ରାତି ୧୨ଟା ସମୟରେ ଜନ୍ମ ଦିନର ଶୁଭେଛା ଜଣାଇବା ଅଶୁଭ ଅଟେ, ଜାଣନ୍ତୁ କଣ ରହିଛି ଏହାର କାରଣ

ସମସ୍ତଙ୍କ ପାଇଁ ନିଜର ଜନ୍ମଦିନ ବହୁତ ଖାସ ହୋଇଥାଏ । ଏହି ଦିନକୁ ଖାସ କରିବା ପାଇଁ ସମସ୍ତେ ନିଜ ଦ୍ଵାରା ଯେତିକି ସମ୍ଭବ ସେତିକି ଚେଷ୍ଟା ମଧ୍ୟ କରିଥାନ୍ତି । ରାତି ୧୨ ଟା ସମୟରେ ଜନ୍ମଦିନର ଶୁଭେଛା ଏବଂ ପାର୍ଟି ମଧ୍ୟ ଆରମ୍ଭ ହୋଇ ଯାଇଥାଏ । ଆଜିକାଲି ଜନ୍ମଦିନର ଅପେକ୍ଷା ଠାରୁ ଏହି କଥାର ବେଶୀ ଉଶ୍ଚାହ ଥାଏ କି କିଏ ପ୍ରଥମେ ୧୨ ଟା ବେଳେ ଜନ୍ମଦିନର ଶୁଭେଛା ଜଣାଉଛି ।

ଏହା ଭାରତୀୟ ପରମ୍ପରା ନୁହେଁ, କିନ୍ତୁ ସମସ୍ତେ ପାଶ୍ଚାତ୍ୟ ପରମ୍ପରାରେ ଫସି ଯାଇଛନ୍ତି ଏବଂ ତାଙ୍କର ପରମ୍ପରା ଅନୁସାରେ ସବୁ ପାଳନ କରୁଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ କି ରାତି ୧୨ ଟା ସମୟରେ ଜନ୍ମଦିନର ଶୁଭେଛା କାହିଁକି ଜଣାଇବା ଉଚିତ ନୁହେଁ ?

ପ୍ରାୟତଃ ଆପଣମାନେ ନିଜର ଆତ୍ମୀୟ ଲୋକମାନଙ୍କୁ ରାତି ୧୨ ଟା ସମୟରେ ଜନ୍ମଦିନର ଶୁଭେଛା ଜଣାଇ ବହୁତ ଖୁସି ହୋଇଥାନ୍ତି । କିନ୍ତୁ ଏହା କରିବା ଅଭିଶାପ ହୋଇପାରେ । ବୋଧେ ଆପଣ ମାନେ ଜାଣି ନାହାନ୍ତି କି ୧୨ ଟା ସମୟରେ ଜନ୍ମଦିନର ଶୁଭେଛା ଜଣାଇବା ଏବଂ ପାର୍ଟି କରିବା ଆପଣଙ୍କର ପ୍ରିୟଜଙ୍କ ପାଇଁ ଖରାପ ହୋଇ ପାରେ ଏବଂ ଏହାକୁ ଅଶୁଭ ବୋଲି ମଧ୍ୟ କୁହାଯାଏ । ଚାଲନ୍ତୁ ଜାଣିବା ଏହା ପଛରେ ଥିବା ସତ୍ୟତାକୁ ।

ରାତି ୧୨ ଟା ସମୟରେ ଜନ୍ମଦିନର ଶୁଭେଛା ଜଣାଇବା ଆପଣଙ୍କୁ ଖୁସି ଲାଗିଥାଏ କିନ୍ତୁ ଏହା ବହୁତ ଖରାପ ମଧ୍ୟ ହୋଇ ପାରେ । ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ସମୟକୁ ବହୁତ ଅଶୁଭ ବୋଲି କୁହା ଯାଇଛି । ଶାସ୍ତ୍ର ଅନୁସାରେ ଏହି ସମୟରେ ଅଦୃଶ୍ୟ ଶକ୍ତି ମାନେ ଭୁତ, ପିଶାଚ ଏବଂ କାଳମାନେ ବୁଲିଥାନ୍ତି । ଏହି ସମୟରେ ଏମାନଙ୍କର ଶକ୍ତି ବହୁତ ପ୍ରବଳ ହୋଇଯାଏ ।

କୁହାଯାଏ କି ଏହି ଶକ୍ତି ଗୁଡିକ ଆମକୁ ଦେଖାଯାଏ ନାହିଁ କିନ୍ତୁ ଏହାର ପ୍ରଭାବ ଆମ ଉପରେ ପଡିଥାଏ । ଏହାକୁ କେତେକ ଲୋକମାନେ ନକାରାତ୍ମକ ଶକ୍ତି ରୁପରେ ମଧ୍ୟ ଜାଣନ୍ତି । ଏହିଭଳି ଶକ୍ତି ପ୍ରାୟତଃ ଖୁସିରେ ବାଧା ପକାଇଥାଏ । ସେଥିପାଇଁ ବ୍ୟକ୍ତି ନିଜର ଜନ୍ମଦିନକୁ ୧୨ ଟା ସମୟରେ ପାଳନ କରନ୍ତୁ ନାହିଁ ଏବଂ ନିଜର ପ୍ରିୟଜନଙ୍କୁ ରାତି ୧୨ ଟା ସମୟରେ ଶୁଭେଛା ଜଣାନ୍ତୁ ନାହିଁ, ନହଲେ ତାହାର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପଡିଥାଏ ।

ନିଜର ଜନ୍ମଦିନକୁ ଏହି ଭଳି ଉପାୟରେ ଆରମ୍ଭ କରନ୍ତୁ

ପ୍ରାୟତଃ ଲୋକମାନେ ଜନ୍ମଦିନରେ ମଦକୁ ସାମିଲ କରିଥାନ୍ତି । ଯାହାକି ହିନ୍ଦୁ ଧର୍ମ ଅନୁସାରେ ପାପ ବୋଲି କୁହା ଯାଇଛି । ହିନ୍ଦୁ ଧର୍ମ ଅନୁସାରେ ନିଜ ଜନ୍ମଦିନର ଆରମ୍ଭ ବ୍ୟକ୍ତି ସକାଳୁ ଉଠି ସ୍ନାନ କରି ମନ୍ଦିରକୁ ଯାଇ ଭଗବାନଙ୍କର ପୂଜା ଅର୍ଚନା କରିବା ଉଚିତ । ମାନ୍ୟତା ଅଛି କି ଯେଉଁମାନେ ରାତି ୧୨ଟା ସମୟରେ ପାର୍ଟି କରନ୍ତି ସେମାନଙ୍କର ଆୟୁ କମିଯାଏ । ସେଥିପାଇଁ ଏହି ଦିନର ଆରମ୍ଭ ସକାଳୁ ହିଁ କରନ୍ତୁ । ଯାହାଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ।

ତେବେ ବନ୍ଧୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ କେମିତି ଲାଗିଲା ଓ ଏହା ଉପରେ ଆପଣଙ୍କ ମତାମତ କଣ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଏହିଭଳି ନୂଆ କଥା ସବୁ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।