ଦିବ୍ୟାଙ୍ଗ Boy Bhim Sa ଙ୍କ ମାଇଣ୍ଡ ବ୍ଲୋଇଙ୍ଗ ମିମିକ୍ରି, ଦେଖନ୍ତୁ କିପରି କରୁଛନ୍ତି PM Modi ଓ Naveen Patnaik ଙ୍କ ମିମିକ୍ରି, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ଦିବ୍ୟାଙ୍ଗ ହେଲେ ବି ଅନନ୍ୟ ପ୍ରତିଭାର ଅଧିକାରୀ ଅଟନ୍ତି ଓଡିଶା ଝାରସୁଗୁଡାର ଏହି ଦିବ୍ୟାଙ୍ଗ ଯୁବକ ଭୀମ ସା । ପୂର୍ବରୁ ବିଭିନ୍ନ ପଶୁପକ୍ଷୀଙ୍କ ବେନଗ ବାଦ୍ୟଯନ୍ତ୍ରର ଅବିକଳ ସ୍ଵର ବାହାର କରି ଚର୍ଚ୍ଚାକୁ ଆସିଥିଲେ ଏହି ଦିବ୍ୟାଙ୍ଗ ଯୁବକ । ଆଉ ଏବେ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଓଡିଶା ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପର ଏକ ମିମିକ୍ରି ଚର୍ଚ୍ଚାରେ ରହିଛନ୍ତି ଭୀମ ସା । ତାଙ୍କର ଏହି ମିମିକ୍ରି ଶୁଣିଲେ ଆପଣଙ୍କୁ ଲାଗିବା ସତେ ଯେମିତି ପିଏମ ମୋଦି ଓ ନବୀନ ବାବୁ କଥା ହେଉଛନ୍ତି ।

ଭୀମଙ୍କ ଘର ହେଉଛି ଝାରସୁଗୁଡାର ପଞ୍ଚପଡା ଗ୍ରାମରେ । ଭୀମଙ୍କୁ ବିଲକୁଲ ମଧ୍ୟ ଦେଖାଯାଏ ନାହିଁ । ଦିବ୍ୟାଙ୍ଗ ହେଲେ ମଧ୍ୟ ଭୀମଙ୍କ ପାଖେ ପ୍ରତିଭାର ଅଭାବ ନାହିଁ । ପିଏମ ମୋଦି ଓ ନବୀନ ପଟ୍ଟନାୟକଙ୍କ ଫୋନ ବାର୍ତ୍ତାଳାପ ସହିତ ଯଦି ସେମାନେ କୌଣସି ଏକ ସମ୍ମିଳନୀରେ ଦେଖା ହେବେ ତେବେ କିପରି ପରସ୍ପର ସହ କଥାବାର୍ତ୍ତା ହେବେ ତାହା ମଧ୍ୟ ମିମିକ୍ରି କରିଛନ୍ତି ଭୀମ । ଲୋକେ ଏବେ ତାଙ୍କର ଏହି ମିମିକ୍ରି ର ଦିୱାନା ହୋଇ ସାରିଲେଣି । ନିଜ ମିମିକ୍ରି ଜରିଆରେ ଲୋକଙ୍କ ଖୁବ ମନୋରଞ୍ଜନ କରାଉଛନ୍ତି ଭୀମ ।

ଆପଣ ମଧ୍ୟ ଶୁଣିଲେ ଖୁବ ଉପଭୋଗ କରିବେ ଭୀମଙ୍କର ଏହି ପ୍ରତିଭାକୁ । ବିଭିନ୍ନ ପ୍ରକାର ମିମିକ୍ରି ସହ ଭଲ ଗୀତ ମଧ୍ୟ ଗାଆନ୍ତି ଭୀମ । ସେ RK ମିଡିଆ ଓ PK ମ୍ୟୁଜିକରେ ପ୍ରାୟ ୧୫ଟି ଗୀତ ଗାଇ ସାରିଛନ୍ତି । ‘ସମ୍ବଲପୁରୀ ଅନଲାଇନ ତଡକା’ ନାମକ ୟୁ-ଟ୍ୟୁ-ବ ଚ୍ଯାନେଲରେ ଭୀମ ଗାଇଥିବା ଗୀତ ସବୁ ଅଫଲୋଡ ହୋଇଛି । ଏହାସହ ୟୁ-ଟ୍ଯୁ-ବ-ରେ ‘ଭୀମ ପ୍ରଡ଼କ୍ସନ’ ନାମ ନିଜର ମଧ୍ୟ ଏକ ମ୍ୟୁଜିକ ଚ୍ଯାନେଲ ଖୋଲିଛନ୍ତି ଭୀମ । ନିଜ ଚ୍ଯାନେଲରେ ମଧ୍ୟ ସେ ଗାଇଥିବା ଅନେକ ଗୀତ ସବୁ ଅଫଲୋଡ କରିଛନ୍ତି ।

ଗୀତ ଗାଇବା ବ୍ଯତୀତ ଭୀମ ବାଦ୍ୟକାର ମାନଙ୍କୁ କିପରି ବାଦ୍ୟ ବଜାଇବେ ତାହା ମଧ୍ୟ ନିଜ ପାଟିରେ ଶୁଣାଇ କୁହନ୍ତି । ଭୀମ ଙ୍କର ଏପରି ପ୍ରତିଭାକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।