ଫ୍ୟାଶନ ଆଣ୍ଡ ଲାଇଫ ଷ୍ଟାଇଲ ମେଳାରେ ବଲିଉଡର ଷ୍ଟାର ଡିଜାଇନର Manish Malhotra ଙ୍କ ସହ ରାମ୍ପ ୱାକ କଲେ Babushan Mohanty, ଦେଖନ୍ତୁ video

ଇଣ୍ଡିଆନ ଚାମ୍ବର ଅଫ କମର୍ଶ ଆଣ୍ଡ ମହିଳା ଉଦ୍ଯୋଗୀ ପରିଷଦର ମିଳିତ ସହଯୋଗରେ ପଟିଆ ର ପାଲଟୋନିକ୍ସ ପଡିଆରେ ଚାଲିଥିବା ଫ୍ୟାଶନ ଆଣ୍ଡ ଲାଇଫ ଷ୍ଟାଇଲ ମେଳା ଗତକାଲି ଶେଷ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ମେଳାରେ ଯୋଗ ଦେଇ ବିଭିନ୍ନ ଷ୍ଟଲ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ । ତେବେ ଗତକାଲି ବଲିଉଡର ପ୍ରମୁଖ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଏହି ମେଳାର ମୁଖ୍ୟ ଆକର୍ଷଣ ସାଜିଥିଲେ ।

ସେ ପ୍ରଥମ ଥର ପାଇଁ ଓଡିଶାର କପଡା ସହ ପୋଷାକ ପରିକଳ୍ପନା କରିଥିଲେ । ଜାତୀୟ ଏବଂ ବିଶ୍ଵ ସ୍ତରରେ ଓଡିଶାର ବସ୍ତ୍ର ଓ ହସ୍ତଶିଳ୍ପ କଳାକୁ ପହଞ୍ଚାଇବାରେ ଏହା ନିଶ୍ଚୟ ସଫଳ ହେବ ବୋଲି ଆଶା କରାଯାଉଛି । ମନୀଷ ମଲହୋତ୍ରା ଓଡିଶାକୁ ଆସି ଓଡିଶାର କପଡାରେ ବସ୍ତ୍ର ପରିକଳ୍ପନା କରିବା ଦ୍ଵାରା ନିହାତି ଭାବେ ଓଡିଶାର ଡିଜାଇନର ମାନଙ୍କୁ ଏକ ପ୍ରେରଣା ଓ ଆଶା ମିଳିଛି । ଓଡିଶାର ହସ୍ତତନ୍ତ୍ରକୁ ନେଇ ମନୀଷ ଏକ ଫ୍ୟୁଜନ ଶୋ’ କରିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲା ।

ସେଲିବ୍ରିଟି ଡିଜାଇନର ମାନେ ଓଡିଶାକୁ ଆସି ଏଭଳି ନୂଆ ନୂଆ ପଦକ୍ଷେପ ନେବା ଦ୍ଵାରା ଆମ ରାଜ୍ୟକୁ ଏହାର ଫାଇଦା ନିଶ୍ଚିତ ଭାବେ ମିଳିବ । ତେବେ ଏହି ମେଳାରେ ଗତକାଲି ଓଲିଉଡ ସୁପରଷ୍ଟାର ବାବୁଷାଣ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ବାବୁଶାନ ମନୀଷ ମଲହୋତ୍ରାଙ୍କ ଠାରୁ ଆୱାର୍ଡ ନେବା ସହ ତାଙ୍କ ସହ ରାମ୍ପ ୱାକ ମଧ୍ୟ କରିଥିଲେ । ଏନେଇ ବାବୁଶାନ କହିଛନ୍ତି କି, ଯଦିଓ ମୋର ଫ୍ୟାଶନ ସେନ୍ସ ସେତେ ଭଲ ନୁହେଁ ତଥାପି ମୋତେ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଥିବାରୁ ମୁଁ ବହୁତ କୃତଜ୍ଞ ।

ମନୀଷ ମଲହୋତ୍ରାଙ୍କ ଭଳି ଜଣେ ସୁନାମଧାନ୍ୟ ଫ୍ୟାଶନ ଡିଜାଇନରଙ୍କ ସହ ରାମ୍ପ ୱାକ କରି ଏବଂ ତାଙ୍କ ହାତରୁ ଆୱାର୍ଡ ନେଇ ମୋତେ ବହୁତ ଖୁସି ଲାଗୁଛି । ବାବୁଶାନ ଗଭର୍ଣ୍ଣର ଗଣେଶୀ ଲାଲଙ୍କୁ ମଧ୍ୟ ଭେଟିଥିଲେ ଓ ତାଙ୍କ ସହ ଆଲୋଚନା କରିଥିଲେ । ଗଭର୍ଣ୍ଣର ବାବୁଶାନଙ୍କ ସହ ଫିଲ୍ମ “ଦମନ” ବିଷୟରେ ଆଲୋଚନା କରିଥିଲେ । ସେ ନିଜେ ଫିଲ୍ମ ଦେଖିଥିଲେ ଓ ତାଙ୍କୁ ଫିଲ୍ମ ବହୁତ ଭଲ ଲାଗିଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ଆଗକୁ ବାବୁଶାନଙ୍କ ଫିଲ୍ମ “ଦମନ” ର ହିନ୍ଦୀ ଏଡିସନ ରିଲିଜ ହେବାକୁ ଯାଉଥିବା ବେଳେ ଆଗକୁ ଦର୍ଶକଙ୍କ ପାଇଁ ଏକ ସରପ୍ରାଇଜ ଥିବା ମଧ୍ୟ କହିଛନ୍ତି ବାବୁଶାନ । ଫିଲ୍ମ ବିଷୟରେ ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ହିରୋ ନୁହେଁ ବରଂ ମୋ ଦର୍ଶକମାନେ ହେଉଛନ୍ତି ପ୍ରକୃତ ହିରୋ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।