“ଲାଇଫରେ ଯାହା ଭାବି ନଥିଲି ସେୟା ଘଟିଲା, କେବେ ଭାବି ନଥିଲି କି ଲାଇଫ ଏତେ…” Varsha Priyadarshini ଙ୍କ ଭାଷଣକୁ ନେଇ ଜୋର ଧରିଲାଣି ଚର୍ଚ୍ଚା

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରୁହନ୍ତି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସହ ପ୍ରେମ ବିବାହ ଏବଂ ବିବାଦକୁ ନେଇ ବର୍ଷା ବେଶ ଚର୍ଚ୍ଚିତ । ଗତ ଅଢେଇ ବର୍ଷ ଧରି ସେ ସ୍ଵାମୀ ଅନୁଭବଙ୍କ ସହ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଲଢି ଆସୁଛନ୍ତି । ହେଲେ ବର୍ଷା କେବେବି କୌଣସି ବି ସ୍ଥାନରେ ନିଜ ବିବାହ ବିଚ୍ଛେଦ ମାମଲାକୁ ନେଇ କେବେ ମୁହଁ ଖୋଲି ନଥିବା ବେଳେ ପ୍ରଥମ ଥର କରି ତାଙ୍କୁ ଏନେଇ ମୁହଁ ଖୋଲିବାର ଦେଖିବାକୁ ମିଳିଛି ।

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବସନ୍ତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବର୍ଷା । ଆଉ ସେଠାରେ ଛାତ୍ରୀମାନଙ୍କୁ ସମ୍ବୋଧନ କରିବା ବେଳେ ନିଜ ଜୀବନରୁ ସେମାନଙ୍କୁ କିଛି ମହତ୍ବପୂର୍ଣ୍ଣ ଶିକ୍ଷା ଦେଇଛନ୍ତି । ବର୍ଷା କହିଛନ୍ତି, ମୁଁ ଏଠି ଗେଷ୍ଟ ନୁହେଁ ବରଂ ତୁମ ମାନଙ୍କର ଭଉଣୀ ହିସାବରେ ଆସିଛି । ଆଉ ମୋ ଜୀବନର କିଛି ଅନୁଭୂତି ମୁଁ ତୁମମାନଙ୍କ ସହ ଶେୟାର କରିବି । ଛାତ୍ର ଜୀବନ ହେଉଛି ଆମ ଜୀବନର ଏକ ଗୋଲ୍ଡେନ ପିରିୟଡ । ଏହି ସମୟକୁ ମୁଁ ପାର୍ କରିସାରିଛି ଆଉ ତୁମେମାନେ ଏବେ ଏହି ପିରିୟଡ ଦେଇ ଯାଉଛ ।

ଏଇଟା ହେଉଛି ସ୍ଵପ୍ନ ଦେଖିବାର ସମୟ । ଖାଲି ସ୍ଵପ୍ନ ଦେଖିକି ଶୋଇବାର ସମୟ ନୁହେଁ ବରଂ ସେହି ସ୍ଵପ୍ନକୁ ସତ କରିବାର ସମୟ ଏଇଟା । ଜାଣିରଖ ଯେ ଜୀବନ କୌଣସି ଗୋଲାପ ଫୁଲର ଶଯ୍ୟା ନୁହେଁ କି ପରୀ ରାଇଜ କାହାଣୀ ଭଳି ନୁହେଁ । ଜୀବନ ଏକ ଅନିଶ୍ଚିତତା କାରଣ କେତେବେଳେ କଣ ଘଟିବ ଆମେ କେହି ଜାଣିନୁ । ସମସ୍ଯା କେବେ ପୂର୍ବରୁ ଜଣେଇକି ଆସେନି ବରଂ ଅଚାନକ ହିଁ ଘଟେ । ମୁଁ ବହୁତ ଇମୋସନାଲ ଝିଅଟିଏ ।

ସ୍ଵଭାବରେ ବହୁତ ଲାଜେଇ ଏବଂ ନିରୀହ ଝିଅଟେ ଥିଲି । ଏପରିକି କାହା ସାମ୍ନାରେ କଥା କହିବାକୁ ଡରୁଥିଲି । କିନ୍ତୁ ମୋ ଜୀବନରେ ଏମିତି ଏକ ଝଡ ଆସିଲା ଯେଉଁଠି ମୋ ଜୀବନ ଏକଦମ ବଦଳିଗଲା । ଜୀବନ ଏତେ ବି କଠିନ ହୋଇପାରେ ମୁଁ କେବେ ଜଣାଇ ନଥିଲି । ଯାହା ମୁଁ କେବେବି ଭାବି ନଥିଲି ମୋ ସହ ସେୟା ଘଟିଲା । କିନ୍ତୁ ମୋ ପରିବାର ମୋର ସବୁଠୁ ବଡ ସପୋର୍ଟ ଏବଂ ପାୱାର ହାଉସ । ଲାଇଫ ମୋତେ ଯେତେ ଥର ତଳେ ପକେଇଛି ମୁଁ ସେତେ ଥର ଅଣ୍ଟା ସଳଖି ଠିଆ ହେଇଛି ।

ଜୀବନରେ ସବୁଠୁ ବଡ ଶକ୍ତି ହେଉଛି ଧୈର୍ଯ୍ୟ । ପରିସ୍ଥିତି ଯେତେ ନକରାତ୍ମକ ହେଉ ନା କାହିଁକି ଅନ୍ତତଃ ନିଜ ମାନସିକତାକୁ ସକାରାତ୍ମକ ରଖନ୍ତୁ । ଜୀବନ ଆପଣଙ୍କୁ ଯାହା ଦେଉଛି ତାକୁ ସ୍ଵୀକାର କରି ଧୈର୍ଯ୍ୟ ଏବଂ ସହନଶୀଳତାର ସହ ପରିସ୍ଥିତିର ସାମ୍ନା କରନ୍ତୁ ଓ ଆଗକୁ ବଢନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।