ହାତରୁ ମେହେନ୍ଦି ଲିଭିନି, ବିବାହର 12 ଦିନରେ ଚାଲିଗଲା ଜୀବନ… ସମ୍ପୂର୍ଣ୍ଣ ଖବର ଜାଣି ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ, ଗୋଟିଏ ଝିଅ ତା ବିବାହକୁ ନେଇ ସୁନେଲି ସ୍ଵପ୍ନ ଦେଖିଥାଏ । ଆଉ ଯେତେବେଳେ ସେହି ସ୍ଵପ୍ନ ତାର ପୁରା ହୁଏ ତା ପାଇଁ ଦୁନିଆଟି ସ୍ଵର୍ଗ ଭଳି ଲାଗିଥାଏ । ହେଲେ ଖବର ଅନୁଯାୟୀ ନବ ବଧୂଙ୍କ ସହ ଘଟି ଯାଇଛି ଅଭାବନୀୟ ଘଟଣା । ବାହାଘରର ବାର ଦିନରେ ଯମ ସଦୃଶ ଶାଶୁ ଘର ଲୋକେ ହାତରୁ ମେହେନ୍ଦି ଲିଭିନଥିବା ଝିଅର ନେଇଗଲେ ଜୀବନ । ତେବେ ଏହି ଘଟଣା କେଉଁଠି ଏବଂ କେଉଁ କାରଣ ପାଇଁ ଘଟିଛି ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସୂଚନା ମୁତାବକ ଏଭଳି ଏକ ଘଟଣା କଟକ ନରସିଂହପୁର ନିମସାହିରେ ଘଟି ଯାଇଛି  ଏଭଳି ଏକ ଅଭାବନୀୟ ଘଟଣା । ମୃତ ନବବଧୂ ଜଣଙ୍କ ହେଉଛନ୍ତି ମିନାକ୍ଷୀ ନାୟକ । ମୁନାକ୍ଷୀ ବାପି ନାୟକକୁ ବୈଦିକ ରୀତି ନୀତିରେ ବାର ଦିନ ପୂର୍ବରୁ ବିବାହ କରିଥିଲେ ।ବିବାହ ପରେ ତାଙ୍କ ବୈବାହିକ ଜୀବନ ଠିକ ଭାବରେ ଚାଲିଥିଲା । ହେଲେ ଅଧ ରାତିରେ ଶାଶୁ ଘର ତରଫରୁ ବାପ ଘରକୁ ଯାଇଥିଲା ଫୋନ କଲ ।

ଆଉ କୁହାଗଲା ତୁମ ଝିଅର ମୃ-ତ୍ୟୁ ହୋଇଛି । ଏହି ଖବର ପାଇବା ପରେ ଶାଶୁ ଘରେ ପହଞ୍ଚି ଯାଇଥିଲେ ବାପଘର ଲୋକେ । ଆଉ ଯାଇ ଦେଖିଲେ ତ ଖଟ ଉପରେ ଶୋଇରହିଥିଲା ଝିଅ । ମାଆ ଯାଇ ଝିଅ ପାଖରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଥାଏ ହେଲେ ଝିଅ ଆଉ ଝିଅ ଆଉ କେମିତି ବା ଉଠିବ ଝିଅ ତ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ।

ଶାଶୁ ଘର ଲୋକେ ଝିଅକୁ ମା-ରିଦେଇଥିବାର ଅଭିଯୋଗ ଆଣିଲେ ବାପଘର ଲୋକେ । ଏହି ଘଟଣା ପାଇଁ ଥାନାରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି । ଏବଂ ମିନାକ୍ଷୀଙ୍କ ସ୍ଵାମୀ, ଶଶୁର ଏବଂ ଶାଶୁଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ବାହଘରର ମାତ୍ର ବାର ଦିନ ପରେ ମିନାକ୍ଷୀ କିଭଳି ଅଧ ରାତିରେ ନିଜ ପ୍ରାଣ ହରାଇଲେ ଏହାକୁ ନେଇ ସନ୍ଦେହ ଉଠିଛି ।

ଆଉ ଏପଟେ ଝିଅକୁ ହରାଇ ବାପା ମାଆଙ୍କ ଛାତି ଫାଟିଯାଉଛି । କେତେ ଆଶା ନେଇ ଝିଅ ମିନାକ୍ଷୀ ତାଙ୍କ ଶାଶୁ ଘରକୁ ଆସିଥିଲେ , ଶାଶୁ ଘରେ ସାରା ଜୀବନ ବୋହୁ ହୋଇ ରହିବାର ସ୍ଵପ୍ନ ଆଜି ତାଙ୍କର କିଏ ଭାଙ୍ଗିଲା ଏହା ଉପରୁ ପରଦା ନିଶ୍ଚୟ ପୋଲିସର ତଦନ୍ତ ପରେ ଜଣା ପଡିବ ବୋଲି ଆଶା କରାଯାଉଛି ।