ନିଜ ପରିବାର ବିରୁଦ୍ଧରେ ଯାଇ ହିରୋଇନ ବନିଥିଲେ Manisha Koirala, ନିଜ ମା’ଙ୍କୁ ଏମିତି କରିଥିଲେ ବ୍ଳାକମେଲ

ନିଜର ସୁନ୍ଦରତା ଓ ଅଭିନୟ କାରଣରୁ ଅଭିନେତ୍ରୀ ମନୀଷା କୋଇରାଲା ବଲୀଉଡରେ ବହୁତ ସମୟ ପର୍ଯ୍ୟନ୍ତ ରାଜ କରିଛନ୍ତି । ସମସ୍ତେ ତାଙ୍କର ସୁନ୍ଦରତାର ଦିବାନା ଥିଲେ । କିନ୍ତୁ ବର୍ତ୍ତମାନ ଦିନରେ ସେ ଫିଲ୍ମି ଦୁନିଆ ଠାରୁ ଦୂରରେ ଅଛନ୍ତି ଓ କିଛି ଫିଲ୍ମରେ ନଜର ଆସୁଛନ୍ତି । କୁହାଯାଏ କି ମନୀଷା କୋଇରାଲା ପିଲାଦିନୁ ହିଁ ଅଭିନେତ୍ରୀ ହେବାକୁ ଚାହୁଁ ଥିଲେ । କିନ୍ତୁ ତାଙ୍କର ପରିବାର ଏହା ବିରୁଦ୍ଧରେ ଥିଲେ । କହିଦେଉଛୁ କି ମନୀଷା କୋଇରାଲାଙ୍କ ଜେଜେବାପା ବିଶ୍ୱେଶ୍ୱର ପ୍ରସାଦ କୋଇରାଲା ନେପାଲର ପ୍ରଧାନମନ୍ତ୍ରୀ ଥିଲେ ।

ଏମିତିରେ ତାଙ୍କର ପରିବାର ଚାହୁଁ ନ ଥିଲେ କି ମନୀଷା କୋଇରାଲା ଫିଲ୍ମରେ କାମ କରନ୍ତୁ । ବହୁତ ସଂଘର୍ଷ କରିବା ପରେ ସେ ହିରୋଇନ ହୋଇ ପାରିଲେ । ମନୀଷା କୋଇରାଲାଙ୍କ କହିବା ଅନୁଯାୟୀ ମୋର ପିଲାଦିନ ବହୁତ ସାଧାରଣ ଥିଲା । ମୁଁ ସର୍ବେ ପ୍ରଥମେ ନିଜର ଜେଜେମାଙ୍କୁ କହିଥିଲି କି ମୁଁ ଫିଲ୍ମରେ କାମ କରିବାକୁ ଚାହୁଁଛି । ତେବେ ସେ କହିଥିଲେ କି ତୋ ଇଚ୍ଛା । ସେହି ସମୟରେ ଏମିତି ଥିଲା କି ଜେଜେମା ମାନିଗଲେ ତ ସମସ୍ତେ ଘରେ ମାନି ଯାଉ ଥିଲେ ।

ମୁଁ ମା ଙ୍କୁ ଇମୋସନାଲି ବ୍ଳାକମେଳ କରିବା ଆରମ୍ଭ କରିଦେଲି । ମୁଁ କହିଲି ମୋତେ ଜନ୍ମ ଦିନର ଉପହାର ଦରକାର ଓ ମୋତେ ମୁମ୍ବାଇ ନେଇ ଚାଳନ୍ତୁ ।‘ ମନୀଷା କୋଇରାଲା ଆଗକୁ କହିଲେ କି ମୁମ୍ବାଇରେ ମା ଙ୍କ ଜଣେ ବନ୍ଧୁ ରହୁଥିଲେ ଓ ମୁଁ ତାଙ୍କ ସହ ପୂର୍ବରୁ ହି କଥାବାର୍ତ୍ତା କରି ନେଇ ଥିଲି ।

ମୁମ୍ବାଇ ଆସିବା ପରେ ଆମେ ବହୁତ ଫିଲ୍ମ ମେକରଙ୍କ ସହ ଦେଖା କରିଲୁ । ପ୍ରଥମେ ପ୍ରଥମେ କାହାକୁ ବିଶ୍ଵାସ ହେଉ ନ ଥିଲା । କିନ୍ତୁ ମୋତେ ପ୍ରଥମ ଫିଲ୍ମ ମିଳିଗଲା ।କହିଦେଉଛୁ କି ମନୀଷା କୋଇରାଲା ନିଜର ଫିଲ୍ମି କ୍ୟାରିୟରର ଆରମ୍ଭ ୧୯୯୧ରେ କରିଥିଲେ । ସେ ପ୍ରଥମ ଥର ଫିଲ୍ମ ‘ସୌଦାଗର’ରେ ନଜର ଆସିଥିଲେ ଓ ସେଥିରେ ତାଙ୍କର ଅଭିନୟର ବହୁତ ପସନ୍ଦ କରାଯାଇ ଥିଲା । ସେଥିରେ ତାଙ୍କ ହସ ସମସ୍ତଙ୍କର ହୃଦୟ ଜିତି ନେଇ ଥିଲା । ‘ସୌଦାଗର’ ଫିଲ୍ମ ପରେ ସେ ରାତାରାତି ସୁପର ଷ୍ଟାର ହୋଗଲା ଓ ତାଙ୍କୁ ବଡ ବଡ ଫିଲ୍ମ ଅଫର ମିଳିବାକୁ ଲାଗିଲା ।

କହିଦେଉଛୁ କି ମନୀଷା କୋଇରାଲା ଫିଲ୍ମରେ ନାଁ କରିବା ପରେ ୨୦୧୦ରେ ନେପାଲର ବିଜନେସମ୍ୟାନ ସମ୍ରାଟ ଦହଲଙ୍କୁ ବିବାହ କରିଲେ । କିନ୍ତୁ ୨ ବର୍ଷ ପରେ ଦୁଇ ଜଣଙ୍କ ସମ୍ପର୍କ ଭାଙ୍ଗିଗଲା । ବର୍ଷ ୨୦୦୩ ପର୍ଯ୍ୟନ୍ତ ମନୀଷା କୋଇରାଲାଙ୍କ ଫିଲ୍ମି କ୍ୟାରିୟର ବହୁତ ଭଲ ଚାଲିଲା । କିନ୍ତୁ ବର୍ଷ ୨୦୧୨ରେ ସେ କ୍ୟାନ୍ସରରେ ଶିକାର ହୋଇଗଲେ । କ୍ୟାନ୍ସରରୁ ଭଲ ହେବା ପରେ ସେ ପୁଣି ଥରେ ନିଜ ଜୀବନର ଆରମ୍ଭ କରିଲେ ।