ଚର୍ଚ୍ଚାରେ ବେଙ୍ଗଲ ଟାଇଗରଙ୍କ ଝିଅ Sana Ganguly, ଗ୍ରାଜୁଏସନ ନ ସରୁଣୁ ମୋଟା ଅଙ୍କର ଦରମାରେ ଚାକିରି କରୁଛନ୍ତି ! ଜାଣିଲେ ହୋସ୍ ଉଡିଯିବ…

ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କିଙ୍ଗ ଅଫ୍ ଅଫସାଇଡ ଏବଂ ବେଙ୍ଗଲ ଟାଇଗର କୁହା ଯାଉଥିବା ଏହି କ୍ରିକେଟ କିମ୍ବଦନ୍ତୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ପୂର୍ବତନ ସଭାପତି ମଧ୍ୟ ରହି ସାରିଛନ୍ତି । କ୍ରିକେଟ ଦୁନିଆର ଦାଦା କହିଲେ ସୌରଭ ଗାଙ୍ଗୁଲିଙ୍କୁ ବୁଝାଏ । ତେବେ ବର୍ତ୍ତମାନ ଦାଦାଙ୍କୁ ନେଇ ନୁହେଁ ବରଂ ତାଙ୍କ ଝିଅ ସନା ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୋସିଆଲ ମିଡିଆରେ ହଠାତ ସନାଙ୍କ ଦରମାକୁ ନେଇ ଆଲୋଚନା ବଢିବାରେ ଲାଗିଛି । ଗାଙ୍ଗୁଲିଙ୍କ ଗେହ୍ଲା ଝିଅ ସନା କୁଆଡେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ତା’ ପୁଣି ଗ୍ରାଜୁଏସନ ନ ସରୁଣୁ । ଆଉ ଏତେ ଛୋଟ ବେଳୁ କାମ କରୁଥିବା ସନାଙ୍କ ଦରମା କେତେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଭଲ ପାଠପଢା ସହ ନିଜ ନୃତ୍ୟ ପ୍ରଦର୍ଶନ ପାଇଁ ସନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ କଲିକତାର ଲୋରିଟା ହାଇସ୍କୁଲରୁ 98% ମାର୍କ ରଖି ଦ୍ଵାଦଶ ପାସ୍ କରିଛନ୍ତି ।

ଆଉ ଏହାପରେ ସେ ଲଣ୍ଡନ ୟୁନିଭର୍ସିଟିରେ ଅର୍ଥନୀତିରେ ସ୍ନାତକ ମଧ୍ୟ କରୁଛନ୍ତି । ତେବେ ଅଧ୍ୟୟନ ସହ ENACTUS UCL ରେ କାମ କରୁଥିଲେ ସନା । ଏହି ସଂସ୍ଥା ଯୁବ ଉଦ୍ଯୋଗୀ ଏବଂ ବୃହତ କର୍ପୋରେଟର ମାନଙ୍କୁ ସେମାନଙ୍କର ନିଜସ୍ଵ ସାମାଜିକ ଉଦ୍ଯୋଗ ଗଠନ କରିବାରେ ସାହାଯ୍ୟ କରିଥାଏ । ଏହି ସମୟ ମଧ୍ୟରେ ସନା HSBC, KPMG, ଗୋଲ୍ଡମ୍ୟାନ ସାସ, ବାର୍କଲେ ଭଳି ବିଶ୍ଵର ବଡ ବଡ କମ୍ପାନୀ ସହ କାମ କରିବାର ସୁଯୋଗ ପାଇଛନ୍ତି ।

ଚଳିତ ବର୍ଷ ସ୍ନାତକ ସମାପ୍ତ କରିବେ ସନା । ହେଲେ ଗ୍ରାଜୁଏସନ ସମାପ୍ତ କରିବା ପୂର୍ବରୁ ସେ ବାପା ଗାଙ୍ଗୁଲିଙ୍କ ପାଇଁ ଗର୍ବ ଆଣିଛନ୍ତି । ସନା ଗାଙ୍ଗୁଲିଙ୍କ ଲିଙ୍କେଡିନ ପ୍ରୋଫାଇଲ ଅନୁଯାୟୀ ସେ ଜୁନ୍ 2022 ରୁ PWC ରେ ଇଣ୍ଟର୍ଣ୍ଣ ଭାବେ କାମ କରୁଛନ୍ତି । PWC ହେଉଛି ବିଶ୍ଵର ସବୁଠୁ ବଡ ଆର୍ଥିକ ପରାମର୍ଶଦାତା । ବିଶ୍ଵର ପ୍ରାୟ 152ଟି ଦେଶରେ ଏହି କମ୍ପାନୀର ବ୍ୟବସାୟ ବ୍ୟାପିଛି ଓ ଏଠାରେ 3.28 ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି ।

ସବୁଠୁ ରୋଚକ କଥା ହେଲା, ଏହି କମ୍ପାନୀ ଏଠାରେ ଇଣ୍ଟର୍ଣ୍ଣସିପ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ମୋଟା ଅଙ୍କର ଦରମା ଦେଇଥାଏ । ୟୁକେ ଇନଡିଡ ଡଟ କମ୍ ୱେବସାଇଟ ଅନୁଯାୟୀ, PWC ଇଣ୍ଟର୍ଣ୍ଣସିପ ସମୟରେ ବାର୍ଷିକ ହାରାହାରି 30 ଲକ୍ଷ ଟଙ୍କା ଦରମା ଦେଇଥାଏ । ତେଣୁ ସନା ମଧ୍ୟ 30 ଲକ୍ଷ କିମ୍ବା ତା’ ଠାରୁ ଅଧିକ ଦରମା ପାଉଥିବା ଲୋକେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।