ବାରବାଟୀରେ ହକି ଓପନିଂ ସେରିମନି ପାଇଁ କେଉଁ ଅଭିନେତା ଓ ଅଭିନେତ୍ରୀ କେତେ ଟଙ୍କା ନେଇଛନ୍ତି ? ଶୋ’ ପିଛା ଫିସ୍ ଜାଣିଲେ ମୁଣ୍ଡ ଘାବରେଇ ଦେବ !

ଖୁବ ଜାକଜକମରେ ଶେଷ ହୋଇଛି ହକି ବିଶ୍ଵକପ 2023 ର ଓପନିଂ ସେରିମନି । କଟକ ର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ଵକପ ଉଦଘାଟନୀ ଅବସରରେ ବେଶ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଲିଉଡ ର ବଡ ବଡ ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ ସୁପରଷ୍ଟାର ରଣବୀର ସିଂହ ଏବଂ ଦିଶା ପାଟନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ବଲିଉଡର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଦା’ ମଧ୍ୟ ନିଜ ଟିମ୍ ସହ ମଞ୍ଚ ଉପରେ ଧୂଆଁଦାର ପ୍ରଦର୍ଶନ କରିଥିଲେ ।

ବଲିଉଡର ଜଣାଶୁଣା ସିଙ୍ଗର ନୀତି ମୋହନ, ବେନି ଦୟାଲ, ଅମିତ ମିଶ୍ରା, ଶ୍ରୀରାମା ଚନ୍ଦ୍ରା ଓ ଶଲମଲି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହକି ବିଶ୍ଵକପର ମଜାକୁ ଦ୍ଵିଗୁଣିତ କରିଥିଲେ । ଏହାସହ କେ-ପପ୍ ବ୍ୟାଣ୍ଡ ବ୍ଲାକ ଶ୍ଵାନ ମଧ୍ୟ ଷ୍ଟେଜରେ ଦମଦାର ପ୍ରଦର୍ଶନ କରିଥିଲେ । ତେବେ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତେ ନିଜ ନିଜ ସ୍ଥାନକୁ ଫେରି ଯାଇଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଏହି କଳାକାର ମାନେ ନେଇଥିବା ଫିସ୍ କେତେ ଶୁଣିଲେ ଆପଣଙ୍କ ମୁଣ୍ଡ ଘାବରେଇ ଯିବ ।

କାର୍ଯ୍ୟକ୍ରମକୁ ହୋଷ୍ଟ କରୁଥିବା ମନୀଷ ପଲ୍ ଗୋଟିଏ ଏପିସୋଡ ପିଛା 1ରୁ 3କୋଟି ଟଙ୍କା ନିଅନ୍ତି । ତାଙ୍କ ସହ ହୋଷ୍ଟ କରୁଥିବା ବଲିଉଡ ଅଭିନେତ୍ରୀ ଗହ୍ଵର ଖାନ ପ୍ରତି ଶୋ’ ପାଇଁ 8ରୁ 15ଲକ୍ଷ ଟଙ୍କା ନିଅନ୍ତି । ସେହିପରି ଦିଶା ପାଟନୀ ଗୋଟିଏ ଶୋ’ ବା କନସର୍ଟ ପାଇଁ ସେ ପାଖାପାଖି 3ରୁ 4କୋଟି ଟଙ୍କା ଡିମାଣ୍ଡ କରନ୍ତି ।

ସେହିପରି ନୀତି ମୋହନ ଗୋଟିଏ ଶୋ’ ପାଇଁ 5ରୁ 7ଲକ୍ଷ ଟଙ୍କା ନେଉଥିବା ବେଳେ ସୁପରଷ୍ଟାର ରଣବୀର ସିଂ ପ୍ରତି ଶୋ’କୁ ସର୍ବାଧିକ ସାଢେ 3କୋଟି ରୁ ସାଢେ 4କୋଟି ଟଙ୍କା ଚାର୍ଜ କରନ୍ତି । କୋରିୟାନ ପପ୍ ବ୍ୟାଣ୍ଡ ବ୍ଲାକ ଶ୍ଵାନ ଗ୍ରୁପ ଗୋଟିଏ କନସର୍ଟ ପାଇଁ ପ୍ରାୟ 2ରୁ 3କୋଟି ଟଙ୍କା ନିଅନ୍ତି । ଏହି କୋରିୟାନ ପପ୍ ବ୍ୟାଣ୍ଡ ଗ୍ରୁପରେ ଓଡିଶା ରାଉରକେଲା ଝିଅ ଶ୍ରେୟା ଲେଙ୍କା ମଧ୍ୟ ପରଫର୍ମ କରିଥିଲେ । ସେହିପରି ଅନ୍ୟ ଆର୍ଟିଷ୍ଟ ମାନେ ମଧ୍ୟ ନିଜ ନିଜ ଫିସ୍ ଚାର୍ଜ କରିଥିଲେ ।

ସମସ୍ତେ କାର୍ଯ୍ୟକ୍ରମ ସାରି ଫେରି ଯାଇଛନ୍ତି ଆଉ ଦର୍ଶକଙ୍କ ମନରେ ଦମଦାର ପ୍ରଦର୍ଶନର ଛାପ ଛାଡି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।