ବାହାଘର ପରେ Lipsaଙ୍କ ପ୍ରଥମ ହୋଲି, ଶାଶୁଘରେ କିଛି ଏମିତି ପାଳିଲେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବିଗତ ଅଳ୍ପଦିନ ହେବ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କର ବିବାହ ହୋଇଛି । ଆଉ ସେ ବର୍ତ୍ତମାନ ତାଙ୍କ ବିବାହ ପରେ ନଜର ଆସିଛନ୍ତି ମଜା ଏବଂ ଉତ୍ସାର ପର୍ବ ହୋଲିରେ । ଏହା ତାଙ୍କର ପ୍ରଥମ ହୋଲି ଥିବା ବେଳେ କିଭଳି ଭାବରେ ଶାଶୁ ଘରର ମାହୋଲ ରହିଛି ସେ କେତେ ଉତ୍ସାହିତ ଅଛନ୍ତି ବିବାହ ପରେ ତାଙ୍କର ଏହି ପ୍ରଥମ ହୋଲିକୁ ନେଇ କଣସବୁ କରିବାର ଯୋଜନା ତାଙ୍କର ରହିଛି ଏହି ହୋଲି ଦିନ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ହୋଲି ପର୍ବ ପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ତାଙ୍କର ଯେହେତୁ ଏହା ବିବାହ ପରର ପ୍ରଥମ ହୋଲି ତେଣୁ ତାଙ୍କୁ ଅନେକ ଘରକୁ ଯିବାର ଅଛି ବୋଲି ସେ କହିଛନ୍ତି । ତାଙ୍କୁ ତାଙ୍କର ବାପଘର, ଶାଶୁଘର ଏବଂ କିଛି ସମ୍ପର୍କୀୟ ମାନଙ୍କ ଘରକୁ ବି ଯିବାର ଅଛି ହୋଲିର ଶୁଭେଛା ଦେବା ପାଇଁ । କିସଜ୍ୟୋତିର ଅନୁଷ୍ଠାନକୁ ଯାଇ ହୋଲି ପୂର୍ବ ଦିନ ଖୁବ ମଜା କରିଛନ୍ତି ଲିପ୍ସା ।

ତାଙ୍କୁ ସେଠାକୁ ଇନଭାଇଟ କରିଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ହୋଲି ପୂର୍ବ ଦିନ ଭଲରେ କଟିଥିଲା ତେଣୁ ସେ ଆଜିର ହୋଲି ଦିନଟି ଭଲରେ କଟିବ ବୋଲି ଆଶା ରଖିଥିଲେ । ପିଲାମାନଙ୍କ ସାଙ୍ଗରେ ପ୍ରଥମ ହୋଲି ଖେଳି ତାଙ୍କ ଦିନ ବନିଗଲା ବୋଲି କହିଥିଲେ ଲିପ୍ସା ।  ସମସ୍ତ ଦର୍ଶକ ମାନଙ୍କୁ ହାପି ହୋଲିର ଅଭିନନ୍ଦନ ଜଣାଇଛନ୍ତି ନବ ବିବାହିତା ଲିପ୍ସା ମିଶ୍ର ।

ଲିପ୍ସା ତାଙ୍କ ସ୍ଵାମୀ ଆକାଶଙ୍କ ସହ କିସଜ୍ୟୋତି ଅନୁଷ୍ଠାନକୁ ଆସିଥିବାର ନଜର ଆସିଥିଲେ । ଆଉ ବେସ ଖୁସି ନଜର ଆସୁଥିଲେ ଲିପ୍ସା । ପିଲାବେଳେ ସେ ମୁଣ୍ଡ ଫଟା ରଙ୍ଗ ଢାଳି ହୋଇଯାଉଥିଲେ ତାଙ୍କ ଦେହରୁ ରଙ୍ଗ ଛାଡିବା ପାଇଁ ମାସେ ଲାଗୁଥିଲା । କିନ୍ତୁ ଏବେ ସେ ସେ ବଡ ହୋଇଗଲେଣି ତେଣୁ ସୁରକ୍ଷିତ ଭାବରେ ମଜା ନେଇ କମ ବେଶୀ ଟିକେ ହୋଲି ଖେଳୁଥିବାର କଥା କହିଛନ୍ତି ଲିପ୍ସା ।

ଲିପ୍ସା ନିଜ ବିବାହ ପରେ ପ୍ରଥମ ହୋଲିକୁ ତାଙ୍କ ପରିବାର ଏବଂ ଶାଶୁ ଘର ଲୋକଙ୍କ ସହ ସେଲିବ୍ରେସନ କରିବାର ପ୍ଲାନିଂ ରଖିଛନ୍ତି । କାରଣ ସେ ବର୍ତ୍ତମାନ ଝିଅରୁ ବୋହୁ ହୋଇସାରିଛନ୍ତି ତେଣୁ ବୋହୁରା କର୍ତ୍ତବ୍ୟ ନିଭାଇବା ସହ ଝିଅର ମଧ୍ୟ କର୍ତ୍ତବ୍ୟ ନିଭାଇବେ ଆଉ ବାପା ଘରକୁ ମଧ୍ୟ ଯିବେ । ଆଶା କରୁଛୁ ସମସ୍ତଙ୍କ ପାଇଁ ହୋଲି ସୁରକ୍ଷିତ ରହିବା ସହ ମଜାଦାର ମଧ୍ୟ ରହୁ ।