ATM ରୁ ଯଦି ଚିରା-ଫଟା ନୋଟ ବାହାରେ ତେବେ ଆପଣ କଣ କରିବେ ? ଜାଣନ୍ତୁ ଏହାକୁ କେମିତି ବଦଳାଇବେ ?

କେବେ ଆପଣ ATM ରୁ ଟଙ୍କା ଉଠାଇବା ବେଳେ ଚିରାଫଟା କିମ୍ବା ମଳିଆ ନୋଟ ବାହାରିଛି କି ? ଯଦି ATM ରୁ ଟଙ୍କା ବାହାରିବା ବେଳେ କିମ୍ବା ବ୍ଯାଙ୍କରୁ ଟଙ୍କା ଉଠାଇବା ବେଳେ ଏହିପରି ଚିରା ନୋଟ ଆପଣଙ୍କ ହାତକୁ ଆସେ, ତେବେ ଜାଣିଛନ୍ତି କି କଣ କରିବେ ? ତେବେ ଏହିପରି ସମସ୍ଯାକୁ ନେଇ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ । ଦେଶର ବଡ ବ୍ଯାଙ୍କ ‘ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ’ ଏହାକୁ ନେଇ ଜାରି କରିଛି ଏକ ନୂଆ ନିୟମ । ATM କିମ୍ବା ବ୍ଯାଙ୍କରୁ ଚିରାଫଟା ନୋଟ ବାହାରିଲେ ବର୍ତ୍ତମାନ ଗ୍ରାହକ ଅଭିଯୋଗ କରି ଏହାକୁ ବଦଳି କରିପାରିବେ ।

ତେବେ ଚିରାଫଟା ନୋଟକୁ ନେଇ ଲୋକଙ୍କ ମନରେ ଯେଉଁ ସବୁ ପ୍ରଶ୍ନ ଉଠୁଥିଲା ତାହାକୁ ନେଇ ଏବେ ପୂର୍ଣ୍ଣଚ୍ଛେଦ ଟାଣିଛି SBI । ଯେଉଁ ସ୍ଥିତିରେ ଅନ୍ୟ ବ୍ଯାଙ୍କ ଗୁଡିକ ଚିରାଫଟା ନୋଟ ଗୁଡିକୁ ବଦଳି କରିବା ପାଇଁ ରାଜି ହୁଅନ୍ତି ନାହିଁ, ସେଇଠି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ତା ଗ୍ରାହକ ମାନଙ୍କୁ ଏନି ଆଶ୍ଵସ୍ତି ପ୍ରଦାନ କରିଛି । ଜଣେ ଗ୍ରାହକଙ୍କ ଏପରି ଏକ ପ୍ରଶ୍ନର ଉତ୍ତର ଦେଇ SBI କହିଛି ଯଦି କୌଣସି ବି ଗ୍ରାହକ ଚିରାଫଟା ନୋଟ ନେଇ ଅଭିଯୋଗ ଆଣନ୍ତି, ତେବେ ପ୍ରଥମେ  ସେହି ନୋଟର ଗୁଣବତ୍ତା ଯାଞ୍ଚ କରାଯିବ ।

ଆଉ ତା’ପରେ କୌଣସି ବି ବ୍ରାଞ୍ଚରୁ ଗ୍ରାହକ ସେହି ଚିରାଫଟା ନୋଟକୁ ବଦଳି କରି ଭଲ ନୋଟ ନେଇପାରିବେ । ଯଦି ATM ରୁ ଟଙ୍କାଉଠାଇବା ବେଳେ ଚିରାଫଟା ନୋଟ ବାହାରେ ତେବେ ଆପଣଙ୍କୁ ସେହି ବ୍ଯାଙ୍କ ବ୍ରାଞ୍ଚରେ ଏନେଇ ଆବେଦନ କରିବାକୁ ପଡିବ । ଆବେଦନ ପତ୍ରରେ ଏଥିପାଇଁ ATM ର ଟଙ୍କା ଉଠାନ ତାରିଖ, ସମୟ ଏବଂ ATM ର ସ୍ଥାନ(location) ଲେଖିବାକୁ ପଡିବ ।

ଏହାସହ ଟଙ୍କା ଉଠାଣର ସ୍ଲିପ ମଧ୍ୟ ଆଟାଚ କରିବାକୁ ପଡିବ । ଯଦି ଆପଣଙ୍କ ପାଖେ ଟଙ୍କା ଉଠାଣ ସ୍ଲିପ ନଥିବା ତେବେ, ଆପଣଙ୍କ ମୋବାଇଲକୁ ଆସିଥିବା ମେସେଜର ସମସ୍ତ ବିବବରଣୀ ସେଥିରେ ଦେବାକୁ ପଡିବ । ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ର ରିପୋର୍ଟ ଅନୁଯାୟୀ କୌଣସି ବି ସରକାରୀ ବ୍ଯାଙ୍କ ଟଙ୍କାବଦଳି କରିବାକୁ ମନା କରିବେ ନାହିଁ । ଆଉ ଏହି ଟଙ୍କା ବଦଳି ପ୍ରକ୍ରିୟାରେ ଅଧିକ ସମୟ ମଧ୍ୟ ଲାଗିବ ନାହିଁ ।

ତେବେ ଏଥିପାଇଁ SBI ଜାରି କରିଥିବା ଏହି ଲିଙ୍କ https://crcf.sbi.co.in/ccf ଉପରେ କ୍ଲିକ କରି ଅଭିଯୋଗ କରିପାରିବେ ଗ୍ରାହକ । ଏହି ଲିଙ୍କ କେବଳ SBI ATM ପାଇଁ ଅଟେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।