ସରକାର ଦେଲେ ଜରୁରୀ ସୂଚନା ! 2021 ଶେଷ ହେବା ପୂର୍ବରୁ ସାରି ଦିଅନ୍ତୁ ଏହି 3 ଟି ଜରୁରୀ କାମ, ନହେଲେ ପଡ଼ିପାରନ୍ତି ଅସୁବିଧାରେ

ଆଉ ମାତ୍ର କେଇ ଦିନରେ ଶେଷ ହେବାକୁ ଯାଉଛି ବର୍ଷ ୨୦୨୧ । ଆସିଯିବ ନୂଆବର୍ଷ ୨୦୨୨ । ଆସନ୍ତା ନୂଆବର୍ଷ ଠାରୁ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସେଥିପାଇଁ ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ କିଛି କାମ ସାରିଦେବା ନିହାତି ଜରୁରୀ ରହିଛି । ନଚେତ ଆପଣ ହଇରାଣରେ ପଡି ପାରନ୍ତି । ଡିସେମ୍ବଡ଼ ୩୧ ତାରିଖ ସୁଦ୍ଧା କେତୋଟି ଆର୍ଥିକ କାରବାର ସମ୍ପର୍କିତ କାର୍ଯ୍ୟ ଶେଷ କରିବାକୁ ସରକାର ଡେଡଲାଇନ ଦେଇଛନ୍ତି । ତେଣୁ ବର୍ଷ ସରିବା ପୂର୍ବରୁ କାମ ଶେଷ କରିବା ଆବଶ୍ୟକ । ଏବେ ଜାଣନ୍ତୁ ସେସବୁ କ’ଣ ।

ଆୟକର ରିଟର୍ଣ୍ଣ ଦାଖଲ:

୨୦୨୦-୨୧ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଚଳିତ ମାସ ୩୧ ତାରିଖ ରଖାଯାଇଛି । ଆଗରୁ ଏହି ତାରିଖକୁ ସରକାର ଦୁଇ ଥର ଘୁଞ୍ଚାଇଛନ୍ତି । ପ୍ରଥମେ ଜୁଲାଇ ୩୧ ରୁ ସେପ୍ଟେମ୍ବର ୩୦ ତାରିଖକୁ ଏବଂ ପରେ ସେପ୍ଟେମ୍ବର ୩୦ ରୁ ଡିସେମ୍ବର ୩୧ କୁ ଶେଷ ତାରିଖ ବଢାଯାଇଛି । ଆୟକର ପୋର୍ଟାଲରେ ଅସୁବିଧା ଯୋଗୁଁ ଏହି ତାରିଖ ବୃଦ୍ଧି କରାଯାଇଛି । ଆୟକର ରିଟର୍ଣ୍ଣ ଦାଖଲ ସମୟ ବୃଦ୍ଧି ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲେ ମଧ୍ୟ ଲୋକମାନେ ଏଥିପାଇଁ ଅପେକ୍ଷା ନକରି ଧାର୍ଯ୍ୟ ତାରିଖ ପୂର୍ବରୁ ସେମାନଙ୍କ କାର୍ଯ୍ୟ ସାରିଦେବା ଆବଶ୍ୟକ ।

ପେନସନ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ:

ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି । ପ୍ରତିବର୍ଷ ନଭେମ୍ବର ୩୦ ସୁଦ୍ଧା ଉକ୍ତ ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଥାଏ । କିନ୍ତୁ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜୀବନ ପ୍ରମାଣପତ୍ର ଦାଖଲ ଲାଗି ସମୟ ବୃଦ୍ଧି କରାଯାଇଛି । ପେନସନ ପାଇବାରେ ଅସୁବିଧା ନହେବା ପାଇଁ ଏହି ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତା ରହିଥାଏ ।

ଡିମାଟ ଆକାଉଣ୍ଟରେ KYC ସୂଚନା:

ଡିମାଟ ଏବଂ ଟ୍ରେଡିଙ୍ଗ ଆକାଉଣ୍ଟରେ KYC ସୂଚନାକୁ ଯୋଡିବା ଲାଗି ସେବି (SEBI) ଡିସେମ୍ବର ୩୧ ତାରିଖ ଯାଏଁ ସମୟ ଦେଇଛି । ପୂର୍ବରୁ ସେପ୍ଟେମ୍ବର ୩୧ ତାରିଖ ସୁଦ୍ଧା ଏହା କରିବାକୁ କୁହା ଯାଇଥିଲା । କିନ୍ତୁ ପରେ ସେବି ଏହାକୁ ଡିସେମ୍ବର ୩୧ ଯାଏଁ ବଢାଇଛି ।

ନୂଆବର୍ଷ ଆରମ୍ଭରୁ ପକେଟ ଉପରେ ପ୍ରଭାବ ପଡିବ ସମ୍ଭାବନା ରହିଛି । ୧ ଜାନୁୟାରୀ ୨୦୨୨ ରୁ ଜୋତା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବାକୁ ଯାଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଦେଶବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।