ଲିଭର ସିରୋସିସ ରୋଗ କଣ ? ଏହାର କାରଣ, ଲକ୍ଷଣ ଓ ପ୍ରତିକାର ଜାଣନ୍ତୁ ଏବଂ ଏବେ ଠାରୁ ସାବଧାନ ହୋଇଯାନ୍ତୁ !

ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହେବା ପରେ ଏହାକୁ ନେଇ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି ହୋଇଛି । ଲିଭର ସିରୋସିସ ରୋଗ କଣ ଓ ଏହାର ଲକ୍ଷଣ ସବୁ କଣ ହୋଇଥାଏ ଏବଂ ଲିଭର ସିରୋସିସ ରୋଗରୁ ବଞ୍ଚିବା ପାଇଁ କଣ ସବୁ ପଦକ୍ଷେପ ନେବାକୁ ହେବ ତାହା ଆଜି ଆମେ ଆପଣଙ୍କୁ କହିବୁ । ଲିଭର ସିରୋସିସ ରୋଗ ହେଉଛି ଯକୃତ ଜନିତ ରୋଗର ଶେଷାବସ୍ଥା । ଏହାପରେ ରୋଗୀଙ୍କ ଲିଭର ଫେଲ୍ଯୁର ହେବାର ସମ୍ଭାବନା ଅଧିକ ରହିଥାଏ ।

ଲିଭର ଆମ ଶରୀରର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହା ଶରୀରର ଅନେକ ବିଶେଷ କାର୍ଯ୍ୟ ତୁଲାଇଥାଏ । ଲିଭର ନିଜେ ନିଜକୁ ସୁସ୍ଥ କରିବାର କ୍ଷମତା ମଧ୍ୟ ରଖେ । କିନ୍ତୁ ଲିଭର ସିରୋସିସ ରୋଗ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମିଯାଏ । କାରଣ ଏହି ରୋଗରେ ଲିଭରରେ ଥିବା କୋଷଗୁଡିକ କ୍ଷୟ ପାଇବାକୁ ଲାଗନ୍ତି । ଲିଭରରେ କଳା ଚିହ୍ନ ଭଳି ଟିସ୍ୟୁ ତିଆରି ହୋଇଥାଏ, ଯାହାକୁ ଫିବ୍ରୋସିସ ଟିସ୍ୟୁ ବୋଲି କୁହାଯାଏ ।

ଏହି ଟିସ୍ୟୁ ଯୋଗୁଁ ଲିଭରର ସାଧାରଣ ଟିସ୍ୟୁ ମଧ୍ୟ ପ୍ରଭାବିତ ହୋଇଥାଏ । ଲିଭର ସିରୋସିସ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଦୁର୍ବଳ ବା ଥକାପଣ ଅନୁଭବ କରନ୍ତି । ଏହି ରୋଗରେ ଭୋକ କମ୍ ଲାଗେ ଓ ବିନା କାରଣରେ ଶରୀରର ଓଜନ ମଧ୍ୟ କମିଯାଏ । ଏହାଛଡା ବାନ୍ତି ଲାଗିବା ସହ ବାନ୍ତି ହୁଏ, ହାତ ଓ ପାଦ ନାଲି ପଡେ, ତଳିପେଟର ଡାହାଣ ପଟେ ଯନ୍ତ୍ରଣା ଅନୁଭବ ହୁଏ ।

ଏହି ରୋଗ ଅଧିକ ଦିନ ଦେହରେ ରହିଲେ ଲକ୍ଷଣରେ ପରିବର୍ତ୍ତନ ମଧ୍ୟ ହୋଇଥାଏ । ରୋଗୀଙ୍କ ଦେହରେ କୁଣ୍ଡିଆ ହେବା ସହ ପାଦ ଫୁଲିଯାଏ, ଶରୀରର କୌଣସି ସ୍ଥାନରେ କଟିଗଲେ ରକ୍ତସ୍ରାବ ବନ୍ଦ ହୁଏନାହିଁ । ଅଧିକ ଗୁରୁତର ଥିବା ବ୍ୟକ୍ତିଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳେ । ଏହାସହ ପାକସ୍ଥଳୀ, ଭେନ୍ ଏବଂ ଖାଦ୍ୟସ୍ଥଳୀର ନିମ୍ନଭାଗରୁ ରକ୍ତସ୍ରାବ ହୋଇଥାଏ ।

ତେବେ ଅଧିକ ଦିନ ଧରି ବା ବର୍ଷ ବର୍ଷ ଧରି ମଦ୍ୟପାନ କରିବା ଏବଂ ଡ୍ରଗ୍ସ ଆଦି ସେବନ କରିବା ଦ୍ଵାରା ଏହି ରୋଗ ହୋଇଥାଏ । ଏହାଛଡା ଲିଭରରେ ଚର୍ବି ଜମା ହେଲେ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଥାଏ । ତେବେ ଏହି ରୋଗର କୌଣସି ପ୍ରତିକାର ନାହିଁ କହିଲେ ଚଳେ । ତେଣୁ ଅତ୍ୟଧିକ ମଦ୍ୟପାନ କରିବାରୁ ଦୂରେଇ ରହିବା ଉଚିତ ।

ଏହାସହ ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅସନ୍ତୁଳନତା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଉଚିତ । ଜଣ୍ଡିସ ରୋଗରୁ ଅନେକ ସମୟରେ ଲିଭର ସିରୋସିସ ଭଳି ରୋଗ ହେବା ମଧ୍ୟ ନଜର ରହିଛି । ତେଣୁ ସବୁବେଳେ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତୁ ଏବଂ ନିୟମିତ ବର୍ଷକୁ ଅତ୍ୟନ୍ତ ଥରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିନେବା ଉଚିତ ।

କାରଣ ଲିଭର ଜନିତ ସମସ୍ଯା ଗୁଡିକ ସହଜରେ ଜଣା ପଡେନାହିଁ । ଅତି ଗୁରୁତର ହେବା ପରେ ଏହା ସାଧାରଣ ଲକ୍ଷଣ ଦେଖାଇବା ଆରମ୍ଭ କରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।