ଆଜିର ରାଶିଫଳ, ୦୯ ମାର୍ଚ୍ଚ 2023, ଗୁରୁବାର, ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୩ଟି ରାଶି ଉପରେ, ମିଳିବ ଧନ ସ୍ମବନ୍ଧିତ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୮ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି- ଆଜି ଆପଣ ନିଜ ମଧୁର ବାଣୀରେ ଲୋକମାନଙ୍କ ମନ ଜିତିବେ । ଆପଣଙ୍କ ମନରେ ବାସନାତ୍ମକ ବିଚାର ଆସିପାରେ । ଆଜି ଆପଣଙ୍କୁ ମାନସିକ ଚିନ୍ତା ଆସିପାରେ । ଅତ୍ୟଧିକ ବାହାର ଖାଦ୍ଯର ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣଙ୍କ ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଜି ଆପଣ ନିଜ ପୁରୁଣା ମିତ୍ର ମାନଙ୍କସହ ଭେଟି ପାରନ୍ତି ।

ବୃଷ ରାଶି- ଆଜି ଆପଣଙ୍କୁ ନିଜ ପରିଶ୍ରମର ଭଲ ପରିଣାମ ମିଳିବ । ଚାକିରି ଓ ବ୍ୟବସାୟ କାକରୁଥିବା ଲୋକମାନଙ୍କୁ ଧନ ଲାଭ ହେବ । ପରିବାରରୁ ଆପଣଙ୍କୁ ସହାୟତା ମିଳିବ । ଆଜି ଆପଣଙ୍କ ବ୍ୟୟ ଅଧିକ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । ଆପଣଙ୍କ ଜୀବନ ସାଥି ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆଜି ଆପଣଙ୍କ ସମ୍ପର୍କ କିଛି ପ୍ରଭାବଶାଳି ଲୋକଙ୍କ ସହ ହେବ ।

ମିଥୁନ ରାଶି- ଆଜି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଛୋଟ ସମସ୍ଯା ପାଇଁ ଆପଣ ଅଧିକ ଚିନ୍ତା କରିବେ । ଆପଣଙ୍କ ନିଷ୍ପତ୍ତି ପାଇଁ ଯେମିତି ଅନ୍ୟ କାହାକୁ ଦୁଖ ନହୁଏ, ଏହାର ବିଶେଷ ଧ୍ୟାନ ରଖିବେ । ଆଜି ଆପଣଙ୍କର ବିଶେଷ ଧ୍ୟାନ ସାଙ୍ଗ ମାନଙ୍କ ଉପରେ ରହିବ । କୋର୍ଟ କଚେରୀର ଚକର କାଟି ପାରନ୍ତି । ଆଜିର ଦିନରେ ଆପଣଙ୍କ ସବୁ ଭୁଲ ଧାରଣା ଦୂର ହୋଇଯିବ ।

କର୍କଟ ରାଶି- ଆଜି ଆପଣ ବ୍ୟସ୍ତତା ହେତୁ ନିଜ ଘର କାମ ଉପେରେ ଧ୍ୟାନ ଦେଇପାରିବେ ନାହିଁ । ସନ୍ତାନ ସୁଖ ପ୍ରାପ୍ତ ହେବା ସମ୍ଭବ ଅଛି । ଯଦି ଆପଣ କାହାଠାରୁ ଉଧାର ନେଉଛନ୍ତି, ତେବେ ଉଧାର ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ବ୍ୟକ୍ତିଗତ ସମ୍ବନ୍ଧ ମଧୁର ହେବ । ପୂର୍ବ କିଛି ସମୟରେ ହେଉଥିବା ସମସ୍ଯାର ଅନ୍ତ ହେବ । ଧନ ଲାଭ ହେବାର ଅବସର ମିଳିବ । ଉତ୍ସାହର କାର୍ଯ୍ୟ କରିଲେ ଲାଭ ମିଳିବ ।

ସିଂହ ରାଶି- ଆଜି ଆପଣ ନିଜ ପାରିବାରିକ ସମ୍ପର୍କକୁ ମଝବୁତ କରିବା ପାଇଁ ଚେଷ୍ଟା କରନ୍ତୁ । ନିଜ ଭାବନାକୁ ସକାରାତ୍ମକ ରାଖୀ ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ । ଆପଣଙ୍କ ଖରାପ ପରିସ୍ଥିତି ସୁଧୁରି ପରେ, ସେଥିପାଇଁ ପ୍ରୟାସ କରନ୍ତୁ । ଆଜି ଆପଣଙ୍କ ଲଭ ଲାଇଫରେ କିଛି ବିବାଦ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । ଆଜିର ଦିନରେ ଆପଣଙ୍କୁ ମାଧ୍ୟମ ଫଳ ମିଳିବ ।

କନ୍ୟା ରାଶି- ଆଜି ଆପଣଙ୍କର ନୂଆ ମିତ୍ର ହେବେ । ଆଜି ଆପଣ ଊର୍ଜାରେ ଭରପୁର ରହିବେ । ଯଦି ଆପଣ ନିଜ କାର୍ଯ୍ୟକୁ ଭଲ ଭାବରେ ପୂରଣ କରିବେ, ତେବେ ଆପଣଙ୍କୁ ଏହାର ଭଲ ଫଳ ମିଳିବ । ହେଲେ ଆଜି କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚିନ୍ତା କରନ୍ତୁ ନାହିଁ । କାରଣ ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ବହୁତ ବଡ ସମସ୍ଯା ହୋଇପାରେ । ଆପଣଙ୍କ ବୈବାହିକ ଜୀବନ ବହୁତ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ଅଛି ।

ତୁଳା ରାଶି- ଆଜି ଆପଣ ନିଜ କାର୍ଯ୍ୟ ସହ ସମ୍ବନ୍ଧିତ କୌଣସି ଯାତ୍ରାରେ ଯାଇ ପାରନ୍ତି । ଆଜି ଅଧିକ କାର୍ଯ୍ୟ ହେତୁ ଆପଣ ନିଜ ଜୀବନ ସାଥିକୁ ସମୟ ଦେଇପାରିବେ ନାହିଁ । ଆଜି ଆପଣ ନିଜ ମିତ୍ର ମାନଙ୍କ ସହ ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ପ୍ରିୟ ଆଜି ରୋମାଣ୍ଟିକ ମୁଡରେ ଥିବେ । ଆପଣଙ୍କ ଯାତ୍ରା ସଫଳ ହେବ । ଆଜିର ଦିନଟି ଆପଣଙ୍କ ପାଇଁ ଆରାମ ଦାୟକ ହୋଇପାରେ । ଆପଣ ନିଜ କାରିୟର ପାଇଁ ଆଜି କିଛି ନୂଆ ଯୋଜନା କରିପାରିବେ ।

ବିଛା ରାଶି- ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ମଉଜ ମସ୍ତିରେ ଭରିଯିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସମ୍ବନ୍ଧରେ ମଧୁରତା ଆସିପାରେ । ଆଜି ଆପଣଙ୍କ ଶତ୍ରୁ ଆପଣଙ୍କୁ ହାନି ଦେଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । କୌଣସି ବାହାର ବ୍ୟକ୍ତିକୁ ଅତ୍ୟଧିକ ବିଶ୍ଵାସ କରିବେ ନାହିଁ । ଆଜି ଆପଣଙ୍କୁ ହଠାତ ଧନ ଲାଭ ହେବାର ସମ୍ଭାବନା ରହିଛି ।

ଧନୁ ରାଶି- ଖରାପ ଅଭ୍ଯାସକୁ ଛାଡିବା ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆୟ ଓ ବ୍ୟୟର ସନ୍ତୁଳନ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ଜୀବନରେ ଚାଲିରହିଥିବା ସମସ୍ଯା ଗୁଡିକର ଅନ୍ତ ହେବ । ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଗତି ବିଧିରେ ଭରିଯିବ । ଆପଣ ନିଜ ମିତ୍ର ମାନଙ୍କ ସହ ବହୁତ ମଜା କରିବେ । ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ, ଜ୍କାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ ।

ମକର ରାଶି- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ଅଛି । ଆଜି ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ତେଣୁ ଏହାର ଭରପୁର ଫାଇଦା ଉଠାନ୍ତୁ । ଆପଣ ନିଜର ପୁଞ୍ଜିକୁ ଆଜି କୌଣସି ସ୍ଥାନରେ ନିବେଶ କରିପାରିବେ, ଏହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଭଲ ଫାଇଦା ମିଳିବ । ନିଜ ସମସ୍ଯା ଗୁଡିକୁ ଦୂର କରିବା ପାଇଁ ଆଜି ଆପଣ ନିଜର ପୂର୍ଣ୍ଣ ଚେଷ୍ଟା କରିବେ । ଆଜି ଆପଣ ବ୍ୟାପାର ନିମିତ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଯାଇପାରନ୍ତି । ଏହି ଯାତ୍ରା ଆପଣଙ୍କ ପାଇଁ ଲାଭ ଦାୟକ ରହିବ ।

କୁମ୍ଭ ରାଶି- ଆଜି ଆପଣଙ୍କୁ ଅତିରିକ୍ତ ଧନ ଖର୍ଚ କରିବାକୁ ପଡିପାରେ, ତେଣୁ ଟଙ୍କାକୁ ଭାବି ଚିନ୍ତି ଖର୍ଚ କରନ୍ତୁ । ଆପଣଙ୍କ ସ୍ଵଭାବ ପାଇଁ ଆପଣଙ୍କ ଉପରେ କିଛି ଲୋକ ପ୍ରଭାବିତ ହେବେ । ଆପଣ କୌଣସି ସାମାଜିକ କାର୍ଯ୍ୟରେ ମହତ୍ଵପୂର୍ଣ୍ଣ ଭୂମିକା କରିବେ । ଅସହାୟ ମାନଙ୍କର ସହାୟତା କରିବେ । ଆପଣଙ୍କୁ ନିଜ ପରିବାର ସହ ନିଜର ସମ୍ପର୍କକୁ ମଝବୁତ କରିବା ପାଇଁ ବହୁତ ଭଲ ଅବସର ମିଳିବ ।

ମୀନ ରାଶି- ଆଜି ଆପଣଙ୍କୁ ହଠାତ ଧନ ଲାଭ ହେବାର ଯୋଗ ରହିଛି । ଖରାପ ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ । ପରିବାରର ସଦସ୍ୟ ମାନେ ଆପଣଙ୍କୁ ସହାୟତା କରିବେ । ଆପଣଙ୍କ ଉପରେ ମାତା ପିତାଙ୍କ ଆଶୀର୍ବାଦ ରହିବ । ବ୍ୟାପାର କରୁଥିବା ଲୋକମାନେ ଆଜି କୌଣସି ସ୍ଥାନରେ ଯାତ୍ରା କରିପାରନ୍ତି । ହେଲେ ହି ଯାତ୍ରା ତାଙ୍କ ପାଇଁ ଲାଭ ଦାୟକ ରହିବ । ଆଜି ଆପଣ କୌଣସି ସ୍ଥାନରେ ନିବେଶ କରିବାରୁ ବଞ୍ଚନ୍ତୁ, କାରଣ ଏହା ଭବିଷ୍ୟତରେ ଆପଣଙ୍କୁ ବହୁତ ସମସ୍ଯା ଦେଇପାରେ ।