ଦିନେ କ୍ରିକେଟ ବ୍ୟାଟ ଖଣ୍ଡେ କିଣିବା ପାଇଁ ପଇସା ନଥିଲା, ପର ଘରେ ଝାଡୁ ମାରି ପୋଛା ଲଗେଇ ବ୍ୟାଟ କିଣିଥିଲେ, ଆଉ ଆଜି ଚର୍ଚ୍ଚାରେ Rinku Singh

ଶେଷ 5ଟି ବଲରେ 5ଟି ଛକା ମାରି କଲିକତା ନାଇଟ ରାଇଡ଼ର୍ସକୁ ବିଜୟ ଭେଟି ଦେଇଥିବା ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ତେବେ ରାତାରାତି ଆଇପିଏଲ ଷ୍ଟାର ପାଲଟି ଯାଇଥିବା ଏହି ଯୁବ କ୍ରିକେଟର ଜଣକ କ୍ରିକେଟ ପାଇଆନ କେତେ ଯେ ସଂଘର୍ଷ କରିଛନ୍ତି ଜାଣିଲେ ଆପଣଙ୍କ ଆଖି ଭିଜିଯିବ । ଗରିବ ଚାଷୀ ପରିବାରରୁ ଆସିଥିବା ରିଙ୍କୁ କ୍ରିକେଟରେ ତିଷ୍ଠିବା ପାଇଁ ବହୁତ ସଂଘର୍ଷ କରିଛନ୍ତି । ଏମିତିକି କୋଚିଂ ସେଣ୍ଟରରେ ଝାଡୁ ମାରିଛନ୍ତି ।

ସେଥିରୁ ଯେଉଁ ଟଙ୍କା ପାଉଥିଲେ ସେଥିରୁ ସେ ବଲ୍ ଓ ବ୍ୟାଟ ଆଦି କିଣୁଥିଲେ । ପରିବାର ଉପରେ ଋଣର ବୋଝ ଥିବାବେଳେ ଏସବୁ ପାଇଁ ସେ କେଉଁଠୁ ବା ପଇସା ଆଣିଥାନ୍ତେ । ଘରର ଖରାପ ଆର୍ଥିକ ଅବସ୍ଥା ଯୋଗୁଁ ରିଙ୍କୁ ମାତ୍ର ନବମ ଶ୍ରେଣୀରୁ ପାଠପଢା ବି ଛାଡି ଦେଇଥିଲେ । ତାଙ୍କ ବାପା ଖାନଚନ୍ଦ୍ର ସିଂ ଘରକୁ ଘର ବୁଲି ସାଇକେଲରେ ଗ୍ଯାସ ସିଲିଣ୍ଡର ବୋହି ଡେଲିଭେରି ଦିଅନ୍ତୁ । ରିଙ୍କୁଙ୍କ ଜଣେ ଭାଇ ଅଟୋ ଡ୍ରାଇଭିଂ କରୁଥିବା ବେଳେ ଆଉ ଜଣେ ଭାଇ କୋଚିଂ ସେଣ୍ଟରରେ କାମ କରନ୍ତି ।

ଗ୍ଯାସ ଗୋଦାମ ଘରକୁ ଲାଗିକରି ଥିବା ଏକ ଛୋଟିଆ ଘରେ ରିଙ୍କୁଙ୍କ ପୁରା ପରିବାର ରହୁଥିଲେ । ସମସ୍ତେ ଚାହୁଁଥିଲେ କି ରିଙ୍କୁ କ୍ରିକେଟ ଖେଳ ଛାଡି ଅଲଗା କାମ କରି ଘରକୁ ଦି’ପଇସା ଆଣନ୍ତୁ । କିନ୍ତୁ ରିଙ୍କୁଙ୍କ ମନ କୌଣସି କାର୍ଯ୍ୟରେ ଲାଗୁ ନଥିଲା । କ୍ରିକେଟ ନିଶା ତାଙ୍କ ମୁଣ୍ଡରେ ଏମିତି ଚଢିଥିଲା ଯେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ କ୍ରିକେଟକୁ ଛାଡି ନଥିଲେ । ତାଙ୍କର ଆଗ୍ରହ ଏବଂ ପରିଶ୍ରମ ଆଜି ସାର୍ଥକ ହୋଇଛି ।

ରିଙ୍କୁ ବୁଝି ସାରିଥିଲେ କି ଜୀବନରେ କିଛି ବଡ କରିବାକୁ ହେଲେ ତାଙ୍କୁ କ୍ରିକେଟକୁ ବାଛିବାକୁ ହେବ । ତାଙ୍କ ପ୍ରତିଭାକୁ ସେ ବ୍ୟର୍ଥ ଯିବାକୁ ଦେଇ ନଥିଲେ । ଯେତେବେଳେ ପରିବାର ଲୋକ ବାହାର ଲୋକଙ୍କଠୁ ରିଙ୍କୁଙ୍କ କ୍ରିକେଟ ଖେଳର ପ୍ରଶଂସା ଶୁଣୁଥିଲେ ସେମାନେ ବି ତାଙ୍କୁ ଆଉ ରୋକି ନଥିଲେ । ରିଙ୍କୁ ନିଜ ସଂଘର୍ଷ ବଳରେ ରଣଜୀ ଟ୍ରଫି ଏବଂ ଅଣ୍ଡର-19 ଦଳରେ ମଧ୍ୟ ସ୍ଥାନ ପାଇଥିଲେ । 2017 ରେ କିଙ୍ଗସ ଇଲେଭେନ ପଞ୍ଜାବ ଦ୍ଵାରା ସେ ଆଇପିଏଲକୁ ଆସିଥିଲେ । ତା’ପର ବର୍ଷ କଲିକତା ତାଙ୍କୁ 80 ଲକ୍ଷରେ ଦଳକୁ ନେଇଥିଲା ।

ଯାହା ରିଙ୍କୁ ଏବଂ ତାଙ୍କ ପରିବାରକୁ ଏକଦମ ଆଶ୍ଚର୍ଯ୍ୟ କରି ଦେଇଥିଲା । ଚଳିତ ବର୍ଷ ରିଙ୍କୁ 55 ଲକ୍ଷରେ ଦଳରେ ସାମିଲ ହୋଇଥିଲେ । ଆଉ ଗୁଜୁରାଟ ବିପକ୍ଷ ମ୍ଯାଚରେ ଶେଷ ଓଭରର ଶେଷ 5ଟି ବଲରେ ସେ ଯେଉଁ କରିସ୍ମା କରିଛନ୍ତି ତାହା କ୍ରିକେଟ ଇତିହାସରେ ଚିର ସ୍ମରଣୀୟ ହୋଇ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।