ଯଦି ଆଗରୁ ହିଁ ଆକ୍ଟର ସିଲେକ୍ଟ କରିକି ରଖିଥାନ୍ତି ତେବେ ଅଡିସନ କାଇଁ ଶୁଖିଲାରେ କରନ୍ତି ମୁଁ ବୁଝିପାରେନି… ଓଲିଉଡ ଇଣ୍ଡଷ୍ଟ୍ରି ମୋ ସ୍ଵପ୍ନ ଭାଙ୍ଗି ଦେଲା, Manmay Dey

ଅଭିନୟ ହେବ ଆଶା ରଖି କେତେ କଣ ସଂଘର୍ଷ କରି ବାଲେଶ୍ଵରରୁ ଭୁବନେଶ୍ବର ଆସିଥିଲେ । “ସିନେ ଷ୍ଟାର କି ଖୋଜ୍” ରେ ସେ ବିଜେତା ମଧ୍ୟ ହୋଇଥିଲେ । ହେଲେ ଭାଗ୍ୟ ତାଙ୍କ ପାଇଁ କିଛି ଅଲଗା ଯୋଜନା ରଖିଥିଲା । ଅଭିନେତା ହେବାର ସ୍ଵପ୍ନ ଦେଖିଥିବା ଏହି ଯୁବକ ଏବେ ଜଣେ ଫେମସ୍ ୟୁଟ୍ଯୁବର । ତାଙ୍କର କଣ୍ଟେଣ୍ଟକୁ ଲୋକେ ବହୁତ ପସନ୍ଦ କରିବା ସହ ସେ ୟୁଟ୍ଯୂବରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି । ତେବେ ଆଜି ଆମେ ଜାଣିବା ୟୁଟ୍ଯୁବର ମନ୍ମୟ ଦେ’ ଙ୍କ କିଛି ଅକୁହା କଥା ।

ମନ୍ମୟ କହିଛନ୍ତି ସେ ଏବେ ବି ଅଭିନୟ ହିଁ କରୁଛନ୍ତି । ଯେହେତୁ ତାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟର କୌଣସି ସୁଯୋଗ ମିଳିଲାନି ସେଠାରେ ତାଙ୍କର ଅଭିନେତା ହେବାର ସ୍ଵପ୍ନ ଭାଙ୍ଗିଗଲା । ହେଲେ ସେ ନିଜେ ଏହି ସ୍ଵପ୍ନକୁ ଭାଙ୍ଗିବା ପାଇଁ ଦେଇ ନଥିଲେ । ୟୁଟ୍ଯୂବ ମାଧ୍ୟମରେ ନିଜର ଅଳ୍ପ ବହୁତ ଆଇଡିଆ ଲଗେଇ ଛୋଟ ଛୋଟ ଫିଲ୍ମ ଏବଂ କମେଡି ଫିଲ୍ମ ଆଦି ତିଆରି କରିବାକୁ ଚିନ୍ତା କରିଥିଲେ । ତେବେ ଏଥିପାଇଁ ସେ ଏକ ଟିମ୍ ବନେଇଥିଲେ ଏବଂ ଏଥିପାଇଁ ବହୁତ ସଂଘର୍ଷ ମଧ୍ୟ କରିବାକୁ ପଡିଛି ।

ପ୍ରଥମେ ସେ “ବିଗ ବ୍ରେକ” ସେମିଫାଇନାଲରୁ ଏଲିମିନେଟ ହୋଇ ଯାଇଥିଲେ । ଏହାର କିଛି ମାସ ପରେ ଓଡିଶାର ବେଷ୍ଟ ସିନେ ଷ୍ଟାର ଖୋଜ ଆରମ୍ଭ ହୋଇଥିଲା । ହେଲେ ଗୋଟିଏ ଶୋ’ରୁ ଏଲିମିନେଟ ହୋଇ ଆସିଥିବାରୁ ତାଙ୍କୁ ବିଲକୁଲ ଇଚ୍ଛା ନଥିଲା । କିନ୍ତୁ ବାପା ତାଙ୍କୁ ଉତ୍ସାହ ଦେଇ ଚେଷ୍ଟା କରିବାକୁ କହିଥିଲେ ଓ ସେଠାକୁ ଯାଇ ମନ୍ମୟ ୱିନର ମଧ୍ୟ ହୋଇଥିଲେ । ସେ ବହୁତ ଖୁସି ହୋଇ ଯାଇଥିଲେ କି, ଏବେ ସେ ଅଭିନୟ କରିବାକୁ ସୁଯୋଗ ପାଇବେ ।

କିନ୍ତୁ ଅନେକ ଦିନ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କ ପାଖକୁ କୌଣସି ଅଫର୍ ଆସି ନଥିଲା । ଏହାପରେ ସେ ବାଲେଶ୍ଵରରୁ ଭୁବନେଶ୍ବରକୁ ସିଫ୍ଟ ହୋଇଥିଲେ । ସେଠାରେ ବହୁତ ଫିଲ୍ମ ଏବଂ ସିରିଏଲ ଆଦି ପାଇଁ ଅଡିସନ ଦେଇଥିଲେ । କିନ୍ତୁ ତାଙ୍କୁ କିଛି ବି ଫାଇଦା ମିଳିଲାନି । ସେତେବେଳକୁ ମନ୍ମୟ ୟୁଟ୍ଯୂବ ମଧ୍ୟ ଆରମ୍ଭ କରି ସାରିଥିଲେ । ହେଲେ ଅଡିସନ ଟା କେବଳ ଖାଲିରେ ହୁଏ ଓ କେବଳ ନ୍ୟୁ କମର୍ ମାନେ ସେଠାକୁ ଆସନ୍ତିନି ।

ଯେଉଁମାନେ ପୂର୍ବରୁ ସିରିଏଲ କରି ସାରିଛନ୍ତି ସେମାନେ ପୂର୍ବରୁ ହିଁ ସିଲେକ୍ଟ ହେଇକି ଥାନ୍ତି । ଏମିତି ସବୁ ଦେଖିବା ପରେ ମନ୍ମୟଙ୍କ ମନ ଭାଙ୍ଗି ଯାଇଥିଲା । ଆଉ ସେ ୟୁଯୁବ ମାଧ୍ୟମରେ ହିଁ ନିଜ ପ୍ରତିଭା ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମନୋରଞ୍ଜନ କରିବେ ବୋଲି ଭାବିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।