Salmanଙ୍କୁ କାମୁଡିଥିଲା ଏହି ବିଷଧର ସାପ ! ବିଳମ୍ବିତ ରାତିରେ ମିଡିଆକୁ ଆସି Salman ନିଜେ କହିଲେ ସେଦିନ ରାତିର ପୁରା ଘଟଣା, ଦେଖନ୍ତୁ video

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ସାପ କାମୁଡିଥିଲା । ସାପ କାମୁଡିବା ଯୋଗୁଁ ସଲମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଭାଇଜାନଙ୍କ ଜନ୍ମଦିନର ଠିକ ଗୋଟେ ଦିନ ପୂର୍ବରୁ ସଲମାନଙ୍କୁ ସାପ କାମୁଡିଥିଲା । ଏହି ଖବର ପ୍ରକାଶିତ ହେବା ପରେ ସଲମାନଙ୍କ ଫ୍ୟାନ୍ସ ଚିନ୍ତାରେ ପଡି ଯାଇଥିଲେ । କିନ୍ତୁ ଡାକ୍ତରଖାନାରେ କିଛି ଘଣ୍ଟା ରହି ଚିକିତ୍ସିତ ହେବା ପରେ ସଲମାନ ତାଙ୍କ ଘରକୁ ଫେରି ଆସିଛନ୍ତି । ଜନ୍ମ ଦିନରେ ବିଳମ୍ବିତ ରାତିରେ ସଲମାନ ତାଙ୍କ ଘର ବାହାରକୁ ଆସି ମିଡିଆରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ସଲମାନ କହିଛନ୍ତି କି, ଗୋଟିଏ ବିଷଧର ସାପ ତାଙ୍କ ହାତକୁ ତିନି ଥର କାମୁଡିଥିଲା । ଆଉ ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲା । ହେଲେ ଫ୍ୟାନ୍ସଙ୍କ ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ସେ ସୁସ୍ଥ ହୋଇ ଘରକୁ ଫେରି ପାରିଛନ୍ତି ବୋଲି କହିଛନ୍ତି । ତାଙ୍କୁ କାମୁଡିଥିବା ସାପଟି କନ୍ଦାରୀ ପ୍ରଜାତିର ଥିଲା ବୋଲି କହିଛନ୍ତି ସଲମାନ ଖାନ । ସଲମାନ ପାନବେଲରେ ତାଙ୍କ ଫାର୍ମହାଉସରେ ରହୁଥିଲେ । ଫାର୍ମହାଉସଟି ଜଙ୍ଗଲ ମଝିରେ ଥିବାରୁ ପ୍ରାୟ ସେଠାରେ ସାପ ଦେଖିବାକୁ ମିଳେ ।

ସଲମାନଙ୍କ ଫାର୍ମହାଉସ ଭିତରକୁ ଗୋଟିଏ ସାପ ପଶି ଆସିଥିଲା । ସାପକୁ ଦେଖି ସମସ୍ତେ ଖୁବ୍ ଡରି ଯାଇଥିଲେ । କିନ୍ତୁ ସଲମାନ ସାପକୁ ବାହାର କରିବାକୁ ଆଗେଇ ଆସିଥିଲେ ଓ ସେଥିପାଇଁ ସେ ବାଡି ଗୋଟେ ଆଣିବାକୁ କହିଥିଲେ । ବାଡି ସାହାଯ୍ୟରେ ସଲମାନ ସାପକୁ ଧରି ବାହାରକୁ ଆଣିଥିଲେ । ସାପଟି ମଧ୍ୟ ଆରାମରେ ବାହାରକୁ ଆସିଥିଲା । ତା’ପରେ ସଲମାନ ଗୋଟିଏ ହାତରେ ସାପର ବେକକୁ ଜାବୁଡି ଧରିଥିଲେ ଓ ଆଉ ଗୋଟିଏ ହାତରେ ତା’ ଲାଞ୍ଜକୁ ଜାବୁଡି ଧରିଥିଲେ ।

ସଲମାନଙ୍କ ଫାର୍ମହାଉସରେ କାର୍ଯ୍ୟ କରୁଥିବା ଷ୍ଟାଫ ତଥା ସ୍ଥାନୀୟ ଗ୍ରାମବାସୀ ସାପକୁ ଦେଖି ଜାଣି ପାରିଥିଲେ କି ଏହା କାନ୍ଦାରୀ ପ୍ରଜାତିର ସାପ, ଆଉ ସେମାନେ ଚିଲେଇବାକୁ ଲାଗିଥିଲେ । ଏହାପରେ ସାପଟି ସଲମାନଙ୍କ ହାତକୁ କାମୁଡି ଦେଇଥିଲା । ଏହାପରେ ଚିଲାଚିଲି ବଢିବାରୁ ସାପଟି ଆହୁରି ଦୁଇଥର ମଧ୍ୟ ସଲମାନଙ୍କୁ କାମୁଡିଥିଲା । ଏହାପରେ ସଲମାନ ସାପକୁ ଛାଡି ଦେଇଥିଲେ ଓ ସଲମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା ।

ସେଠାରେ ସଲମାନଙ୍କୁ ଚିକିତ୍ସା କରିବା ପରେ ଡାକ୍ତରମାନେ ବିଶେଷ କିଛି ବିପଦ ନଥିବା କହିଥିଲେ । ସଲମାନ ଡାକ୍ତରଖାନାରେ ପ୍ରାୟ ୬ ଘଣ୍ଟା ଧରି ରହିବା ପରେ ଘରକୁ ଫେରି ଆସିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ସଲମାନ ଭୟ କରି ନଥିଲେ କି ଅଧିକ ବିଚଳିତ ହୋଇ ନଥିଲେ । ବର୍ତ୍ତମାନ ସାପକୁ ମଧ୍ୟ ଧରି ଜଙ୍ଗଲରେ ଛାଡି ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।