କିଛି ଲେଖା ହୋଇଥିବା ନୋଟ୍ ଆପଣଙ୍କ ପାଖେ ଅଛି କି ? ଥିଲେ ସାବଧାନ ହୋଇଯାନ୍ତୁ ଓ ଏହି ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରୁହନ୍ତୁ !

ଆପଣଙ୍କ ପାଖରେ ଯଦି ଏଭଳି କିଛି ନୋଟ୍ ଅଛି ଯେଉଁଥିରେ କିଛି ଲେଖା ହୋଇଛି ତେବେ ସତର୍କ ହୋଇଯାନ୍ତୁ । କାରଣ ଏଣିକି ଆଉ ଟଙ୍କା ଉପରେ ଲେଖାଥିବା ନୋଟ୍ ଚଳିବ ନାହିଁ । ଆପଣ ଯଦି ନୋଟ୍ ଉପରେ କିଛି ଲେଖୁଛନ୍ତି କିମ୍ବା ପେନ୍ ରେ ଗାରେଇଛନ୍ତି ତେବେ ଏହା ଆଉ ଚଳିବନି । ଏଭଳି ନୋଟ୍ କୌଣସି ବ୍ଯାଙ୍କ ଗ୍ରହଣ କରିବେ ନାହିଁ । ଏଭଳି କିଛି ମେସେଜ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ।

ଏହି ମେସେଜରେ ସତର୍କ କରାଯାଉଛି କି, ଆପଣ ଯଦି ନୋଟ୍ ଉପରେ ପେନ୍ ରେ କିଛି ଗାରେଇଛନ୍ତି ବା ଲେଖିଛନ୍ତି ତେବେ ଏହି ନୋଟ ଚଳିବ ନାହିଁ କିମ୍ବା କୌଣସି ବ୍ଯାଙ୍କ ଏହାକୁ ଗ୍ରହଣ କରିବେନି । ତେବେ ପ୍ରକୃତରେ ଏହି ମେସେଜ ପଛରେ କେତେ ସତ୍ୟତା ରହିଛି ? ସତରେ କଣ ସେମିତି ନୋଟ୍ ଆଉ ଚଳିବନି ? ଏସବୁ ନୋଟ୍ ଯଦି ନଚାଲେ ତେବେ ଏସବୁକୁ କଣ କରାଯିବ ? ଯେଉଁମାନଙ୍କ ପାଖରେ କିଛି ଲେଖା ହୋଇଥିବା ନୋଟ୍ ଅଛି ସେମାନେ କିଭଳି ଏହାକୁ ପରିବର୍ତ୍ତନ କରିବେ ?

ତେବେ ଏନେଇ ପ୍ରକୃତ ସତ ବର୍ତ୍ତମାନ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏଭଳି ପ୍ରଚାର ଚାଲିଥିବା ବେଳେ ‘ପ୍ରେସ ଇନଫର୍ମେଶନ ବ୍ଯୁରୋ’ (PIB) ଏକ ଟ୍ବିଟ କରିଛି । ଆଉ ଏହି ଟ୍ବିଟରେ ହିଁ ଏହି ଖବର ପଛର ସତ ସାମ୍ନାକୁ ଆସିଛି । ପିଆଇବି ଏହି ଟ୍ବିଟରେ କହିଛି କି, ଯଦି ନୋଟ ଉପରେ ପେନ୍ ରେ ଗାରା ହୋଇଛି କିମ୍ବା କିଛି ଲେଖା ହୋଇଛି ତେବେ ମଧ୍ୟ ସେ ନୋଟ୍ ଚଳିବ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବରଟି ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛି ପିଆଇବି ।

ଲେଖାଥିବା କିମ୍ବା ଗାରେଇ ହୋଇଥିବା ନୋଟ୍ ସଂପୂର୍ଣ୍ଣ ଭାବେ ବୈଧ ଅଟେ । ପୂର୍ବ ଭଳି ଏହି ନୋଟ୍ କୁ ବ୍ୟବହାର କରିବା ସହ ଆପଣ ଯେଉଁଠି ଚାହିଁଲେ ସେଇଠି ଦେଇପାରିବେ । ହେଲେ ଏହାର ଅର୍ଥ ନୁହେଁ ଆମେ ନୋଟ୍ ଉପରେ ଯାହା ଚାହିଁବା ଲେଖିଦେବା । ପିଆଇବି ନିଜ ଟ୍ବିଟ ମାଧ୍ୟମରେ ଲୋକଙ୍କୁ ନୋଟ୍ ଉପରେ ଲେଖାଲେଖି କରିବାକୁ ବାରଣ କରିଛି । କାରଣ ଏହାର ନୋଟ୍ ର ଜୀବନକାଳ କମ୍ ହୋଇଯାଏ ।

ନୋଟ୍ ଉପରେ ଷ୍ଟାପଲର ବ୍ୟବହାର ନ କରିବାକୁ ଏବଂ ଏହାକୁ ଓଲଟା ସିଧା କରି ଭାଙ୍ଗି ନ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ପିଆଇବି । ଆରବିଆଇ ଗାଇଡଲାଇନ ଅନୁସାରେ ଆପଣଙ୍କ ପାଖରେ ଯଦି କିଛି ଚିରାଫଟା କିମ୍ବା ଲେଖା ହୋଇଥିବା ନୋଟ୍ ରହିଛି ତେବେ ଆପଣ ଏହାକୁ ଆପଣ ବ୍ଯାଙ୍କରେ ଦେଇ ନୂଆ ନୋଟ୍ ଆଣିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।