କାହିଁକି ଟ୍ରେଣ୍ଡ କରୁଛି Dolo-650 ? ଜାଣନ୍ତୁ କେମିତି ଘରେ ଘରେ ପରିଚିତ ହେଲା ଏହି ମେଡ଼ିସିନ ଓ କେମିତି କୋଟିପତି ହେଲେ ଏହି ଔଷଧର ମାଲିକ

ଗାଁ ଠୁ ଆରମ୍ଭ କରି ସହର ଯାଏଁ ସମସ୍ତେ ଜାଣନ୍ତି ଡୋଲୋ-650 ର ନାଁ । ଜ୍ଵର ହେଉ ବା କରୋନା, ଏହି ମେଡ଼ିସିନ ଖାଇବାକୁ ପଡିଥାଏ । ହସ୍ପିଟାଲ ଠାରୁ ଆରମ୍ଭ କରି ମେଡ଼ିସିନ ଷ୍ଟୋର ଓ ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଡୋଲୋ-୬୫୦ ର ନାଁ । ସାରା ଦେଶରେ ଏବେ ଡୋଲୋ ର ବେଶ ଚାହିଦା । ଏଇ କେଇ ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ବି ଡୋଲୋ-୬୫୦ ଟ୍ରେଣ୍ଡ କରୁଛି । ତେବେ ଜାଣନ୍ତୁ କାହିଁକି ଚର୍ଚ୍ଚାରେ ରହିଛି ଡୋଲି ।

କରୋନା ମହାମାରୀ ଆସିବା ଦିନରୁ ଏହି ଡୋଲୋ-650 ର ଚାହିଦା ବେଶ ବଢିଛି । ଟିକେ ଥଣ୍ଡା କାଶ ହେବା ମାତ୍ରେ ଖୋଜା ପଡୁଛି ଡୋଲୋ । ୨୦୨୦ ପୂର୍ବରୁ ଡୋଲୋ ନାଁ’ଟି ଅଜଣା ଥିବା ବେଳେ ଏବେ ଏହା ଘରେ ଘରେ ପରିଚିତ ହୋଇ ସାରିଲାଣି । କରୋନା ମହାମାରୀ ଅନେକ ଔଷଧ କମ୍ପାନୀକୁ କୋଟିପତି କରିଥିବା ବେଳେ ଡୋଲୋ-୬୫୦ ର ନିର୍ମାତା ଏହି ଦୌଡରେ ଆଗରେ ରହିଛନ୍ତି । କରୋନ ମହାମାରୀ ଆରମ୍ଭ ହେବା ଦିନ ଠାରୁ ଏପର୍ଯ୍ୟନ୍ତ କମ୍ପାନୀ ୩୫୦ କୋଟିରୁ ଅଧିକ ବଟିକା ବିକ୍ରି କରି ରେକର୍ଡ କରିଛି ।

୨୦୧୯ ମସିହାରେ ଆମ ଦେଶରେ ଡୋଲୋ-୬୫୦ ର ୭କୋଟିରୁ ଅଧିକ ଷ୍ଟ୍ରିପ ବିକ୍ରି ହୋଇଥିଲା । ହେଲେ ମହାମାରୀ ବେଳେ ବା ଗତ ବର୍ଷ ୨୦୨୧ରେ ଏହି ବଟିକା ବିକ୍ରି କରି କମ୍ପାନୀ ୩୦୭କୋଟି ଟଙ୍କା ଆୟ କରିଥିବା ସ୍ୱାସ୍ଥ୍ୟ ସେବା ଅନୁସନ୍ଧାନ ସଂସ୍ଥା IQVIA ତଥ୍ୟ ଦେଇଛି । ଏବେବି କରୋନା ମହାମାରୀର ନୂଆ ଭ୍ୟାରିଆଣ୍ଟ ସହ ଡୋଲୋ-୬୫୦ ର ବ୍ୟବହାର ମଧ୍ୟ ବଢିବାରେ ଲାଗିଛି ।

ଶରୀରରେ ଯନ୍ତ୍ରଣା ଠାରୁ ଆରମ୍ଭ କରି ଥଣ୍ଡା ଓ ଜ୍ଵର ପାଇଁ ମୁଖ୍ଯତଃ ଲୋକେ ଡୋଲୋ-୬୫୦ ସେବନ କରୁଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବଢିବାରେ ଲାଗିଛି । ଏମିତିକି ୨୦୨୨ ମସିହା ଆରମ୍ଭରୁ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛି ଏହି ଡୋଲୋ-୬୫୦ । ବର୍ତ୍ତମାନ ସମୟରେ ଥଣ୍ଡା ସହ ଶରୀରରେ ଯନ୍ତ୍ରଣା ହେବା ମାତ୍ରେ ଲୋକମାନେ ତୁରନ୍ତ ଡୋଲୋ-୬୫୦ ଖାଉଛନ୍ତି । ଏହାର ପ୍ରଭାବ ଭଲ ରହୁଥିବା ଅନୁଭବ ହେବାରୁ ଡୋଲୋ-୬୫୦ ର ଚାହିଦା ଅଧିକ ରହିଛି ।

ଯାହାଫଳରେ ପାରାସିଟାମଲ ରେଞ୍ଜ ର ଏହି ମେଡ଼ିସିନର ବିକ୍ରି ବଢିଯାଇଛି । ଏମିତିକି ବେଙ୍ଗାଲୁରର ମାଇକ୍ରୋ ଲ୍ୟାବ ଲିମିଟେଡର ମାଲିକ ଦିଲ୍ଲୀପ ସୁରନା କେବଳ ଡୋଲୋ-୬୫୦ ବିକି କୋଟିପତି ହୋଇ ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।