ଆପଣଙ୍କର ଲିଭରର ଶତ୍ରୁ ଅଟେ ଏହି ୫ଟି ଜିନିଷ, କମ କରନ୍ତୁ ଏହାର ବ୍ୟବହାର – ଜାଣନ୍ତୁ ଓ ଶେୟାର କରନ୍ତୁ ସମସ୍ତଙ୍କ ସହିତ

ଆମ ଶରୀରର ସବୁ ଅଙ୍ଗ ବହୁତ ମହତ୍ଵପୂର୍ଣ ଅଟେ । ଯଦି ଆପଣଙ୍କ ଶରୀରରେ ଗୋଟିଏ ଅଙ୍ଗ କାମ କରିବା ବନ୍ଦ କରିଦିଏ ତେବେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେବାକୁ ଲାଗେ । ସେଥିପାଇଁ ଶରୀରର ସବୁ ଅଙ୍ଗର ଯତ୍ନ ନେବା ଉଚିତ । ଆମର ଶରୀରର ଉପରି ଭାଗରେ ଆମେ ଧ୍ୟାନ ଦେଇଥାଉ, କିନ୍ତୁ ଶରୀରର ଭିତରେ କେଉଁ ପ୍ରକ୍ରିୟା ଚାଲିଥାଏ ଏବଂ ଭିତରେ ଅଙ୍ଗ ସଠିକ ରୂପରେ ଚାଲୁଅଛି କି ନାହିଁ ଏହାର ବି ଧ୍ୟାନ ରଖିବା ଦରକାର ।

ଏମିତି ଲିଭର ବି ଆମ ଶରୀରର ଏକ ଖାସ ଅଙ୍ଗ ଅଟେ ଯାହାର ଯତ୍ନ କରିବା ଜରୁରୀ ଅଟେ । ଯଦି ଲିଭର ଖରାପ ହୋଇଯାଏ ତେବେ ଏହାର ପ୍ରଭାବ ସିଧା ଶରୀରର ଉପରେ ପଡିଥାଏ । ଆମେ ପ୍ରାୟତଃ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖୁ ନାହୁଁ । ଏବଂ ଅଜଣାତାରେ ଆମେ ନିଜର ଲିଭରକୁ କ୍ଷତି ପହଞ୍ଚାଇ ଥାଉ । ଆପଣଙ୍କୁ କହିଦେଉଛୁ ଯେ କେଉଁ ସବୁ ଖାଇବା ଗୁଡିକ ଆମ ଲିଭରକୁ କ୍ଷତି ପହଞ୍ଚାଇଥାଏ ।

ଚୀନୀ

ଯେମିତି କି ଆପଣମାନେ ଚୀନୀକୁ ଦିନ ରାତି ଚା’ରେ , କ୍ଷୀରୀ ଏବଂ ଅନ୍ୟ ଖାଇବାରେ ଏବଂ ଭିନ୍ନ ଭିନ୍ନ ରୂପରେ ଖାଇଥାନ୍ତି । ଚୀନୀ ଲିଭରକୁ ବହୁତ  କ୍ଷତି ପହଞ୍ଚାଇଥାଏ । ରିଫାଇଂଡ ଶୁଗର ଆପଣଙ୍କ ପାଇଁ ସବୁଠୁ ଖରାପ ହୋଇଥାଏ । ଚୀନୀକୁ ଧଳା ବିଷ ମଧ୍ୟ କୁହାଯାଏ । ସେଥିପାଇଁ ଚେଷ୍ଟା କରିବେ କି ଚିନୀର ବ୍ୟବହାର ବହୁତ କମ କରିବା ପାଇଁ । ଚୀନୀ ସ୍ଥାନରେ ଗୁଡର ବ୍ୟବହାର କରନ୍ତୁ ।

ମସଲା

ଭାରତରେ ରହି ଏହି ଜିନିଷକୁ ଛାଡିବା ବହୁତ କଷ୍ଟ ଅଟେ । ମସଲା ବି ପ୍ରାୟତଃ ଲିଭରକୁ କ୍ଷତି ପହଞ୍ଚାଇଥାଏ । କେବେ କେବେ ମସଲା ସେବନ କରିବା ଠିକ ଅଟେ କିନ୍ତୁ ସବୁଦିନ ମସଲା ଖାଇବା ଭଲ ନୁହେଁ । ସବୁଦିନ ଖାଇବାରେ ଅଳ୍ପ ମସଲା ପକାଇ ଖାଆନ୍ତୁ ।

ମଦ

ଏମିତିରେ ଏଲ୍କୋହଲକୁ ମଧ୍ୟ ଗୋଟିଏ ସୀମିତ ମାତ୍ରାରେ ନେଲେ ଏହା ଶରୀରର ପାଇଁ ଭଲ ହୋଇଥାଏ । ଯଦି ଆପଣ ଏଲ୍କୋହଲକୁ ଅତ୍ୟଧିକ ମାତ୍ରାରେ ବ୍ୟବହାର କରିବେ ତେବେ ଏହା ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାର ଲିଭର ଖରାପ ଅଛି ସେମାନେ ଭୁଲରେ ବି ମଦ ପିଇବା ଉଚିତ ନୁହେଁ ।

ଭିଟାମିନ ସପ୍ଲୀମେଂଟ

ଆପଣ ପ୍ରାୟତଃ ଶୁଣିଥିବେ କି ଶରୀର ପାଇଁ ଭିଟାମିନ ବହୁତ ଜରୁରୀ ଅଟେ । ସେଥିପାଇଁ ଆମେ ଫଳ ଏବଂ ପନିପରିବା ନ ଖାଇ ବାହାରରୁ ଭିଟାମିନ ଦ୍ରବ୍ୟ ଖାଇଥାଉ । ଭିଟାମିନର ଅଧିକ ବ୍ୟବହାର ଲିଭର ପାଇଁ ଖରାପ ହୋଇଥାଏ ।

ସଫ୍ଟ ଡ୍ରିଂକ

ଗରମ ଦିନରେ ପ୍ରାୟତଃ ସଫ୍ଟ ଡ୍ରିଂକ ପିଇବା ପରେ ଆତ୍ମସନ୍ତୋଷ ମିଳିଥାଏ । କିନ୍ତୁ ଏହା ଆପଣଙ୍କ ପୁରା ଶରୀର ପାଇଁ ବହୁତ କ୍ଷତି କାରକ ଅଟେ । ଏହା ଲିଭର ପାଇଁ ମଧ୍ୟ ବହୁତ ହିଁ ଖରାପ ଅଟେ । ଏଥିରେ ସୁଗାର ଭାଗ ଅଧିକା ଥାଏ ଏବଂ ଲିଭର ଉପରେ ଏହାର ଖରାପ ପ୍ରଭାବ ପଡେ ।

ବନ୍ଧୁଗଣ ଆପଣମାନଙ୍କର ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଉପରେ କଣ ମନ୍ତବ୍ୟ ଜଣେଇ ବାକୁ ଅନୁରୋଧ, ଶେୟାର କରି ନିଜର ଆତ୍ମୀୟ ମାନଙ୍କୁ ଜାଣନ୍ତୁ ଓ ସଚେତନ କରନ୍ତୁ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।