା ବଡ ବଡ ଇଲେକ୍ଟ୍ରିକ ସ୍କୁଟର ମାନଙ୍କୁ କଡା ଟକ୍କର ଦେବା ବୋଲି କମ୍ପାନୀ ଦାବି କରୁଛି । ସେହିପରି LML ର ପୁରୁଣା ପ୍ରତିଦ୍ଵନ୍ଦୀ ବଜାଜ ମଧ୍ୟ ନିଜ ପୁରୁଣା ବ୍ରାଣ୍ଡ ଚେତକକୁ ମଧ୍ୟ ଇଲେକ୍ଟ୍ରିକ ସ୍କୁଟର ଭାବେ ରି-ଲଞ୍ଚ କରିସାରିଛି ।

ତେବେ ପୁଣି ଥରେ ଏହି ଦୁଇ ସ୍କୁଟର ମଧ୍ୟରେ ସିଧା ପ୍ରତିଯୋଗୀତା ଦେଖିବାକୁ ମିଳିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।