ପଣା ସଂକ୍ରାନ୍ତି ଠାରୁ ସୁନା ଭଳି ଚମକିବ ଏହି 8 ରାଶିର ଭାଗ୍ୟ, ହେଲେ ସାବଧାନ ହୋଇଯାନ୍ତୁ ଏହି 4 ରାଶି (Odia New Year 2023)

ଆସନ୍ତା ଏପ୍ରିଲ 14 ତାରିଖ ପଣା ସଂକ୍ରାନ୍ତି ପରଠାରୁ ଆରମ୍ଭ ହୋଇଯିବ ଓଡିଆ ନୂତନ ବର୍ଷ । ତେବେ ଏହା ପରଠାରୁ 12 ଗୋଟି ରାଶିଙ୍କ ଭାଗ୍ୟ କିଭଳି ରହିବ ଆସନ୍ତୁ ଜାଣିବା । ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ ଓ ମାନ ସମ୍ମାନରେ ବୃଦ୍ଧି ହେବ । ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ । କିନ୍ତୁ ପାରବାରିକ ଅଶାନ୍ତି, ସ୍ୱାସ୍ଥ୍ୟହାନି ଦେଖା ଦେଇପାରେ । ପ୍ରତିଦିନ କିଛି ଗୁଡ ପୋଖରୀରେ ଭସେଇବା ପରେ ସ୍ନାନ କଲେ ମଙ୍ଗଳ ହେବ ।

ବୃଷ ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ ଏବଂ ପାରିବାରିକ କଳହ ଓ ସମସ୍ଯା ମଧ୍ୟ ସୃଷ୍ଟି ହେବ । କିନ୍ତୁ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ବିଭିନ୍ନ ସମସ୍ଯାର ସମାଧାନ ମଧ୍ୟ ହେବ । ଛାତ୍ରଛାତ୍ରୀ ସଫଳତା ଲାଭ କରିବେ ଏବଂ ଆକସ୍ମିକ ଧନଲାଭ ମଧ୍ୟ ହୋଇପାରେ । ରବିବାର 500 ଗ୍ରାମ ଗହମ ଦରିଦ୍ରଙ୍କୁ ଦାନ କରନ୍ତୁ ।

ମିଥୁନ ରାଶିର ବ୍ୟବସାୟୀ ମାନଙ୍କ ପାଇଁ ବ୍ୟବସାୟରେ ବାଧା ସୃଷ୍ଟି ହେବ ଏବଂ ଶତ୍ରୁ ବୃଦ୍ଧି ହେବେ । କର୍ମ କ୍ଷେତ୍ରରେ ନାନାଦି ସମସ୍ଯା ଓ ଅସୁବିଧା ଏବଂ ପାରିବାରିକ ଅଶାନ୍ତି ଦେଖାଦେବ । ସନ୍ତାନଙ୍କୁ ନେଇ ମଧ୍ୟ ମାନସିକ ଅଶାନ୍ତି ରହିପାରେ ଓ ବିଦ୍ୟାରେ ବିଘ୍ନ ଦେଖା ଦେଇପାରେ । ତେଣୁ ପ୍ରତିଦିନ ଶ୍ରୀଜଗନ୍ନାଥ ଓ ବିଷ୍ଣୁଙ୍କ ପୂଜା କରନ୍ତୁ ।

କର୍କଟ ରାଶି ଜାତକଙ୍କ ବ୍ୟବସାୟରେ ମଧ୍ୟ ହାନି ଦେଖା ଦେଇପାରେ ଓ କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପ୍ରତିକାର ସ୍ୱରୂପ ପ୍ରତ୍ଯେକ ଦିନ ଭଗବାନ ସୂର୍ଯ୍ୟଙ୍କୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ।

ସିଂହ ରାଶିର ବ୍ୟକ୍ତିଙ୍କ ମାନ ସମ୍ମାନରେ ବୃଦ୍ଧି ହେବ ଓ ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଦେଖାଦେବ । ଉଚ୍ଚସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇବେ । ହେଲେ ଶାରୀରିକ ଅସୁସ୍ଥତା ଏବଂ ମାନସିକ ଅଶାନ୍ତି ବୃଦ୍ଧି ଭୋଗ କରିପାରନ୍ତି । ଚାକିରି, ବ୍ୟବସାୟ ଓ ବିଦ୍ୟା କ୍ଷେତ୍ରରେ ଉନ୍ନତି ଦେଖାଦେବ । ରବିବାର ଦିନ 250ଗ୍ରାମ ଗୁଡ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି ବ୍ୟକ୍ତିଙ୍କ ବ୍ୟବସାୟରେ ଉନ୍ନତି ଦେଖାଦେବ ଓ ଆର୍ଥିକ ସ୍ଥିତି ଭଲ ରହିବ । ଚାକିରି କ୍ଷେତ୍ରରେ କୌଣସି ମହତ୍ବପୂର୍ଣ୍ଣ ଦାୟିତ୍ଵ ନେଇପାରନ୍ତି । ଚାକିରିରେ ପ୍ରମୋଶନ ହେବ ଏବଂ ବ୍ୟବସାୟରେ ଲାଭବାନ ହେବେ । ଜମିବାଡକୁ ନେଇ କଳହ ଦେଖା ଦେଇପାରେ । ପ୍ରତିଦିନ ବିଷ୍ଣୁଙ୍କର ସହସ୍ରନାମ ପାଠ କରନ୍ତୁ ।

ତୁଳା ରାଶି ବ୍ୟକ୍ତି ଅଧିକ ପରିଶ୍ରମ ଦ୍ଵାରା ଲାଭବାନ ହେବେ ଏବଂ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ ଏବଂ ଅଟକିଥିବା କାର୍ଯ୍ୟ ସମାଧାନ ହୋଇଯିବ । ପାରିବାରିକ ଓ ମାନସିକ ଶାନ୍ତି ମିଳିବ । କିନ୍ତୁ ବନ୍ଧୁବିବାଦ ଦେଖା ଦେଇପାରେ । ପ୍ରତିଦିନ ଗୋଟିଏ ନାଲିଫୁଲ ପକାଇ ସୂର୍ଯ୍ୟଙ୍କୁ ତମ୍ବାପାତ୍ରରେ ଜଳାର୍ପଣ କରନ୍ତୁ ।

ବିଛା ରାଶି ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସଫଳତା ଏବଂ ମାନସମ୍ମାନ ମିଳିବ । ପରିଶ୍ରମ ଦ୍ଵାରା ବ୍ୟବସାୟରେ ଲାଭବାନ ହେବେ । ଚାକିରିରେ ବଦଳି ହୋଇପାରେ ଓ ଶାରୀରିକ ଅସୁସ୍ଥତା ସହ ମାନସିକ ଅଶାନ୍ତି ମଧ୍ୟ ଆସିପାରେ । ପ୍ରତିଦିନ ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଲାଲ ସିନ୍ଦୁର ମଥାରେ ଲଗାନ୍ତୁ ।

ଧନୁ ରାଶି ବ୍ୟକ୍ତିଙ୍କ ପୂର୍ବ ଶତ୍ରୁତାର ସମାଧାନ ହେବ ଓ ଶତ୍ରୁ ପରାଜିତ ହେବେ । ମାନସମ୍ମାନ ବୃଦ୍ଧି ହେବ ଏବଂ ବ୍ୟବସାୟରେ ଲାଭ ଦେଖାଦେବ । ଶାରୀରିକ ପୀଡା ଦେଖା ଦେଇପାରେ ଓ କର୍ମକ୍ଷେତ୍ରରେ ଦ୍ଵନ୍ଦ ହୋଇପାରେ । ପରିବାରରେ ଅଶାନ୍ତି ଉପୁଜିପାରେ । ରବିବାର ଦିନ ହଳଦୀପାଣି କରି ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ।

ମକର ରାଶି ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ମିଛ ଅପବାଦ ଦେଖା ଦେଇପାରେ । ଅନେକ ପରିଶ୍ରମ ସତ୍ତ୍ୱେ କମ୍ ଲାଭ ମିଳିବ ଓ ସହଯୋଗୀ ହଇରାଣ କରିପାରନ୍ତି । ଶାରୀରିକ ସମସ୍ଯା ଦେଖା ଦେଇପାରେ । ପ୍ରତିକାର ସ୍ୱରୂପ ପ୍ରତ୍ଯେକ ଦିନ ପାକ ଭୋଜନ ଦିଅନ୍ତୁ ।

କୁମ୍ଭ ରାଶି ବ୍ୟକ୍ତିଙ୍କ ଚାକିରି ଓ ବ୍ୟବସାୟ ଉଭୟ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଅଭିଳାଷ ପୂରଣ ହେବ ଏବଂ ମାନସମ୍ମାନ ବୃଦ୍ଧି ହେବ । ହେଲେ ପରିବାରିକ ଅଶାନ୍ତି ଓ ଶାରୀରିକ ପୀଡା ଭୋଗ କରିପାରନ୍ତି । ପ୍ରତିଦିନ ମହାଦେବଙ୍କୁ ଦର୍ଶନ କରନ୍ତୁ ଏବଂ ଖଣ୍ଡେ ହଳଦୀ ସହ ଦକ୍ଷିଣା ମନ୍ଦିରରେ ରଖନ୍ତୁ ।

ମୀନ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ନୂତନ ନିଯୁକ୍ତି ପାଇବେ । ମାନସମ୍ମାନରେ ସାମାନ୍ଯ ଆଞ୍ଚ ଆସିପାରେ ଓ ଶାରୀରିକ ପୀଡା ଭୋଗ କରିପାରନ୍ତି । ପ୍ରତିଦିନ କଦଳୀ ଗଛ ମୂଳରେ ହଳଦୀପାଣି ଅର୍ପଣ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।