ପୁଣି ଚର୍ଚ୍ଚାରେ Tapaswini ! କଣ ରାଜନୀତିରେ ଏଣ୍ଟ୍ରି କରିବେ Tapaswini ? ଦେଖନ୍ତୁ ଏହି Report

ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ତପସ୍ଵିନୀ ଦାସ ଓରଫ ଡିମ୍ପଲ ଆଜି ସାରା ଓଡିଶାର ଗୋଟିଏ ଚର୍ଚ୍ଚିତ ଚେହେରା । ତାଙ୍କ ହକ୍ ଲଢେଇ କରୁ କରୁ ରାଜ୍ୟର ପ୍ରତ୍ଯେକ ନାରୀ ମାନଙ୍କ ପାଇଁ ପ୍ରେରଣା ଏବଂ ଆଦର୍ଶ ପାଲଟି ଯାଇଛନ୍ତି । ତାଙ୍କୁ ନ୍ୟାୟ ମିଳୁ ବୋଲି ଓଡିଶାର ପ୍ରତ୍ଯେକ ନାରୀଙ୍କ ସ୍ଵର ଉଠିଥିବା ବେଳେ ବିଦେଶରୁ ମଧ୍ୟ ବିପୁଳ ଜଣ ସମର୍ଥନ ମିଳିଥିଲା । ଏମିତିକି ବିଭିନ୍ନ ସାମାଜିକ କର୍ମୀମାନେ ମଧ୍ୟ ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପାଖେ ପହଞ୍ଚି ଥିଲେ ।

ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ସ୍ଵାମୀଙ୍କ ଘର ଆଗରେ ସେ ଧାରଣା ଦେଇଥିଲେ । ନିଜର ହକ୍ ପାଇଁ ଅନେକ ଦିନ ପର୍ଯ୍ୟନ୍ତ ସ୍ଵାମୀଙ୍କ ଘର ବାରଣ୍ଡାରେ ମଧ୍ୟ ଦିନ କାଟିଥିଲେ । ତେବେ ତପସ୍ଵିନୀଙ୍କ ଦୀର୍ଘ ଦିନର ସଂଘର୍ଷ ପରେ କୋର୍ଟ ତାଙ୍କୁ ସ୍ଵାମୀଙ୍କ ଘରେ ରହିବା ପାଇଁ ଅନୁମତି ଦେଇଥିବା ବେଳେ ମାମଲା ଏବେବି କୋର୍ଟରେ ବିଚାରାଧୀନ ରହିଛି । ତେବେ ଆଗାମୀ ଦିନରେ ତପସ୍ଵିନୀ ନ୍ୟାୟ ପାଇବେ କି ନାହିଁ ତାହା ଅଲଗା କଥା ।

କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ଠାରୁ ଆରମ୍ଭ କରି ଓଡିଶାର ପ୍ରତ୍ଯେକ ଜନ ସାଧାରଣଙ୍କ ସହ ରାଜନୀତି ମହଲରେ ମଧ୍ୟ ତପସ୍ଵିନୀ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ତପସ୍ଵିନୀଙ୍କୁ ମିଳୁଥିବା ବିପୁଳ ଜନ ସମର୍ଥନକୁ ନେଇ ରାଜନୀତି ମହଲରେ ବେଶ ଚର୍ଚ୍ଚା ହେବାକୁ ଲାଗିଛି । ବର୍ତ୍ତମାନ ଓଡିଶା ପଞ୍ଚାୟତ ନିର୍ବାଚନକୁ ନେଇ ମାହୋଲ ସରଗରମ ଥିବା ବେଳେ ଆଗକୁ ପୌର ନିର୍ବାଚନ ମଧ୍ୟ ଆସୁଛି ।

ଏହାରି ଭିତରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ତପସ୍ଵିନୀ କାଳେ ରାଜନୀତିରେ ଯୋଗ ଦେଉଛନ୍ତି । ଓଡିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତେ ଭୋଟ ହାତେଇବା ପାଇଁ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ଵ ଦେଉଥିବା ବେଳେ ତପସ୍ଵିନୀଙ୍କ ଚେହେରା ବର୍ତ୍ତମାନ ସମସ୍ତଙ୍କ ନଜରରେ ରହିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନାରୀଶକ୍ତି ଓ ନାରୀ ସଶକ୍ତିକରଣକୁ ଗୁରୁତ୍ଵ ଦେଉଥିବା ବେଳେ ତପସ୍ଵିନୀ ଏହାର ମଙ୍ଗ ଧରିବେ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ଏନେଇ ଉଭୟ ରାଜନୈତିକ ଦଳ ଓ ତପସ୍ଵିନୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଲୋକଙ୍କ ସମର୍ଥନ ପାଇଥିବା ତପସ୍ଵିନୀ ଲୋକଙ୍କ ସେବା କରିବାକୁ କେତେ ଆଗ୍ରହୀ ଅଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।