ବଜାରରେ ଲଞ୍ଚ ହେବାକୁ ଯାଉଛି ନୂଆ ଇଲେକ୍ଟ୍ରିକ ବାଇକ Revolt, ଆଉ ଦରକାର ହେବନି ପେଟ୍ରୋଲ, ଥରେ ଚାର୍ଜ କଲେ ଏତେ କି.ମି ଯାଉଛି ଯେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦେଶରେ ବଢୁଛି ଇଲେକ୍ଟ୍ରିକ ଗାଡିର ଚାହିଦା । ଇଲେକ୍ଟ୍ରିକ ସ୍କୁଟି ପରେ ଆସନ୍ତା ସପ୍ତାହରେ ମାର୍କେଟରେ ଆସିବାକୁ ଯାଉଛି ଇ-ବାଇକ । ପେଟ୍ରୋଲ ଦରରେ ବୃଦ୍ଧି ଘଟିଥିବା ବେଳେ ବର୍ତ୍ତମାନ ଇଲେକ୍ଟ୍ରିକ ବାଇକ ଯୁବପିଢିଙ୍କୁ ଅଧିକ ଆକୃଷ୍ଟ କରୁଛି । ସ୍କୁଟର ଭଳି ଏବେ ଲୋକଙ୍କ ଡିମାଣ୍ଡରେ ଏହି ଗାଡି । କମ୍ପାନୀ ବଜାରକୁ ଇଲେକ୍ଟ୍ରିକ ବାଇକ, କାର ଏବଂ ସ୍କୁଟି ଆଦି ଲଞ୍ଚ କରୁଛନ୍ତି, ଯାହା ଦେଖିବାକୁ ଖୁବ ଆକର୍ଷଣୀୟ । ଏହାସହ କମ୍ ଖର୍ଚ୍ଚରେ ଅଧିକ ମାଇଲେଜ ଦେଉଛି ଏହି ଗାଡି ।

ଆସନ୍ତା ସପ୍ତାହରେ ବଜାରକୁ ଆସିବାକୁ ଯାଉଛି ଟର୍କ କାର୍ଟେସର ଇଲେକ୍ଟ୍ରିକ ମୋଟର ସାଇକେଲ । ଅନ୍ୟପଟେ ରିଭୋଲ୍ଟ  ଆରବି୪୦୦ ବିକ୍ରି ଜୋରଦାର ଧରିଛି । ଯଦି ଆପଣ ଇଲେକ୍ଟ୍ରିକ ବାଇକ କିଣିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଏହି ଲୋକପ୍ରିୟ ବାଇକ ଓ ଦାମ୍ ସମ୍ପର୍କରେ । ବଜାରରେ ଚର୍ଚ୍ଚାରେ ଥିବା ଲୋକପ୍ରିୟ ଇଲେକ୍ଟ୍ରିକ ବାଇକ ହେଉଛି ରିଭୋଲ୍ଟ ଆରବି୪୦୦ । ଏହାର ଏକ୍ସ ଶୋରୁମ ଦର ହେଉଛି ୯୦,୭୯୯/- ଟଙ୍କା । ଏହା ଗୋଟିଏ ଥର ଚାର୍ଜ ହେଲେ ୧୫୦ କିମି ଯାଏଁ ଚାଲି ପାରିବ ।

ସେହିପରି ରିଭୋଲ୍ଟ  ଆରବି୩୦୦ ର ଦାମ୍ ହେଉଛି ୯୪,୯୯୯/- ଟଙ୍କା । ଏହା ଥରେ ଫୁଲଚାର୍ଜ ହେଲେ ୧୮୦ କିମି ଯାଏଁ ଯାଇ ପାରିବ । ଏହାସହ ବଜାରରେ ଓଡିଶୀ ଇଲେକ୍ଟ୍ରିକ ଇଭୋକିସ ଭଳି ଦାମୀ ଓ ଆକର୍ଷଣୀୟ ବାଇକର ବିକଳ୍ପ ରହିଛି । ଏହାର ଏକ୍ସ ଶୋରୁମ ଦର ରହିଛି ୧ ଲକ୍ଷ ୬୪ ହଜାର ଟଙ୍କା । ଏହା ଥରେ ଚାର୍ଜ କଲେ ୧୪୦ କିମି ଯାଏଁ ଯାଇପାରିବ ।

ଅଧିକ ସ୍ପିଡ ଓ ବେଶୀ ମାଇଲେଜ ଦେଉଥିବା ଇଲେକ୍ଟ୍ରିକ ବାଇକ ମଧ୍ୟ ରହିଛି । ଯାହା କୌଣସି ସ୍ପୋର୍ଟ୍ସ ବାଇକ କିମ୍ବା କୃଜର ବାଇକ ଠାରୁ କିଛି କମ୍ ନୁହେଁ । ଲସଭେଗାସରେ ଚାଲୁଥିବା ସିଇଏସ ୨୦୨୨ରେ କାନାଡିଆନ ଷ୍ଟାର୍ଟଅଫ ଡେମୋନ ମୋଟର୍ସ ଉପସ୍ଥାପନା କରିଛି । ଯାହା କୌଣସି ପେଟ୍ରୋଲ ସ୍ପୋର୍ଟ୍ସ ଠାରୁ ବି କମ୍ ନୁହେଁ । ଏହାର ଘଣ୍ଟା ପ୍ରତି ସର୍ବୋଚ୍ଚ ବେଗ ହେଉଛି ୨୭୩ କିମି । ଏହି ବାଇକରେ ୨୦ କିଲୋ ୱାଟର ବ୍ଯାଟେରୀ ରହିଛି । ଯାହା ଗୋଟିଏ ଚାର୍ଜରେ ୨୩୫ କିମି ଦୂରତା ଅତିକ୍ରମ କରିପାରେ ।

୨୦୦ଏଚପି ବିଶିଷ୍ଟ ଏହି ବାଇକ ୧୦୦ କିମି ବେଗରେ ପହଞ୍ଚିବାକୁ ମାତ୍ର ତିନି ସେକେଣ୍ଡ ସମୟ ନିଏ । ଏହି ବାଇକର ମୂଲ୍ୟ ୩୫ ହଜାର ଡଲାର ବା ୨୬ ଲକ୍ଷ ଟଙ୍କା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।