ଲାଗୁ ହେଲା ସରକାରଙ୍କ ନୂଆ ଟ୍ରାଫିକ ନିୟମ, ଏବେ ବିନା କାରଣରେ ଗାଡି ଅଟକେଇ ପାରିବେନି ଟ୍ରାଫିକ ପୋଲିସ

ବର୍ଷକୁ ବର୍ଷ ଆମ ଦେଶରେ ଗାଡି ଚଳାଚଳା ବୃଦ୍ଧି ପାଇବାକୁ ଲାଗୁଛି । ଏବେ ପ୍ରାୟ ସମସ୍ତଙ୍କ ଘରେ ଘରେ ଗାଡି । ତେବେ ଗାଡି ଚଳାଇବା ପାଇଁ ମଧ୍ୟ ଆମ ଦେଶରେ କିଛି ଟ୍ରାଫିକ ନିୟମ ରହିଛି । ଯାହା ନ ମାନିବା ଦ୍ଵାରା ଦୁର୍ଘଟଣାର ସମୁଖୀନ ହେବାର ସମ୍ଭାବନା ରହିବା ସହ ଅନେକ ସମୟରେ ଫାଇନ ଦେବାକୁ ମଧ୍ୟ ପଡିଥାଏ ।

ତେବେ ବର୍ତ୍ତମାନ ଆମ ସରକାର ନୂଆ ଟ୍ରାଫିକ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଟ୍ରାଫିକ ନିୟମ ଅନୁସାରେ ରାସ୍ତାରେ ଆଉ ଗାଡି ଅଟକାଇବେ ନାହିଁ ଟ୍ରାଫିକ ପୋଲିସ କି ବିନା କାରଣରେ ଆଉ ଚେକିଙ୍ଗ ମଧ୍ୟ କରାଯିବ ନାହିଁ । ଯାହାଫଳରେ ବିନା ବାଧାରେ ଗାଡି ମଟର ରାସ୍ତାରେ ଚଳାଚାଳ କରିବ । ବର୍ତ୍ତମାନ ଟ୍ରାଫିକ ପୋଲିସ ଆଉ ଆପଣଙ୍କୁ ଅମାନୁଷିକ ଭାବେ ହଇରାଣ କରିବେ ନାହିଁ । ନୂଆ ନିର୍ଦେଶ ଅନୁସାରେ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରାଲ ଟ୍ରାଫିକ ବିଭାଗକୁ ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛନ୍ତି ।

ମୁମ୍ବାଇ ଟ୍ରାଫିକ ସମ୍ପର୍କରେ କିଏ ବା ନ ଜାଣେ ! ସହର ମଧ୍ୟରେ ହିଁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ଦୁଇ ଘଣ୍ଟା ପୂର୍ବରୁ ବାହାରିବାକୁ ପଡେ । ଟ୍ରାଫିକ ସମସ୍ଯା ଯୋଗୁଁ ଖୁବ ହଇରାଣ ହୁଅନ୍ତି ମୁମ୍ବାଇ ବାସୀ । ବର୍ତ୍ତମାନ ଏଭଳି ସମସ୍ଯା ଆଉ ଦେଖା ଦେବ ନାହିଁ । ଅଯଥାରେ ଗାଡି ଯାଞ୍ଚ ନ କରିବା ପାଇଁ ସର୍କୁଲାର ରେ ଟ୍ରାଫିକ ପୋଲିସଙ୍କୁ କୁହାଯାଇଛି । ଯେଉଁଠାରେ ଚେକ ପୋଷ୍ଟ ରହୁଛି ସେମାନେ କେବଳ ସେଠାରେ ନଜର ରଖିବେ ।

ଟ୍ରାଫିକ ପୋଷ୍ଟ ପାଖାପାଖି ଅଧିକ ବେଗରେ ଗାଡି ଚଲାଉଥିବା ଲୋକଙ୍କୁ ହିଁ କେବଳ ଅଟକାଇବେ ଟ୍ରାଫିକ ପୋଲିସ । ଅନେକ ସମୟରେ ପୋଲିସ ଗାଡି ଅଟକାଇବା ଦ୍ଵାରା ଅଯଥାରେ ଲୋକଙ୍କୁ ଅଟକିବାକୁ ପଡେ ଓ ରାସ୍ତାରେ ଭିଡ ଜମେ । ଏହି ସବୁକୁ ଦୃଷ୍ଟିରେ ରଖି ତଥା ମୁମ୍ବାଇ ବାସୀଙ୍କୁ ଆଶ୍ଵସ୍ତ କରିବା ପାଇଁ ଏହି ନୂଆ ଟ୍ରାଫିକ ନିୟମ ଜାରି ହୋଇଛି । ଏହି ନୂଆ ନିୟମ ଅନୁସାରେ ସମସ୍ତ ଟ୍ରାଫିକ ପୋଲିସଙ୍କୁ ସେହି ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିନକୁ ଦିନ ରାସ୍ତାରେ ଯାତାୟାତ ବୃଦ୍ଧି ପାଉଥିବାରୁ ଟ୍ରାଫିକ ଗତିବିଧି ଉପରେ ଅଧିକ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗାଡିଚାଳକ ମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ ପୋଲିସ ସେମାନଙ୍କୁ ଅଟକାଇ ପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯିବା ଆସିବା ସମୟରେ କୌଣସି ପ୍ରକାର ଯାଞ୍ଚ ନ କରିବାକୁ ଟ୍ରାଫିକ ପୋଲିସ ମାନଙ୍କୁ କୁହାଯାଇଛି । ଟ୍ରାଫିକ ପୋଲିସ ଏବଂ ସ୍ଥାନୀୟ ପୋଲିସର ମିଳିତ ନାକାବନ୍ଦୀ ସମୟରେ ଟ୍ରାଫିକ ପୋଲିସ କେବଳ ଟ୍ରାଫିକ ନିୟମ ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

କିନ୍ତୁ ଯାନବାହାନ ଯାଞ୍ଚ କରିବ ନାହିଁ । ଏହି ନିର୍ଦ୍ଦେଶ ଗୁଡିକ କଡାକଡି ଭାବେ କାର୍ଯ୍ୟକାରୀ ନ ହେଲେ ସମ୍ପୃକ୍ତ ଟ୍ରାଫିକ ପୋଷ୍ଟର ବରିଷ୍ଠ ଇନ୍ସପେକ୍ଟର ଦାୟୀ ରହିବେ ବୋଲି ସୂଚନା ମିଳିଛି । ଏହି ନୂଆ ଟ୍ରାଫିକ ନିୟମକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।